Advertisment

ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ

ଏନେଇ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି।

author-image
Niranjan Mishra
CM Pushkar Singh Dhami

CM Pushkar Singh Dhami

ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ଏକକ ନାଗରିକ ସଂହିତା। ଏନେଇ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି। ୟୁସିସି କମିଟି ଡ୍ରାଫ୍ଟ ପ୍ରସ୍ତୁତ କରିସାରିଲାଣି। ଏନେଇ ଗତବର୍ଷରୁ ବିଭିନ୍ନ ଅଂଶିଦାର ଓ ବୁଦ୍ଧିଜୀବୀଙ୍କ ପରାମର୍ଶ ନିଆ ସରିଲାଣି।

Advertisment

ଏହି କମିଟି ସାମାଜିକ ଓ ଧାର୍ମିକ ଅନୁଷ୍ଠାନଙ୍କ ମତ ନେଉଛନ୍ତି। ଏହାଦେବା ପରେ ଡ୍ରାଫ୍ଟ ପ୍ରିଣ୍ଟ କରାଯିବ। ଏହାକୁ ଲାଗୁ କରିବାକୁ ପଦକ୍ଷେପ ନିଆଯିବ ବୋଲି ପୁଷ୍କର ସିଂହ ଧାମୀ କହିଛନ୍ତି। ଅନ୍ୟପଟେ ଧାମୀ ଲୋକଙ୍କୁ ଦେଇଥିବା କଥା ପୂରଣ କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ଆଜି ଏକ ଟ୍ୱିଟ ମଧ୍ୟ କରିଛନ୍ତି। ଯେଉଁ ପ୍ରତିଶ୍ରୁତିକୁ ୟୁସିସି ଆଣି ସେ ପୂରଣ କରିବେ ବୋଲି ଉଲ୍ଲେଖ କରିଛନ୍ତି।

Advertisment

Uttarakhand Uniform Civil Code