Advertisment

ସମସ୍ତ ବର୍ଗର ସ୍ୱପ୍ନ ପୂରଣ କରିବ ଚଳିତ ବଜେଟ୍‌: ମୋଦି

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସର୍ବାଙ୍ଗିନ ବିକାଶ କରିବ ବଜେଟ।

PM Modi

PM Modi

Advertisment

ଆଜି ସଂସଦରେ ଉପସ୍ଥାପନ ହୋଇଛି ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଚମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ସାଧାରଣ ବଜେଟ୍‌କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବଜେଟ୍‌ ସମସ୍ତଙ୍କ ସ୍ୱପ୍ନ ପୂରଣ କରିବ ବୋଲି ସେ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଅମୃତକାଳର ଏହା ହେଉଛି ପ୍ରଥମ ବଜେଟ। ଏହା ବିକଶିତ ଭାରତର ନିର୍ମାଣରେ ଏକ ମଜବୁତ ନିଅଁ ରଖିବ। ଏହି ବଜେଟ ଗରିବ, ଚାଷୀ, ମଧ୍ୟମବର୍ଗ, ପଛୁଆ ବର୍ଗ ଏବଂ କୃଷକଙ୍କ ସହିତ ସମସ୍ତ ସ୍ୱପ୍ନକୁ ପୂରା କରିବ। ବଜେଟରେ ସବୁ ବର୍ଗଙ୍କ ପାଇଁ ଅନେକ ପ୍ରୋତ୍ସାହନ ଯୋଜନା ରହିଛି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସର୍ବାଙ୍ଗିନ ବିକାଶ କରିବ ବଜେଟ। ସଞ୍ଚୟ ଯୋଜନା ସାଧାରଣ ମହିଳାଙ୍କୁ ବଡ଼ ଶକ୍ତି ଦେବ। ଭିତ୍ତିଭୂମି ଉପରେ ବଡ଼ ନିବେଶ ବ୍ୟବସ୍ଥା ଯୁବବର୍ଗଙ୍କୁ ରୋଜଗାର ଦେବ ବୋଲି ମୋଦି କହିଛନ୍ତି।

ମୋଦି ଆହୁରି ମଧ୍ୟ କହିଛନ୍ତି, ସରକାର ଗ୍ରାମୀଣ ଏବଂ ସହର କ୍ଷେତ୍ରରେ ମହିଳାଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ମହିଳାଙ୍କୁ ଏଥିପାଇଁ ସରକାର ଆହୁରି ପ୍ରୋତ୍ସାହିତ କରୁଛନ୍ତି। ଏହି ବଜେଟ ସହକାରିତା ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବ। ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମକୁ ଏହି ଐତିହାସିକ ବଜେଟ ପାଇଁ ଧନ୍ୟବାଦ ଜଣାଉଛି।

Advertisment

ପରମ୍ପରାଗତ ଭାବେ ନିଜ ହାତରେ ଦେଶ ପାଇଁ ପରିଶ୍ରମ କରୁଥିବା ବିଶ୍ୱକର୍ମା ହେଉଛନ୍ତି ଦେଶର ନିର୍ମାତା। ପ୍ରଥମ ଥର ବିଶ୍ୱକର୍ମାଙ୍କୁ ପ୍ରଶିକ୍ଷଣ ଏବଂ ସହାୟତା ସମ୍ବନ୍ଧିତ ଯୋଜନାକୁ ବଜେଟରେ ଅଣାଯାଇଛି। ପିଏମ ବିକାଶ ଯୋଜନା ବିଶ୍ୱକର୍ମାଙ୍କ ଜୀବନରେ ଅନେକ ବଡ ପରିବର୍ତ୍ତନ ଆଣିପାରିବ।

ଚଳିତ ବର୍ଷର ବଜେଟରେ ଡିଜିଟାଲ୍ କୃଷି ଭିତ୍ତିଭୂମି ଅଣାଯାଇଛି। ଏହି ବଜେଟ୍ ସ୍ଥାୟୀ ବିକାଶ, ସବୁଜ ଅଭିବୃଦ୍ଧି, ସବୁଜ ଅର୍ଥନୀତି, ସବୁଜ ଭିତ୍ତିଭୂମି ଏବଂ ସବୁଜ ଚାକିରୀକୁ ନୂତନ ପରିଚୟ ଦେବ ବୋଲି ମୋଦି କହିଛନ୍ତି।

Budget2023 Union Budget 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe