Advertisment

ବଜେଟ୍‌ ପୂର୍ବରୁ ବଢ଼ିଲା ସେନ୍‌ସେକ୍ସ

୪୧୫ ପଏଣ୍ଟ ସେନ୍‌ସେକ୍ସ ବୃଦ୍ଧି ପାଇଛି। ନିଫ୍ଟିରେ ୨୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
stock market

stock market

ଆଜି ସଂସଦରେ ଉପସ୍ଥାପନ ହେବ ୨୦୨୩-୨୪ର ଆର୍ଥିକ ବଜେଟ୍‌। ଆଉ କିଛି ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ଶେଆର ମାର୍କେଟ୍ ଉପରମୁହାଁ ହୋଇଛି। ବଢ଼ିଛି ସେନ୍‌ସେକ୍ସ। ୪୧୫ ପଏଣ୍ଟ ସେନ୍‌ସେକ୍ସ ବୃଦ୍ଧି ପାଇଛି। ନିଫ୍ଟିରେ ୨୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ହୋଇଛି। ଖାଲି ସେତିକି ନୁହେଁ ଡଲାର ତୁଳନାରେ ଟଙ୍କା ମଧ୍ୟ ମଜଭୁତ ହୋଇଛି।

Advertisment

BSE ସେନସେକ୍ସ ପୁଣି ଥରେ ୪୫୦ ପଏଣ୍ଟ ବୃଦ୍ଧି ପାଇ ୬୦,୦୦୧.୧୭ରେ ଖୋଲିଥିଲା। ସେହିପରି NSE ନିଫ୍ଟିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା। ନିଫ୍ଟି ୫୦୧୪୯.୪୫ ପଏଣ୍ଟ ହାସଲ କରି ୧୭,୮୧୧.୬୦ ପଏଣ୍ଟରେ ଖୋଲିଥିଲା।

ଆଜି ବଜେଟ୍‌ ଉପସ୍ଥାପନ ପୂର୍ବରୁ ବିଏସ୍‌ଇରେ ସାମିଲ ୩୦ଟି ଶେଆର ଗ୍ରୀନ୍‌ ସଙ୍କେତ ଦେଇ ଖୋଲିଥିଲା। ପ୍ରାରମ୍ଭିକ ବାଣିଜ୍ୟରେ ବ୍ୟାଙ୍କିଙ୍ଗ୍, ଆଇଟି, ଅଟୋ ସହିତ ସମସ୍ତ ଇଣ୍ଡେକ୍ସରେ ଭଲ ଅଭିବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି।

Advertisment

ସେପଟେ, ବଜେଟ୍ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସରକାର ଜାନୁଆରୀ ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଜାନୁଆରରେ ଜିଏସଟି ସଂଗ୍ରହ ୧ଲକ୍ଷ ୫୫ହଜାର କୋଟି ଟଙ୍କା ଅତିକ୍ରମ କରିଛି। ୨୦୨୩ ଜାନୁଆରୀ ମାସ ୩୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଜିଏସଟି ରାଜସ୍ୱ ୧ଲକ୍ଷ ୫୫ହଜାର ୯୨୨ କୋଟି ଟଙ୍କା ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।