Advertisment

ବଢ଼ିଲା ମୁଦ୍ରା ଲୋନ୍‌ ସୀମା

ମୁଦ୍ରା ଲୋନ୍‌ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷରୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

Mudra Loan

Mudra Loan

Advertisment

ବଢ଼ିଲା ମୁଦ୍ରା ଲୋନ୍‌ ସୀମା। ମୁଦ୍ରା ଲୋନ୍‌ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷରୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Advertisment

ସେହିପରି ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ବୃଦ୍ଧି ପାଇଁ ଆସନ୍ତା ୩ ବର୍ଷରେ ନୂଆ ବ୍ରାଞ୍ଚ ଖୋଲାଯିବ। ଚଳିତ ବର୍ଷ ହିଁ ବିଭିନ୍ନ ରାଜ୍ୟରେ ୨୪ଟି ବ୍ରାଞ୍ଚ ଖୋଲାଯିବ।

ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ। ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ। ପିପିପି ମୋଡ୍‌ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା। ଡର୍ମିଟୋରୀ ବ୍ୟବସ୍ଥା ରହିବ। ଏଠାରେ ସୁବିଧାରେ ରହିପାରିବେ ଶ୍ରମିକ।

Advertisment

ସେହିପରି ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌। ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌ ଓ ହାଟ ନିର୍ମାଣ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

Nirmala Sitharaman Budget2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe