Advertisment

ନିର୍ମଳାଙ୍କ ବଜେଟ୍‌ ଟିମ୍‌, ଜାଣନ୍ତୁ କିଏ କିଏ ଅଛନ୍ତି ସଦସ୍ୟ

ସକାଳ ୧୧ ଟାରେ ଅର୍ଥମନ୍ତ୍ରୀ ସୀତାରମଣ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ଦେଶର ପ୍ରତ୍ୟେକ ବର୍ଗ ଏହି ବଜେଟ୍ ଉପରେ ଅଧିକ ଆଶା ରଖିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Nirmala Sitharaman with her Team

Nirmala Sitharaman with her Team

ଆଜି ସଂସଦରେ ଉପସ୍ଥାପତି ହେବ ସାଧାରଣ ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତରଣମ ବଜେଟ୍‌ ଉପସ୍ଥାପନ କରିବେ। ଏଥିପାଇଁ ସେ ଅର୍ଥମନ୍ତ୍ରଣାଳୟ ଛାଡି ସାରିଛନ୍ତି। ଏହାପୂର୍ବରୁ ବଜେଟ୍ ପ୍ରସ୍ତୁତକାରୀ ଦଳ ବା ନିଜ ବଜେଟ୍‌ ଟିମ୍‌ ସହିତ ଅର୍ଥମନ୍ତ୍ରୀ ଏକ ଫଟୋ ସେସନ୍‌ କରିଛନ୍ତି। ଏହି ସମୟରେ ନିର୍ମଳା ନିଜର ବଜେଟ୍‌ ଟାବଲେଟ୍‌ ସହ ନଜର ଆସିଥିଲେ।

Advertisment

ଏହା ହେଉଛି ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍। ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନକୁ ଯାଇ ବଜେଟ ଉପସ୍ଥାପନ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ମାଗିବେ। ଏଥିପାଇଁ ନିଜ ଟିମ୍‌ ସହ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ସକାଳ ୧୧ ଟାରେ ଅର୍ଥମନ୍ତ୍ରୀ ସୀତାରମଣ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ଦେଶର ପ୍ରତ୍ୟେକ ବର୍ଗ ଏହି ବଜେଟ୍ ଉପରେ ଅଧିକ ଆଶା ରଖିଛନ୍ତି।

Advertisment

ପ୍ରକୃତରେ ବଜେଟ୍ ଉପସ୍ଥାପନ ପ୍ରକ୍ରିୟା ସାଧାରଣତଃ ବଜେଟ୍ ଉପସ୍ଥାପିତ ହେବାର ଛଅ ମାସ ପୂର୍ବରୁ ଆରମ୍ଭ ହୋଇଥାଏ, କିନ୍ତୁ ଡକ୍ୟୁମେଣ୍ଟ୍ ସଂକଳନ ଏବଂ ଏହାକୁ ପ୍ରକାଶନ ପ୍ରକ୍ରିୟା ହାଲୱା ସମାରୋହରୁ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ନିର୍ମଳା ସୀତାରମଣଙ୍କ ବଜେଟ୍‌ ପେଡିକୁ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ର ବିଶେଷ ଭୂମିକା ରହିଛି। ତେବେ ନିର୍ମଳାଙ୍କ ଏହି ଟିମ୍‌ରେ କେଉଁମାନେ ସାମିଲ ଅଛନ୍ତି ଆସନ୍ତୁ ଜାଣିବା।

- ଅର୍ଥ ସଚିବ ଟିଭି ସୋମନାଥନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌ ଟିମ୍‌ରେ ସାମିଲ ଅଛନ୍ତି। ଅର୍ଥ ମନ୍ତ୍ରଣାଳୟର ଅଂଶ ହେବା ପୂର୍ବରୁ PMOରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରିଛନ୍ତି ଟିଭି ସୋମନାଥନ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତି ନିକଟତର ବୋଲି ମଧ୍ୟ ବିଶ୍ୱାସ କରାଯାଏ। ଚଳିତ ଥର ସେ ବଜେଟ୍ ପ୍ରସ୍ତୁତ କରିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିଛନ୍ତି।

- କର୍ଣ୍ଣାଟକର ୧୯୯୪ ବ୍ୟାଚ୍ IAS ଅଧିକାରୀ ଅରବିନ୍ଦ ଶ୍ରୀବାସ୍ତବ ମଧ୍ୟ ବଜେଟ୍‌ ଟିମ୍‌ରେ ଅଛନ୍ତି। ସେ PMOରେ ଅର୍ଥ ଏବଂ ଅର୍ଥବ୍ୟବସ୍ଥା ଅଧିକାରୀ ଅଛନ୍ତି। ସେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ଦେଖନ୍ତି।

- ୧୯୯୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ହରି ରଞ୍ଜନ ରାଓ PMOର ଟେକ୍ନୋଲୋଜି ଏବଂ ଶାସନ ବିଭାଗଗୁଡ଼ିକର ଦେଖାରେଖା କରନ୍ତି। ଏହାପୂର୍ବରୁ ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସଚିବ ଥିଲେ। ଏହା ବ୍ୟତୀତ ସେ ଟେଲିକମ୍ ବିଭାଗରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ଏହି ବଜେଟ୍ ପ୍ରସ୍ତୁତ କରିବାରେ ସେ ମଧ୍ୟ ସହଯୋଗ କରିଛନ୍ତି।

- ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପିକେ ମିଶ୍ରା ହେଉଛନ୍ତି ପ୍ରମୁଖ ବ୍ୟକ୍ତି ଯିଏ ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ କାର୍ଯ୍ୟଗୁଡ଼ିକର ତଦାରଖ କରନ୍ତି। ଚଳିତ ବର୍ଷ ସେ ଏହି ବଜେଟ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି।

- ୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ପୂଣ୍ୟ ସଲିଳା ଶ୍ରୀବାସ୍ତବ, ଯିଏ ସରକାରଙ୍କ ସାମାଜିକ ତଥା କଲ୍ୟାଣ ବିଭାଗର ଯତ୍ନ ନିଅନ୍ତି। PMO ରେ ଯୋଗଦେବା ପୂର୍ବରୁ ସେ ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ନିର୍ମଳାଙ୍କ ବଜେଟ୍‌ ଟିମ୍‌ରେ ଅଛନ୍ତି।

ଏହି ବଜେଟ୍‌ ଟିମ୍‌ର ଅନ୍ୟ ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ, ନିବେଶ ଏବଂ ଜନ ସମ୍ପଦ ପରିଚାଳନା ସଚିବ ତୁହିନ୍ କାନ୍ତ ପାଣ୍ଡେ, ଆର୍ଥିକ ସେବା ସଚିବ ବିବେକ ଯୋଶୀ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ଥା ନାଗେଶ୍ୱରନ୍ ଓ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅତିଶ ଚନ୍ଦ୍ର ମଧ୍ୟ ଅଛନ୍ତି।

Nirmala Sitharaman Budget2024