Advertisment

କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନ୍ତରୀଣ ବଜେଟ୍‌କୁ ମଞ୍ଜୁରୀ

କ୍ୟାବିନେଟ୍ ବୈଠକ ପୂର୍ବରୁ ପରମ୍ପରା ଅନୁଯାୟୀ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Nirmala Sitaraman

Nirmala Sitaraman

ସଂସଦରେ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ ପୂର୍ବରୁ ବସିଥିଲା କ୍ୟାବିନେଟ୍ ବୈଠକ। ସଂସଦ ଭବନରେ ସକାଳ ୧୦ଟା ବେଳେ ଏହି ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କାମଚଳା ବା ଅନ୍ତରୀଣ ବଜେଟକୁ ମିଳିଥିଲା ମଞ୍ଜୁରୀ। 

Advertisment

ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ତାଙ୍କ ସହିତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଭାଗବତ କିଶନରାଓ କରାଡ ଏବଂ ଅର୍ଥ ସଚିବ ଟିଭି ସୋମନାଥନ ପ୍ରମୁଖ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ପରମ୍ପରା ଅନୁଯାୟୀ, ବଜେଟ ଆଗତ କରିବା ପାଇଁ ସଂସଦକୁ ଯିବା ପୂର୍ବରୁ ଅର୍ଥ ମନ୍ତ୍ରୀ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏହା ହେଉଛି ନିର୍ମଳା ସୀତାରମଣଙ୍କ ପଞ୍ଚମ ବଜେଟ୍ ଉପସ୍ଥାପନ।

ଭାରତର ରାଷ୍ଟ୍ରପତି ତାଙ୍କ ‘ଏକ୍ସ’ (ପୂର୍ବର ଟ୍ୱିଟର)ରେ ଲେଖିଛନ୍ତି, କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନରାଓ କରାଡ, ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଥିଲେ।

Advertisment

ବଜେଟ ଆଗତ ହେବା ପୂର୍ବରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ବଜେଟରେ ସାଧାରଣ ଲୋକଙ୍କ ଆଶା ପ୍ରତିଫଳିତ ହୋଇଛି।

Nirmala Sitharaman FM Nirmala Sitharaman Union Budget 2024