ଦେଶର ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା। ମରାଠି, ପାଲି, ପ୍ରାକୃତି, ଅହମିୟା ଓ ବେଙ୍ଗଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।
ଆଜି ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ପୂର୍ବରୁ ଓଡ଼ିଆ ସମେତ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ଼, ମାଲାୟାଲାମକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ଏହାକୁ ମିଶାଇ ଏବେ ଦେଶରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ସଂଖା ୧୧ରେ ପହଞ୍ଚିଛି।
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକରୀ ଶାସ୍ତ୍ରୀୟ ଭାଷାର ପ୍ରଚାର ଓ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଆଉ ୫ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଭାରତର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଅଭିଭାବକ ହେଉଛନ୍ତି ଶାସ୍ତ୍ରୀୟ ଭାଷା ବୋଲି କହିଛନ୍ତି।
ମହାରାଷ୍ଟ୍ରରେ ମରାଠି ଭାଷା ପ୍ରଚଳିତ ଥିବା ବେଳା ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ପାଲି ଓ ପ୍ରାକୃତି ଭାଷା ବେଶ ପରିଚିତ। ପଶ୍ଚିମବଙ୍ଗରେ ବେଙ୍ଗଲି ଓ ଆସାମରେ ଅହମିୟା ଭାଷା ରହିଛି।
Our Government cherishes and celebrates India's rich history and culture. We have also been unwavering in our commitment to popularising regional languages.
— Narendra Modi (@narendramodi) October 3, 2024
I am extremely glad the Cabinet has decided that Assamese, Bengali, Marathi, Pali and Prakrit will be conferred the…
ଅନ୍ୟପକ୍ଷରେ ମଧ୍ୟବିତ୍ତଙ୍କ ଖାଦ୍ୟ ନିରାପତ୍ତା ନେଇ ମଧ୍ୟ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ୍ ରାଷ୍ଟ୍ର କୃଷକ ବିକାଶ ଯୋଜନା ଓ କ୍ରିଷୋନ୍ନତି ଯୋଜନା ପାଇଁ ପ୍ରାୟ ୧ ଲକ୍ଷ ୧ ହଜାର ୩୨୧ କୋଟି ଟଙ୍କାର ଅନୁଦାନକୁ ମିଳିଛି।
ଏହାବାଦ ଇଣ୍ଟରନ୍ୟାସନାଲ୍ ଏନର୍ଜି ଏଜେନ୍ସି (IEA)ରେ ସାମିଲ ହେବ ଭାରତ। ଶକ୍ତି କ୍ଷେତ୍ରରେ ଭିତ୍ତିଭୂମି ବୃଦ୍ଧି ଲକ୍ଷ୍ୟରେ IEAରେ ସାମିଲ ନିଷ୍ପତ୍ତି। ଆମେରିକା, ବ୍ରିଟେନ, ଚାଇନା ଭଳି ୯ଟି ୯ଟି ରାଷ୍ଟ୍ର IEAରେ ସଦସ୍ୟ ଥିଲେ। ଦଶମ ରାଷ୍ଟ୍ର ଭାବେ ଭାରତକୁ ସାମିଲ ପାଇଁ କ୍ୟାବିନେଟ୍ରେ ମୋହର ବାଜିଛି।