Advertisment

ଧରିଦେଲା କ୍ୟାମେରା, କେନ୍ଦ୍ର ମନ୍ତ୍ରୀଙ୍କ କଟିଲା ଚାଲାଣ

ବିହାରରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ହାଜିପୁରରୁ ଚମ୍ପାରନ ଯାଉଥିବା ବେଳେ ପରିବହନ ବିଭାଗ କ୍ୟାମେରାରେ ଧରାପଡ଼ିଛନ୍ତି। ତାଙ୍କ ଗାଡ଼ି ଅଧିକ ସ୍ପିଡରେ ଥିବାରୁ ଆପେଆପେ ୨ ହଜାର ଟଙ୍କାର କଟି ଯାଇଛି ଚାଲାଣ ।

union-minister-chirag-paswan

union-minister-chirag-paswan

Advertisment

ପ୍ରାୟ ୧୫ ଦିନ ପୂର୍ବେ ବିହାରରେ ଲାଗୁ ହୋଇଛି ନୂଆ ନିୟମ । ଗାଡ଼ି ଅଧିକ ସ୍ପିଡରେ ଥିଲେ ତଥା ଏହାର କାଗଜପତ୍ର ଠିକ୍‌ ନ ଥିଲେ ଅଟୋମେଟିକ ଭାବେ ଗାଡ଼ି ମାଲିକଙ୍କ ନାଁରେ କଟିବ ଚାଲାଣ। ଏହି ନିୟମ ସମଗ୍ର ବିହାରରେ ଲାଗୁ ହୋଇଥିବା ବେଳେ ଆରମ୍ଭରୁ ଏଥିରେ ଫସିଗଲେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ।

Advertisment

ବିହାରରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ହାଜିପୁରରୁ ଚମ୍ପାରନ ଯାଉଥିବା ବେଳେ ପରିବହନ ବିଭାଗ କ୍ୟାମେରାରେ ଧରାପଡ଼ିଛନ୍ତି। ତାଙ୍କ ଗାଡ଼ି ଅଧିକ ସ୍ପିଡରେ ଥିବାରୁ ଆପେଆପେ ୨ ହଜାର ଟଙ୍କାର କଟି ଯାଇଛି ଚାଲାଣ । ଏନେଇ ଚିରାଗ କହିଛନ୍ତି, ଜୋରିମାନା ଦିଆଯିବ ।

ପରିବହନ ବିଭାଗ ପକ୍ଷରୁ କୁହାଯାଇଛି, ଗତ ୧୮ ତାରିଖରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ଗାଡ଼ିର କାଗଜପତ୍ର ଯେପରି ଇନସ୍ୟୁରାନ୍ସ, ପଲିସି, ଫିଟନେସ୍‌ ଠିକ୍‌ ନ ଥିଲେ ତଥା ଗାଡ଼ି ଓଭର ସ୍ପିଡ ଥିଲେ କିମ୍ବା ଚାଳକ ସିଟ୍‌ ବେଲ୍ଟ ପିନ୍ଧି ନ ଥିଲେ ଆପେଆପେ ଚାଲାଣ କଟିଯିବ।

Advertisment

ଏହି ଯୋଜନାରେ ବିହାରର ଜାତୀୟ ରାଜପଥ ପାର୍ଶ୍ୱରେ ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି। ଏହା ଉକ୍ତ ବାଟ ଦେଇ ଯାଉଥିବା ଗାଡ଼ିର ନମ୍ବର ପ୍ଲେଟର ଫଟୋ ଉଠାଇ ତାହାର କାଗଜପତ୍ର ଠିକ୍‌ ଅଛି କି ନାହିଁ ଯାଞ୍ଚ କରିବ । ଏଥିରେ ବ୍ୟତିକ୍ରମ ଥିଲେ ତଥା ଗାଡ଼ି ଓଭର ସ୍ପିଡ ଥିଲେ ଗାଡ଼ିମାଲିକଙ୍କ ରେଜିଷ୍ଟେଶନ ମୋବାଇଲ ନମ୍ବରକୁ ଚାଲାଣ ଚାଲିଯିବ ।

ଖୁବ୍‌ ଶୀଘ୍ର ଟୋଲ ପ୍ଲାଜାରେ ବି ଏହାକୁ ଲଗାଯିବ ବୋଲି ଜଣେ ପରିବହନ ଅଧିକାରୀ କହିଛନ୍ତି। ଏହାକୁ ନେଇ ବିହାରର ଗାଡ଼ି ଚାଳକଙ୍କ ମଧ୍ୟରେ ଛାନିଆ ପଶିଯାଇଛି।

Bihar Chirag Paswan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe