Advertisment

ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ, ୪ ଦିନ ପୂର୍ବରୁ ପୁଅ ବି ଆକ୍ରାନ୍ତ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ  ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

author-image
Niharika Rout
Union-minister Jyotiraditya Scinda

Union-minister Jyotiraditya Scinda

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମନ୍ତ୍ରୀ, ନେତା ବି ଏହାଦ୍ୱାରା କବଳିତ ହେଉଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ  ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

  ଟ୍ୱିଟ କରି ସିନ୍ଧିଆ କହିଛନ୍ତି, ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ଏବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିଶ୍ରାମ ନେଉଛି । ମୋ’ ସମ୍ପର୍କରେ ଆସିଥିବା ସମସ୍ତେ ନିଜ ଟେଷ୍ଟ କରାଇ ନିଅନ୍ତୁ। ସିନ୍ଧିଆ ପଜିଟିଭ ଟେଷ୍ଟ ହେବାର ୪ ଦିନ ପୂର୍ବରୁ ତାଙ୍କ ପୁଅ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । 

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ  ସିନ୍ଧିଆ ଦ୍ୱିତୀୟ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତବର୍ଷ ନଭେମ୍ବରରେ ମଧ୍ୟ ସେ ପଜିଟିଭ ଚିହ୍ନଟ ହୋଇଥିଲେ। 

Advertisment

ଗତକାଲି ତୁଳନାରେ ଆଜି କରୋନା ଗ୍ରାଫ ତଳମୁହାଁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଆଜି ୭,୬୩୩ କରୋନା ମାମଲା ସାମନାକୁ ଆସିଥିବା ବେଳେ ଏହା ଗତକାଲି ତୁଳନାରେ ୧,୪୭୮ କମ୍‌ ଅଟେ । ସମଗ୍ର ଦେଶରେ ଆକ୍ଟିଭ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୬୧,୨୩୩ ରହିଥିବା ଜଣାଯାଇଛି। ଦିଲ୍ଲୀରେ ଗତକାଲି ସନ୍ଧ୍ୟା ସୁଦ୍ଧା ୧,୦୧୭ କେସ୍‌ ସାମନାକୁ ଆସିଥିବା ବେଳେ ପଜିଟିଭିଟି ରେଟ୍‌ ୩୨.୨୫% ବୃଦ୍ଧି ପାଇଛି। ଯାହାକି ୧୫ ମାସରେ ସର୍ବାଧିକ ବୋଲି ଜଣାଯାଇଛି।

Bjp Coronavirus