Advertisment

ଦେଶକୁ ଅପମାନିତ କଲେ ଆମେ ଚୁପ୍ ବସିବୁନି: ରାହୁଲଙ୍କ ଉପରେ ବର୍ଷିଲେ ରିଜିଜୁ

ସଂସଦରେ ରହୁଲଙ୍କ ଉପସ୍ଥିତିକୁ ନେଇ ବିଜେପି ଆହୁରି ଆକ୍ରମଣାତ୍ମକ ହୋଇପାରେ।

Kiren Rjiju attack on Rahul Gandhi

Kiren Rjiju attack on Rahul Gandhi

Advertisment

ସଂସଦରେ ଆଜି ବି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଲାଗି ରହିଛି ଝଡ଼ । ଆଜି ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବଶେନରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ସାମିଲ ହେଉଛନ୍ତି। ବିଜେପି ଲଗାତର ରାହୁଲ ଗାନ୍ଧୀଙ୍କ କ୍ଷମା ଦାବି କରୁଛନ୍ତି। ଏଭଳି ସ୍ଥିତିରେ ସଂସଦରେ ରହୁଲଙ୍କ ଉପସ୍ଥିତିକୁ ନେଇ ବିଜେପି ଆହୁରି ଆକ୍ରମଣାତ୍ମକ ହୋଇପାରେ। ଏଭଳି କିଛି ହିଣ୍ଟ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ। 

Advertisment

ଗୁରୁବାର ବିଧାନସଭା ପରିସରରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଆଜି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଲଣ୍ଡନ ମାଟିରେ ଦେଶ ବିରୋଧରେ ଯାହା କହିଛନ୍ତି ସେଥିପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଦରକାର। ବିଦେଶ ମାଟିରେ ଗଣତନ୍ତ୍ର, ଦେଶର ନ୍ୟାୟ ବ୍ୟବସ୍ଥାକୁ ଅପମାନିତ କରିବା ସହ ଦେଶର ଅସମ୍ମାନ କରିଛନ୍ତି। ତେଣୁ ଦେଶର ଅପମାନ କରୁଥିବା ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆମେ ଚୁପ୍ ରହିବୁନି। ଯେଉଁମାନେ ଦେଶ ବିରୁଦ୍ଧରେ କହୁଛନ୍ତି ସେମାନଙ୍କ ବିରୋଧରେ ଆମେ ସ୍ୱର ଉତ୍ତୋଳନ କରିବା ଉଚିତ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ସଂସଦରେ ଯାହା ଚାଲିଛି ତାକୁ ନେଇ ପୂରା ଦେଶ ଚିନ୍ତିତ। ଦେଶକୁ ବଦ୍‌ନାମ କରିବା ଓ ଗାଳି ଦେବା କାହାର ଅଧିକାର ନାହିଁ। ରାହୁଲ ଗାନ୍ଧୀଙ୍କ ଯୋଗୁ କଂଗ୍ରେସ ବୁଡିବାକୁ ବସିଲାଣି। ଆମକୁ ଏଥିରେ କୌଣସି ରୁଚି ନାହିଁ। ଯଦି ଦେଶକୁ ବୁଡାଇବା ପାଇଁ ସେ କହିବେ ତେବେ ଆମେ ଚୁପ୍ ବସିବୁ ନାହିଁ। ଦିନ ରାତି ସବୁଠୁ ଅଧିକ ସେ ସରକାରଙ୍କୁ ଗାଳି ଦେଉଛନ୍ତି, ଆଉ କହୁଛନ୍ତି ତାଙ୍କୁ କୁଆଡେ କହିବାକୁ ଦିଆଯାଉ ନାହିଁ। ସଂସଦର ସଦସ୍ୟ ହିଁ ସଂସଦର ଗାରିମାକୁ ତଳେ ପକାଉଛି। ପ୍ରଧାନମନ୍ତ୍ରୀଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା କରାଯାଇଛି, ଏହାକୁ ଆମେ ବରଦାସ୍ତ କରିବକୁ ନାହିଁ।

Advertisment

ନିକଟରେ ଲଣ୍ଡନ ଯାଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଅବସରରେ ଲଣ୍ଡନ ହାଉସ୍ ଅଫ୍ ପାର୍ଲିଆମେଣ୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରିଟିଶ୍ ସାଂସଦଙ୍କୁ ସମ୍ବୋଧନ କରି ରାହୁଲ କହିଥିଲେ ଯେ, ଭାରତରେ ଗଣମାଧ୍ୟମ ବିପଦରେ ରହିଛି। ଲୋକସଭାରେ ବିରୋଧୀ ନେତାଙ୍କୁ କହିବାର ସୁଯୋଗ ଦିଆଯାଉନାହିଁ। କୌଣସି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ବିରୋଧୀଙ୍କୁ ଅନୁମତି ମିଳୁନି। ଭାରତରେ ଗଣମାଧ୍ୟମ, ସଂସଦ, ନ୍ୟାୟପାଳିକା, ନିର୍ବାଚନ ଆୟୋଗ ସମସ୍ତେ ବିପଦରେ ବୋଲି କହିଥିଲେ ରାହୁଲ। କଂଗ୍ରେସ ନେତାଙ୍କ ଏହି ବୟାନକୁ ନେଇ ଏବେ ଜୋରଦାର ହଙ୍ଗାମା ଜାରି ରହିଛି। 

Bjp Congress Rahul Gandhi Kiren Rijiju
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe