Advertisment

କିରଣ ରିଜିଜୁଙ୍କ ହାତରୁ ଖସିଗଲା ଆଇନ ମନ୍ତ୍ରାଳୟ

ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଉପରେ ଅଙ୍ଗୁଠି ଉଠାଇ ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ହାତରୁ ଖସିଗଲା ମନ୍ତ୍ରୀ ପଦ ।

author-image
Niharika Rout
ଅଦ୍ୟତନ ହୋଇଛି
Kiren Rijiju

Kiren Rijiju

ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଉପରେ ଅଙ୍ଗୁଠି ଉଠାଇ ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ହାତରୁ ଖସିଗଲା ମନ୍ତ୍ରୀ ପଦ । ଆଇନ ମନ୍ତ୍ରୀ ପଦରୁ କିରଣ ରିଜଜୁଙ୍କୁ ବଦଳାଇ ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଅନୁଯାୟୀ, ମନ୍ତ୍ରିମଣ୍ଡଳରେ ଅଦଳବଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ କରିଛନ୍ତି। ଏବେ କିରଣ ରିଜଜୁଙ୍କ ହାତରୁ ଆଇନ ମନ୍ତ୍ରାଳୟ ନିଆଯାଇଥିବା ବେଳେ ତାଙ୍କୁ ଭୂ-ବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଛି। ମେଘୱାଲଙ୍କୁ ଅତିରିକ୍ତ ଭାବେ ଆଇନ୍‌ ମନ୍ତ୍ରାଳୟର ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

କିରଣ ରିଜିଜୁ ଅରୁଣାଚଳର ପଶ୍ଚିମ ଲୋକସଭା ସିଟ୍‌ରୁ ବିଜେପି ସାଂସଦ ଅଛନ୍ତି। ଅପରପକ୍ଷେ, ଅର୍ଜୁନ ରାମ ମେଘୱାଲ ୨୦୦୯ ମସିହାରୁ ରାଜସ୍ଥାନର ବିକାନେରର ସାଂସଦ ଅଛନ୍ତି।

Advertisment

ଗତ କିଛି ମାସ ଧରି ନ୍ୟାୟପାଳିକା ବିରୋଧରେ ଟିପ୍ପଣୀ ଦେଇ ଚର୍ଚ୍ଚାରେ ରହି ଆସୁଥିଲେ କିରଣ ରିଜିଜୁ । ସେ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଏପରିକି ଏଥିରେ ଦୋଷ ଦୁର୍ବଳତା ଥିବା କଥା ବଖାଣିଥିଲେ। ଅବସରପ୍ରାପ୍ତ ବିଚାରପତି, ପ୍ରଖ୍ୟାତ ଜୁରିଷ୍ଟସ, ଆଇନଜୀବୀ ଓ ରାଜନୀତିକ ଦଳର ନେତାମାନେ ଏନଜେଏସି ସପକ୍ଷରେ ରହିଥିବା କହିଥିଲେ।

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ କିରଣ ରିଜିଜୁ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ, ସରକାରଙ୍କର ବିଚାରପତି ନିଯୁକ୍ତି କରିବାର ଅଧିକାର ଅଛି ବୋଲି ସମ୍ବିଧାନ କହୁଛି। ହେଲେ ୧୯୯୩ ପରେ ଏଥିରେ ପରିବର୍ତ୍ତନ ହୋଇଛି। ତେଣୁ ସରକାରଙ୍କୁ ଏ ଅଧିକାରୁ ବଞ୍ଚିତ ହେବାକୁ ପଡ଼ିଛି। ଲୋକମାନେ ଯାହା ଚାହୁଛନ୍ତି, କଲେଜିୟମ ପ୍ରକୃତରେ ସେହି ଅନୁଯାୟୀ କାମ କରୁନାହିଁ ବୋଲି ସେ କହିଥିଲେ। ରିଜିଜୁଙ୍କ ଏପରି ଟିପ୍ପଣୀକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିବା ବେଳେ ଖପ୍ପା ହୋଇଥିଲଷ ସର୍ବୋଚ୍ଚ ନ୍ୟାୟଳୟ ।

  Kiren-Rijiju & Arjun Ram Meghwal କିରଣ ରିଜିଜୁ ଓ ଅର୍ଜୁନ ରାମ ମେଘାୱଲ ।

କିରଣ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରାଳୟ ଚାଲିଯିବା ପରେ ବରିଷ୍ଠ ଆଇନଜୀବୀ ତଥା ରାଜନେତା କପିଲ ସିବଲ କହିଛନ୍ତି, କିରଣ ରିଜିଜୁ ଏବେ ଆଉ ଆଇନ ମନ୍ତ୍ରୀ ନାହାନ୍ତି। ସେ ଏବେ ଭୂ- ବିଜ୍ଞାନ ମନ୍ତ୍ରୀ । ଆଇନ ପଛରେ ଥିବା ବିଜ୍ଞାନକୁ ବୁଝିବା ପିଲା ଖେଳ ନୁହେଁ। ଏବେ ବିଜ୍ଞାନ ନିୟମକୁ ବୁଝିବାକୁ ସେ ଆପ୍ରାଣ ଚେଷ୍ଟା ଚଳାଇବେ। ଏଥିପାଇଁ ମୁଁ ତାଙ୍କୁ ଶୁଭକାମନା ଜଣାଉଛି।

ଏନେଇ କଂଗ୍ରେସ ନେତା ଅଳକା ଲାମ୍ବା କହିଛନ୍ତି, ଗତ କିଛି ଦିନ ଧରି କିରଣ ରିଜିଜୁଙ୍କୁ ଟିପ୍ପଣୀ ମୋଦି ସରକାରଙ୍କୁ ଅଡ଼ୁଆରେ ପକାଉଥିଲା। ନିଜ ଛବିକୁ ଠିକ୍‌ ରଖିବା ପାଇଁ ମୋଦି ସରକାର ଆଇନ ମନ୍ତ୍ରୀଙ୍କ ବଳି ଦେବାକୁ ପଛାଇ ନାହାନ୍ତି।

Bjp Delhi PM Modi Kiren Rijiju