Advertisment

ମଞ୍ଚ ଉପରେ ଚେତାଶୂନ୍ୟ ହେଲେ କେନ୍ଦ୍ର ମନ୍ତ୍ରୀ

ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ଚେତାଶୂନ୍ୟ ତଳେ ପଡି ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକାରୀ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Nitin Gadkari Faints

Nitin Gadkari Faints

Advertisment

ନିର୍ବାଚନ ପାଇଁ ଚାଲିଥିଲା ରାଲି। ମଞ୍ଚ ଉପରେ ଠିଆ ହୋଇ ମନ୍ତ୍ରୀ ଲୋକଙ୍କୁ ଦେଉଥିଲେ ଭାଷଣ। ଏତିକି ବେଳେ ହଠାତ୍‌ ଚେତାଶୂନ୍ୟ ହୋଇପଡିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ। ମହାରାଷ୍ଟ୍ରର ୟବତମାଲରେ ନିର୍ବାଚନ ରାଲିରେ ଘଟିଛି ଏଭଳି କିଛି ଘଟଣା।

Advertisment

ଆଜି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ନୀତିନ ଗାଡି ମହାରାଷ୍ଟ୍ରର ୟବତମାଲରେ ମହାୟୁତିର ବିଜେପି ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିଥିଲେ। ଏହାପରେ ପସୁଦରେ ସେ ଏକ ନିର୍ବାଚନ ସଭାରେ ଯୋଗ ଦେଇ ଭାଷଣ ଦେଉଥିଲେ। ଏତିକି ବେଳେ ହଠାତ୍‌ ସେ ମଞ୍ଚ ଉପରେ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ ହୋଇ ସେ ତଳେ ପଡି ଯାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ସୁରକ୍ଷାକର୍ମୀ ଓ ଉପସ୍ଥିତ ଲୋକେ ଟେକି ନେଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ପୂର୍ବରୁ ମଧ୍ୟ ଏହିଭଳି ଭାବେ ଗଡକାରୀ ୨୦୧୮ରେ ସର୍ବସମ୍ମୁଖ ଅସୁସ୍ଥ ହୋଇପଡିଥିଲେ। ମହାରାଷ୍ଟ୍ରର ଅହମ୍ମଦନଗରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହଠାତ୍ ମଞ୍ଚ ଉପରେ ସେ ଅଚେତ ହୋଇଯାଇଥିଲେ। ଏହି ସମୟରେ ମଞ୍ଚରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ବିଦ୍ୟାସାଗର ରାଓ ଉପସ୍ଥିତ ଥିଲେ। ରାଜ୍ୟପାଳ ଗଡ଼କରୀଙ୍କୁ ମଞ୍ଚରେ ସମ୍ଭାଳି ଥିଲେ।

Advertisment

ଚଳିତ ବର୍ଷ ଗଡ଼କରୀ ପୁଣି ଥରେ ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ନାଗପୁର ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଗଡ଼କରୀ ଏହି ଆସନରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି।

Viral Video Nitin Gadkari Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe