Advertisment

ମିଳିଲାନି ଟିକେଟ୍, ହନୁମାନ ଚାଳିଶା ପାଠ କଲେ ନେତା

ନିଜ ସମର୍ଥକଙ୍କ ସହ ମିଶି ବାଜା ମୃଦଙ୍ଗ ବଜାଇ ହନୁମାନ ଚାଳିଶା ପାଠ କରିଛନ୍ତି।

author-image
Madhupriya Mistry
Hanuman Chalisha Patha

Hanuman Chalisha Patha

ମିଳିଲାନି ଟିକେଟ୍‌। ରାଗିଗଲେ ନେତା। ଘର ବାହାରେ ବସି କରିଲେ ହନୁମାନ ଚାଳିଶା ପାଠ। ନିଜ ସମର୍ଥକଙ୍କ ସହ ମିଶି ବାଜା ମୃଦଙ୍ଗ ବଜାଇ ପାଠ କଲେ ହନୁମାନ ଚାଳିଶା। ଜଣେ କଂଗ୍ରେସ ନେତାଙ୍କୁ ଟିକେଟ ନମିଳିବାରୁ ଏଭଳି କିଛି ନିଆରା ବୋରଧ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ।

Advertisment

ବିଶ୍ୱକର୍ମା ସମାଜର ବିଷ୍ଣୁ ବିଶ୍ୱକର୍ମା। ଭୋପାଳର ହୁଜୁର ଆସନରୁ କଂଗ୍ରେସ ତାଙ୍କୁ ଟିକେଟ ଦେବ ବୋଲି ଆଶା ରଖିଥିଲେ। କିନ୍ତୁ ମଧ୍ୟପ୍ରଦେଶ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ତାଲିକାର ତାଙ୍କ ନାଁ ନଥିଲା। ବାସ୍‌ ଏତିକିରେ ରାଗି ଯାଇଥିଲେ ଏହି କଂଗ୍ରେସ ନେତା। ସେ ଦଳପ୍ରତି ନିଜ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଳନାଥଙ୍କ ବଙ୍ଗଳା ବାହାରେ ଡେରା ପକାଇଛନ୍ତି। ନିଜ ସମର୍ଥକଙ୍କ ସହ ମିଶି ରାଗରେ କମଳନାଥଙ୍କ ଘର ବାହାରେ ବସି କରିଛନ୍ତି ୫୦୧ ହନୁମାନ ଚାଳିଶା ପାଠ। ବାଜା ଓ ମୃଦଙ୍ଗ ବଜାଇ ସେ ଦଳ ପ୍ରତି ନିଜ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କ୍ରୋଧିତ କଂଗ୍ରେସ କର୍ମୀମାନେ କହିଛନ୍ତି ଯେ କିଛି ଲୋକ ଷଡ଼ଯନ୍ତ୍ର କରୁଛନ୍ତି ଏବଂ କମଲନାଥଙ୍କ ପ୍ରତି ବିଶ୍ୱାସଘାତକତା କରୁଛନ୍ତି। କମଳନାଥଙ୍କ ଏଭଳି ସ୍ୱଭାବ ହିଁ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେଉନାହିଁ। ଭୋପାଳର ହୁଜୁର ଆସନରୁ କଂଗ୍ରେସ ନରେଶ ଜ୍ଞାନଚନ୍ଦାନୀଙ୍କୁ ଟିକେଟ୍‌ ଦେଇଛି। ସେ ଘରୁ ବାହାରକୁ ନ ବାହାରି କିଭଳି ଟିକେଟ୍‌ ପାଇଲେ ବୋଲି କର୍ମୀମାନେ ପ୍ରଶ୍ନ କରିଛନ୍ତି।

Advertisment

ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏଥିପାଇଁ କଂଗ୍ରେସ ୨୨୯ ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ବିଜେପି ୨୨୮ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। କିନ୍ତୁ ଟିକେଟ୍ ବଣ୍ଟନ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ବିରୋଧ ଜାରି ରହିଛି। ଯେଉଁ ପ୍ରାର୍ଥୀଙ୍କ ଟିକେଟ୍ କଟାଯାଇଛି ସେମାନେ ଦଳ ବିରୋଧରେ ବିଦ୍ରୋହ କରୁଛନ୍ତି। କେତେକ ଆଶାୟୀ ପ୍ରାର୍ଥୀ ଟିକେଟ୍ ବଦଳାଇବାକୁ ଦଳ ଉପରେ ଚାପ ପକାଉଥିବା ଅଭିଯୋଗ କରିଥିବା ବେଳେ ଆଉ କିଛି ଦଳ ପରିବର୍ତ୍ତନ କରି ନିର୍ବାଚନ ଲଢ଼ିବାକୁ ସଜବାଜ ହୋଇଛନ୍ତି। ଏହାରି ଭିତରେ ଭୋପାଳର ହୁଜୁର ଆସନକୁ କଂଗ୍ରେସ କର୍ମୀଙ୍କ ଏଭଳି ନିଆରା ଢ଼ଙ୍ଗରେ ବିରୋଧ କରିଥିବା ଦେଖିବାକୁ ମିଳିଛି।

Congress Madhya Pradesh 2023 Assembly Poll Kamal Nath