Advertisment

ଛାତ୍ରୀଙ୍କୁ ମିଳିବ ଋତୁସ୍ରାବଜନିତ ଛୁଟି, କିନ୍ତୁ ଲାଗୁ ହେବ ସର୍ତ୍ତ...

ଛାତ୍ରୀମାନଙ୍କୁ ଋତୁସ୍ରାବଜନିତ ଛୁଟି ମିଳିବ । ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ ।

Menstrual-Perios

Menstrual-Perios

Advertisment

ଯୁବତୀ ତଥା ମହିଳାଙ୍କୁ କର୍ମକ୍ଷେତ୍ରରେ ଋତୁସ୍ରାବଜନିତ ଛୁଟି ମିଳିବା ଉଚିତ କି ନୁହେଁ ଏହାକୁ ନେଇ ଲାଗି ରହିଛି ତର୍କ । ଏହା ମଧ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ୟୁନିଭରସିଟି ।

Advertisment

ୟୁନିଭରସିଟି ପକ୍ଷରୁ ହୋଇଥିବା ଘୋଷଣାନାମା ଅନୁଯାୟୀ, ଛାତ୍ରୀମାନଙ୍କୁ ଋତୁସ୍ରାବଜନିତ ଛୁଟି ମିଳିବ । ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ । ପଞ୍ଜାବ ୟୁନିଭରସିଟିର ଭାଇସ ଚାନସେଲର ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ମାତ୍ର ଏଥିପାଇଁ କିଛି ସର୍ତ୍ତ ଲାଗୁ କରାଯାଇଛି।

ସର୍ତ୍ତ ଅନୁଯାୟୀ, ପ୍ରତି ମାସରେ ଛାତ୍ରୀମାନଙ୍କୁ ଋତୁସ୍ରାବଜନିତ ଛୁଟି କେବଳ ଗୋଟିଏ ଦିନ ମିଳିବ । ଏହି ଛୁଟି ପ୍ରତି ସେମିଷ୍ଟାର ପାଇଁ ୪ ଦିନ ଓ ବର୍ଷକ ପାଇଁ ୮ ଦିନ ଅନୁମୋଦିତ ହୋଇଛି । କିନ୍ତୁ ଏହାକୁ ନେବା ପାଇଁ ବି ଛାତ୍ରୀମାନଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ । ଯେପରିକି ଏହି ଛଟି ପାଇବାକୁ ବର୍ଷକରେ ସେମାନଙ୍କ ଉପସ୍ଥାନ ୭୫% ହେବା ଆବଶ୍ୟକ । ଏଥିପାଇଁ କେଉଁ ଛାତ୍ରୀଙ୍କୁ ଋତୁସ୍ରାବଜନିତ ଛୁଟି ମିଳିକ କି ନାହିଁ ତାହା ସେମାନଙ୍କ ଉପସ୍ଥାନ ଉପରେ ନିର୍ଭର କରେ।

Advertisment

ଏହାବାଦ ପରୀକ୍ଷା ସମୟରେ କିମ୍ବା ପ୍ରାକ୍ଟିକାଲ ପରୀକ୍ଷା ବେଳେ ଏହି ଛୁଟି ମିଳି ପାରିବ ନାହିଁ। କଲେଜର ଡାଇରେକ୍ଟର ବା ଚେୟାରମ୍ୟାନ ଏହି ଛୁଟି ଅନୁମୋଦନ କରିବେ।

ଏହି ଛୁଟି ପାଇବାକୁ ହେଲେ ଛାତ୍ରୀମାନଙ୍କୁ ଏକ ସେଲ୍ଫ ସାଟିଫିକେର୍ଟ ଦେବାକୁ ପଡ଼ିବ । ଏହାର ଆଗାମୀ ୫ ୱାର୍କିଂ ଦିନ ମଧ୍ୟରେ ଏଥିପାଇଁ ଫର୍ମ ପୂରଣ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ପ୍ରତି ସେମିଷ୍ଟାର ପିଛା ଛାତ୍ରୀଙ୍କୁ ୧୨ଟି ଛୁଟି ପ୍ରଦାନ କରିବାକୁ ପଞ୍ଜାବ ୟୁନିଭରସିଟିରେ ଦାବି ହୋଇ ଆସୁଥିଲା। ମାତ୍ର ବହୁ ମହିଳା ପ୍ରଫେସର ଏହି ଛୁଟିର ଆବଶ୍ୟକତାକୁ ବିରୋଧ କରୁଥିବା ବେଳେ କିଛି ଏହାକୁ ସମର୍ଥନ ଜଣାଇଥିଲେ। ଶେଷରେ ୟୁନିଭରସିଟି ପକ୍ଷରୁ କାଣ୍ଟଛାଣ୍ଟ କରାଯାଇ ଏହାକୁ ଲାଗୁ କରାଯାଇଛି।

Punjab Menstruation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe