Advertisment

ପତ୍ନୀଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତିକ ଯୌନ ସମ୍ପର୍କ ଅପରାଧ ନା ନୁହେଁ?

ଯଦି ଜଣେ ବ୍ୟକ୍ତି ତାଙ୍କ ପ୍ରାପ୍ତ ବୟସ୍କ ପତ୍ନୀଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତି ଶାରିରୀକ ସମ୍ପର୍କ ରଖୁଛନ୍ତି, ତା’ହେଲେ ଏହାକୁ କେବେ ହେଲେ ଅପରାଧ ଭାବେ ବିବେଚନା କରାଯାଇ ପାରିବ ନାହିଁ।

ଅଦ୍ୟତନ ହୋଇଛି
Court

Court

Advertisment

ପତ୍ନୀଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା କିମ୍ବା ତାଙ୍କୁ ଅପ୍ରାକୃତି ଯୌନ ସମ୍ପର୍କ ପାଇଁ ବାଧ୍ୟ କରିବା କ’ଣ ଅପରାଧ? ଏହାକୁ ନେଇ ଅନେକ ସମୟରେ ବିଭିନ୍ନ ରାଜ୍ୟର ହାଇକୋର୍ଟ ଭିନ୍ନଭିନ୍ନ ମତ ରଖିଛନ୍ତି। ଏହାକୁ ନେଇ ଅନେକ ସମୟରେ ବିତର୍କ ମଧ୍ୟ ହୋଇଛି। କିନ୍ତୁ ଏବେ ଛତିଶଗଡ଼ ହାଇକୋର୍ଟ ସମସ୍ତଙ୍କୁ ଚକିତ କରିବା ଭଳି ରାୟ ଦେଇଛନ୍ତି।

Advertisment

ଯଦି ଜଣେ ବ୍ୟକ୍ତି ତାଙ୍କ ପ୍ରାପ୍ତ ବୟସ୍କ ପତ୍ନୀଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତି ଶାରିରୀକ ସମ୍ପର୍କ ରଖୁଛନ୍ତି, ତା’ହେଲେ ଏହାକୁ କେବେ ହେଲେ ଅପରାଧ ଭାବେ ବିବେଚନା କରାଯାଇ ପାରିବ ନାହିଁ। ପତ୍ନୀଙ୍କ ସହ ତାଙ୍କ ସ୍ୱାମୀ ଯେକୌଣସି ପ୍ରକାରର ଶାରୀରିକ ସମ୍ପର୍କ ରଖିପାରିବେ ବୋଲି ଛତିଶଗଡ଼ ହାଇକୋର୍ଟ ରାୟ ଦେଇଛନ୍ତି।

ହାଇକୋର୍ଟ ବିଚାରପତି ଜଷ୍ଟିସ ନରେନ୍ଦ୍ର କୁମାର ବ୍ୟାସ ଜଗଦଲପୁରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଦୋଷ ମୁକ୍ତ କରିଛନ୍ତି। ପୂର୍ବରେ ଏହି ବ୍ୟକ୍ତି ଜଣଙ୍କ ଦୁଷ୍କର୍ମ ଓ ଅନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବ୍ୟକ୍ତି ଜଣଙ୍କୁ ୨୦୧୭ରେ ଗିରଫ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ବସ୍ତର ଜିଲ୍ଲାର ଟ୍ରାଏଲ କୋର୍ଟ ଅଭିଯୁକ୍ତଙ୍କ ପତ୍ନୀଙ୍କ ମୃତ୍ୟୁ ହେବାରୁ ତାଙ୍କୁ ଆଇପିସିର ଧାରା ୩୭୬(ଦୁଷ୍କର୍ମ), ୩୭୭(ଅପ୍ରାକୃତିକ ଯୌନ ସମ୍ପର୍କ) ଓ ୩୦୪ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ।

Advertisment

ହାଇକୋର୍ଟ ପ୍ରଥମେ ଗତବର୍ଷ ନଭେମ୍ବର ୧୯ରେ ରାୟ ସଂରକ୍ଷିତ ରଖିଥିଲେ। ସୋମାବର ଅର୍ଥାତ ୨୦୨୫ ଫେବୃଆରୀ ୧୦ରେ ରାୟ ପ୍ରକାଶ କରିଛନ୍ତି। ବିଚାରପତି କହିଛନ୍ତି, “ଯଦି ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ ନୁହେଁ, ତା’ହେଲେ ସ୍ୱାମୀଙ୍କ ଦ୍ୱାରା ଯେକୌଣସି ପ୍ରକାରର ଶାରୀରିକ ସମ୍ପର୍କକୁ କେବେ ହେଲେ ଦୁଷ୍କର୍ମ ଭାବେ ବିବେଚନା କରାଯାଇ ପାରିବ ନାହିଁ। ସେହିପରି ପତ୍ନୀଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତି ଯୌନ ସମ୍ପର୍କ ମଧ୍ୟ ଏପରି ସ୍ଥିତିରେ ନିଜର ଗୁରୁତ୍ୱ ହରାଇଥାଏ।”

ସରକାରୀ ଓକିଲଙ୍କ ସୂଚନା ଅନୁସାରେ, ବସ୍ତର ଜିଲ୍ଲାର ଜଗଦଲପୁରରେ ରହୁଥିବା ଅଭିଯୁକ୍ତଙ୍କୁ ୨୦୧୭ ଡିସେମ୍ବର ୧୧ରେ ଗିରଫ କରାଯାଇଥିଲା। ସେହି ଦିନ ତାଙ୍କ ପତ୍ନୀ ଗୋଟିଏ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। କିନ୍ତୁ ମୃତ୍ୟୁ ପୂର୍ବରୁ ସେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ନିକଟରେ ନିଜର ବୟାନ ରେକର୍ଡ କରାଇଥିଲେ।

ମହିଳା ଜଣଙ୍କ ପ୍ରବଳ ଯନ୍ତ୍ରଣା ସମ୍ପର୍କରେ ଅଭିଯୋଗ କରିଥିଲେ ଓ ପରିବାର ବର୍ଗଙ୍କୁ ଜଣାଇଥିଲେ ଯେ ସ୍ୱାମୀ ତାଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଛନ୍ତି। ମାଜିଷ୍ଟ୍ରେଟଙ୍କ ନିକଟରେ ମହିଳା ଜଣଙ୍କ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିଲେ ଯେ ସ୍ୱାମୀ ତାଙ୍କୁ ବଳ ପୂର୍ବକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ସେ ସମୟକ୍ରମେ ରୋଗଗ୍ରସ୍ତ ହୋଇ ଚାଲିଥିଲେ।

ଏହି ବୟାନକୁ ଆଧାର କରି ୨୦୧୯ ମସିହା ଫେବୃଆରୀ ୧୧ରେ ଜଗଦଲପୁରରେ ଥିବା ଅତିରିକ୍ତ ସେସନ୍ସ ଜଜ(ଫାଷ୍ଟ ଟ୍ରାକ କୋର୍ଟ) ଅଭିଯୁକ୍ତ ସ୍ୱାମୀଙ୍କୁ ଧାରା ୩୭୭, ୩୭୬ ଓ ୩୦୪ ଦଫାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ବ୍ୟକ୍ତି ଜଣଙ୍କ ବିଲାସପୁର ହାଇକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟରେ ଶୁଣାଣି ବେଳେ ଅଭିଯୁକ୍ତଙ୍କ ଓକିଲ ଯୁକ୍ତି କରିଥିଲେ ଯେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ କୌଣସି ପ୍ରକାରର ଆଇନଗତ ପ୍ରମାଣ ନାହିଁ। କେବଳ ପୀଡ଼ିତାଙ୍କ ବୟାନକୁ ଆଧାର କରି ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସେହିପରି ଦୁଇ ଜଣ ସାକ୍ଷୀଙ୍କ ବୟାନକୁ ମଧ୍ୟ ଟ୍ରାଏଲ କୋର୍ଟ ଅଣଦେଖା କରିଛନ୍ତି। ସେମାନେ କହିଥିଲେ ଯେ ମହିଳା ଜଣଙ୍କ ନିଜର ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେବା ଦିନ ଠାରୁ ପାଇଲ୍ସରେ ପୀଡ଼ିତ ଥିଲେ। ଏଥିଯୋଗୁ ତାଙ୍କର ରକ୍ତସ୍ରାବ ହେଉଥିଲା ଓ ତଳି ପେଟ ମଧ୍ୟ ବେଳେବଳେ ଯନ୍ତ୍ରଣା ହୋଇଥାଏ ବୋଲି ଓକିଲ ଜଣଙ୍କ ଯୁକ୍ତି ବାଢ଼ିଥିଲେ।

କିନ୍ତୁ ରାଜ୍ୟ ସରକାର ଟ୍ରାଏଲ କୋର୍ଟଙ୍କ ରାୟକୁ ଠିକ ବୋଲି କହିଥିଲେ। ଏଥିସହ ଆବେଦନକୁ ଖାରଜ କରିବାକୁ ଯୁକ୍ତି କରିଥିଲେ। ତେବେ କୋର୍ଟ ସରକାରୀ ଓକିଲଙ୍କ ଯୁକ୍ତିଙ୍କୁ ଶୁଣି ନଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦୁଷ୍କର୍ମ ଓ ଅପ୍ରାକୃତି ଶାରୀରିକ ସମ୍ପର୍କର କୌଣସି ସ୍ଥାନ ନାହିଁ। ସେମାନଙ୍କ ମଧ୍ୟରେ ଥିବା ଶାରୀରିକ ସମ୍ପର୍କକୁ କେବେ ହେଲେ ଦୁଷ୍କର୍ମ ଭାବେ ବିବେଚନା କରାଯାଇ ପାରିବ ନାହିଁ।

୨୦୧୩ରେ ଆଇପିସିର ଧାରା ୩୭୫ରେ ସଂଶୋଧନ ହୋଇଥିଲା। ଏଥିରେ ଗୋଟିଏ ନୂଆ କ୍ଲଜ ଯୋଡ଼ା ଯାଇଥିଲା। ଏଥିରେ କୁହାଯାଇଛି ଯେ ଯଦି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ତା’ହେଲେ ଏହାକୁ ଦୁଷ୍କର୍ମ ବୋଲି ଧରା ଯିବ ନାହିଁ। ତେଣୁ ଯଦି ଜଣେ ସ୍ୱାମୀ ତାଙ୍କ ପ୍ରାପ୍ତ ବୟସ୍କ ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଛନ୍ତି, ତା’ହେଲେ ଏହାକୁ ଧାରା ୩୭୭ ଅଧୀନରେ ଅପରାଧ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। କୋର୍ଟ ଏପରି ରାୟ ଦେବା ସହ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିଛନ୍ତି। ଏଥିସହ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Chhattisgarh High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe