Advertisment

ଅସୁସ୍ଥ ସିନ୍ଦେ ଏବେ ଗାଁରେ, ଆଜି ନେଇ ପାରନ୍ତି ବଡ଼ ନିଷ୍ପତ୍ତି

ଏକନାଥ ସିନ୍ଦେ ଅସୁସ୍ଥ ଅଛନ୍ତି। ତାଙ୍କୁ ଜ୍ୱର ଓ ଥଣ୍ଡା ହୋଇଛି। ଏହି କାରଣରୁ ସେ ନିଜ ପୈତୃକ ଗାଁକୁ ଯାଇଥିବା ଶିବସେନା ସ୍ପଷ୍ଟ କରିଛି।

undefined

Eknath Shinde

Advertisment

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବ? ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ବିବାଦ। ଏହାରି ଭିତରେ ନିଜ ଗାଁକୁ ଚାଲି ଯାଇଛନ୍ତି ଏକନାଥ ସିନ୍ଦେ। ତେବେ ଅସନ୍ତୁଷ୍ଟ ହୋଇ ସତାରା ଜିଲ୍ଲାରେ ଥିବା ନିଜ ପୈତୃକ ଗାଁକୁ ଚାଲିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଏବେ ଶିବସେନା ଖଣ୍ଡନ କରିଛି।

Advertisment

ଏକନାଥ ସିନ୍ଦେ ଅସୁସ୍ଥ ଅଛନ୍ତି। ତାଙ୍କୁ ଜ୍ୱର ଓ ଥଣ୍ଡା ହୋଇଛି। ଏହି କାରଣରୁ ସେ ନିଜ ପୈତୃକ ଗାଁକୁ ଯାଇଛନ୍ତି। ପୋର୍ଟଫୋଲିଓ ଆବଣ୍ଟନ ଏବଂ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ଆଲୋଚନା କରି ଦିଲ୍ଲୀରୁ ଫେରିବା ପରେ ସିନ୍ଦେ ନିଜ ସହର ସତାରାକୁ ଯାତ୍ରା କରିଛନ୍ତି। ଦିଲ୍ଲୀରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦେଖା କରି କଥା ହୋଇଥିଲେ। ସେ ଅସନ୍ତୁଷ୍ଟ ହୋଇ ଚାଲି ଯାଇଛନ୍ତି ବୋଲି କହିବା ଭୁଲ୍‌ ହେବ ବୋଲି ଦଳ କହିଛି।

ଅନ୍ୟ ଜଣେ ଶିବସେନା ନେତା ସଞ୍ଜୟ ଶିରସାଟ କହିଛନ୍ତି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକନାଥ ସିନ୍ଦେ ଏକ ବଡ଼ ନିଷ୍ପତ୍ତି ନେବେ। ତେବେ ମହାରାଷ୍ଟ୍ର ରାଜନୀତିରେ ତାଙ୍କର ଆଗ୍ରହ ଥିବାରୁ ଶିବସେନା ମୁଖ୍ୟ କେନ୍ଦ୍ର କ୍ୟାବିନେଟରେ କୌଣସି ପଦ ଗ୍ରହଣ କରିବେ ନାହିଁ ବୋଲି ସେ ଦାବି କରିଛନ୍ତି। ଗୁରୁବାର ରାତିରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସେ ଅସୁସ୍ଥ ଥିଲେ ବୋଲି ଶିବସେନା ନେତା କହିଛନ୍ତି।

Advertisment

କହିରଖୁ ଯେ, ଶୁକ୍ରବାର ମହାୟୁତି ତିନ ବଡ଼ ନେତା ଏକନାଥ ସିନ୍ଦେ, ବିଜେପି ନେତା ଦେବେନ୍ଦ୍ର ଫଡ୍‌ନାବିସ ଓ ଏନ୍‌ସିପି ପ୍ରମୁଖ ଅଜିତ ପାୱାରଙ୍କର ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ୩ ଘଣ୍ଟାର ଏକ ବୈଠକ ହୋଇଥିଲା। ବୈଠକ ପରେ ୩ ଜଣ ଯାକ ନେତା ମୁମ୍ବାଇ ଫେରି ଆସିଥିଲେ। ଆଜି ଚର୍ଚ୍ଚା ପାଇଁ ମୁମ୍ବାଇରେ ମହାୟୁତି ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକ ରଦ୍ଦ ହୋଇଯାଇଛି। ଏହାପରେ ସରକାର ଗଠନ ନିଷ୍ପତ୍ତିରେ ସିନ୍ଦେ ରାଗିଛନ୍ତି ଏବଂ ତେଣୁ ସେ ସତାରା ଜିଲ୍ଲାର ତାଙ୍କ ଗାଁକୁ ଯାଇଛନ୍ତି କି? ବୋଲି ଚର୍ଚ୍ଚା ହୋଇଥିଲା।

Maharashtra Politics Eknath Shinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe