Advertisment

ବାଘ ନିକଟରେ ଲଗାଇ ଦେଲେ ବସ୍‌, ୨ ଗାଇଡ ସମେତ ୪ ସସ୍‌ପେଣ୍ଡ

ନିୟମ ବାହାରକୁ ଯାଇ ସେମାନେ ପର୍ଯ୍ୟଟକଙ୍କୁ ବାଘଙ୍କ ନିକଟକୁ ନେଇଗଲେ। ଏପରି ଏକ ଘଟଣାର ଭିଡିଓ ଭାଇରାଲ ହେବା ପରେ ସମୁଦାୟ ୪ ବନ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

author-image
Niharika Rout
Tiger

Tiger

ବାଘ ପ୍ରକଳ୍ପରେ ପର୍ଯ୍ୟଟକଙ୍କୁ ବୁଲାଇବା ବେଳେ ନିୟମ ଉଲ୍ଲଘଂନ କଲେ କିଛି କର୍ମଚାରୀ ଓ ଡ୍ରାଇଭର। ନିୟମ ବାହାରକୁ ଯାଇ ସେମାନେ ପର୍ଯ୍ୟଟକଙ୍କୁ ବାଘଙ୍କ ନିକଟକୁ ନେଇଗଲେ। ଏପରି ଏକ ଘଟଣାର ଭିଡିଓ ଭାଇରାଲ ହେବା ପରେ ସମୁଦାୟ ୪ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେମାନଙ୍କ ମଧ୍ୟରେ ୨ଜଣ ଗାଇଡ ଓ ଦୁଇ ଜଣ ବସ୍‌ ଡ୍ରାଇଭର ଅଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ପିଲିଭିତ ଟାଇଗର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଘଟିଛି।

Advertisment

ଏହି ଘଟଣା ବୁଧବାରର ବୋଲି ଜଣାଯାଇଛି। ଉକ୍ତ ସମୟରେ ବାଘ ସଫାରୀ ମଧ୍ୟରେ ପର୍ଯ୍ୟଟକମାନେ ବସ୍‌ ଯୋଗେ ବୁଲୁଥିଲେ। ଉକ୍ତ ସମୟରେ ଏକ ପର୍ଯ୍ୟଟକମାନେ ଏକ ବାଘକୁ ଦେଖିଥିଲେ। ଏହାପରେ ସେମାନଙ୍କ କହିବାନୁଯାୟୀ ଡ୍ରାଇଭର ନିୟମ ଉଲ୍ଲଘଂନ କରି ଉକ୍ତ ବାଘ ନିକଟକୁ ଗାଡ଼ିକୁ ନେଇ ଯାଇଥିଲେ।

ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଟାଇଗର ରିଜର୍ଭର ଉପନିର୍ଦ୍ଦେଶକ କ୍ଷେତ୍ରୀୟ ବନ ଅଧିକାରୀଙ୍କୁ ଏନେଇ ରିପୋର୍ଟ ମାଗିଥିଲେ। ଏହାପରେ ନିୟମ ଉଲ୍ଲଘଂନ ଅଭିଯୋଗରେ ସେଠାରେ ଉପସ୍ଥିତ ଥିବା ୨ ଗାଇଡ ଓ ୨ ଡ୍ରାଇଭରଙ୍କୁ ୧୫ ଦିନ ପାଇଁ ସସ୍‌ପେଣ୍ଡ କରାଯାଇଛି।

Advertisment

ସୂଚନାଯୋଗ୍ୟ, କିଛି ମାସ ପୂର୍ବେ ପିଲିଭିତ ଟାଇଗର ରିଜର୍ଭ ଫରେଷ୍ଟ ଅଞ୍ଚଳରେ କିଛି ମାସ ପୂର୍ବେ ଏକ ବାଘ ନିଜ ଜମିରେ ଚାଷ କରୁଥିବା ଜଣେ ଚାଷୀଙ୍କୁ ନିଜ ଶିକାର କରିଥିଲା। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା।

Uttar Pradesh