Advertisment

ନକ୍ସଲ ଗତିବିଧିରେ ସାମିଲ ଥିଲେ ପତିପତ୍ନୀ, ଉଠାଇ ନେଲା ATS

ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବନ୍ଧା ହୋଇଥିବା ପତିପତ୍ନୀ ୨୦୧୭-୨୦୧୮ ମସିହାରେ ଜଣେ ଟପ୍‌ ନକ୍ସଲ ନେତା ଶ୍ରୀନିବାସନଙ୍କୁ ଶରଣ ଦେଇଥିଲେ।

ATS

ATS

Advertisment

ନକ୍ସଲ ଗତିବିଧିରେ ସାମିଲ ଥିଲେ ପତିପତ୍ନୀ। ଉଠାଇ ନେଲା ATS । ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି। ATS ଦ୍ୱାରା ବନ୍ଧା ହୋଇଥିବା ଦମ୍ପତି ହେଲେ କୃପାଶଙ୍କର ସିଂହ ଓ ତାଙ୍କ ପତ୍ନୀ ବିନ୍ଦା ସୋନା । ଉଭୟ ପ୍ରତିବନ୍ଧିତ ନକ୍ସଲ ସଙ୍ଗଠନ ଭାକପାର ସଦସ୍ୟ ଥିଲେ। ଏପରିକି ଦେଶ ବିରୋଧରେ ହେଉଥିବା ଷଡଯନ୍ତ୍ରରେ ବି ଉଭୟ ସାମିଲ ଥିଲେ।

Advertisment

ଏନେଇ ATS ପକ୍ଷରୁ କୁହାଯାଇଛି, ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବନ୍ଧା ହୋଇଥିବା ପତିପତ୍ନୀ ୨୦୧୭-୨୦୧୮ ମସିହାରେ ଜଣେ ଟପ୍‌ ନକ୍ସଲ ନେତା ଶ୍ରୀନିବାସନଙ୍କୁ ଶରଣ ଦେଇଥିଲେ। ସେତେବେଳେ ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେମାନେ ଶ୍ରୀନିବାସନଙ୍କୁ ଫର୍ଜି ନାମରେ ଏକ ଗାଁରେ ରଖିଥିବା ବେଳେ ନିକଟସ୍ଥ ଏକ ସ୍କୁଲରେ ବି କାମରେ ନିୟୋଜିତ କରାଇଥିଲେ।

ଏହାପରେ ATS ପକ୍ଷରୁ କୁହାଯାଇଛି, ୨୦୧୯ ମସିହାରେ ନକ୍ସଲ ଗତିବିଧିରେ ସାମିଲ ହେବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ଜବତ ଇଲୋକ୍ଟ୍ରୋନିକ୍ସ ସରଞ୍ଜାମରୁ କୃପାଶଙ୍କର ଓ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ଯାଞ୍ଚ କରାଯାଇ ସେମାନଙ୍କ ବିରୋଧରେ ଅଧିକ ତଥ୍ୟ ଯୋଗାଡ଼ କରାଯାଇଥିଲା।

Advertisment

କୃପାଶଙ୍କର ରାୟପୁରରେ ଏକ ଏନଜିଓରେ କାମ କରୁଥିବା ବେଳେ ବିନ୍ଦା ସୋନାଙ୍କ ସମ୍ପର୍କରେ ଆସିଥିଲେ। ଏହାପରେ ଉଭୟ ବିବାହ କରିଥିଲେ। ବିବାହ ପରେ ଉଭୟ ବ୍ୟାନ୍‌ ହୋଇଥିବା ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe