Advertisment

ଗୀତ ବଜାଇବାକୁ ନେଇ ମହାଭାରତ, ଦୁଇ ମହିଳା ଗୋଷ୍ଠୀ ହାତାହାତି

ଗୀତ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହେଲା। ଏହାପରେ ଉତ୍ତ୍ୟକ୍ତ ହୋଇ ଯାଇଥିବା ମହିଳାମାନେ ଘରୁ ଠେଙ୍ଗା ବାଡ଼ି ଆଣି ଅପରପକ୍ଷଙ୍କୁ ପିଟିବାକୁ ଲାଗିଲେ।

author-image
Niharika Rout
Violence

Violence

ଗୀତ ବଜାଇବାକୁ ନେଇ ହେଲା ମହାଭାରତ । ଓଢ଼ଣୀ ତଳେ ରହି ଗୀତ ଗାଉଥିବା ମହିଳା ପାଲଟିଗଲେ ହିଂସ୍ର। ଆଉ ବିଚ୍‌ ରାସ୍ତାରେ ଦୁଇ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ ହେଲା ହାତାହାତି। ଏଥିରେ ଦୁଇ ମହିଳା ଆହତ ହୋଇଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବାଗପତରେ ଘଟିଛି।

Advertisment

ଗୀତ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହେଲା। ଏହାପରେ ଉତ୍ତ୍ୟକ୍ତ ହୋଇ ଯାଇଥିବା ମହିଳାମାନେ ଘରୁ ଠେଙ୍ଗା ବାଡ଼ି ଆଣି ଅପରପକ୍ଷଙ୍କୁ ପିଟିବାକୁ ଲାଗିଲେ।

ବିଚ୍‌ ରାସ୍ତାରେ ବହୁ ସମୟ ପର୍ଯ୍ୟନ୍ତ ମହିଳାଙ୍କ ମଧ୍ୟରେ ଏପରି ମାରପିଟ୍‌ ଚାଲିଥିବା ବେଳେ ଏହାକୁ ମିମାଂସା କରିବାକୁ କେହି ଆଗେଇ ଆସିଲେନି। ଫଳରେ ଏହି ମାଡ଼ଗୋଳ ସମୟରେ ଦୁଇ ମହିଳା ଆହତ ହୋଇଛନ୍ତି। ସେମାନେ ମା’ ଝିଅ ବୋଲି ଜଣାଯାଇଛି। ଉଭୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଆକ୍ସନ ମୁଡକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ୮ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Uttar Pradesh