Advertisment

ଡିଭାଇଡରରେ ପିଟି ହେଲା ମର୍ସିଡିଜ କାର୍‌, ମନ୍ତ୍ରୀଙ୍କ ପୁଅବୋହୂ ଗୁରୁତର

ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଡିଭାଇଡରରେ ପିଟି ହୋଇ ଓଲଟି ଯାଇଥିଲା । ଏହି ଦୁର୍ଘଟଣାରେ ଗାଡ଼ିରେ ଜଣେ ମନ୍ତ୍ରୀଙ୍କ ପୁଅବୋହୂ ଗୁରୁତର ହୋଇଛନ୍ତି।

author-image
Niharika Rout
Accident

Accident

ଉତ୍ତରପ୍ରଦେଶର ଲକ୍ଷ୍ନୌ ଦେଇ ଯାଇଥିବା ଆଗ୍ରା ଏକ୍ସପ୍ରେସ ୱେରେ ଗତକାଲି ଏକ ମର୍ସିଡିଜ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଡିଭାଇଡରରେ ପିଟି ହୋଇ ଓଲଟି ଯାଇଥିଲା । ଏହି ଦୁର୍ଘଟଣାରେ ଗାଡ଼ିରେ ଜଣେ ମନ୍ତ୍ରୀଙ୍କ ପୁଅବୋହୂ ଗୁରୁତର ହୋଇଛନ୍ତି।

Advertisment

ଏହି ମନ୍ତ୍ରୀଜଣକ ହେଉଛନ୍ତି ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଗୋପାଳ ନନ୍ଦୀ । ଗୋପାଳ ନନ୍ଦୀଙ୍କ ପୁଅଙ୍କ ବିବାହ ଗତ ଜୁଲାଇ ୧୧ ତାରିଖରେ ଶ୍ରୀନଗରର ଡାଲ ହ୍ରଦରେ ବେଶ୍‌ ଆଡମ୍ବର ସହକାରେ ହୋଇଥିଲା। ଉକ୍ତ ହାଇ ପ୍ରୋଫାଇଲ ବିବାହ ଉତ୍ସବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଯୋଗ ଦେଇଥିଲେ।

ଗତକାଲି ମନ୍ତ୍ରୀଙ୍କ ପୁଅବୋହୂ ଦୁହେଁ ମର୍ସିଡିଜ କାର୍‌ରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲେ। ମନ୍ତ୍ରୀଙ୍କ ପୁଅ କାର୍‌ ଡ୍ରାଇଭ କରୁଥିଲେ। ଗାଡ଼ିଟି ଆଗ୍ରା ଏକ୍ସପ୍ରେସ ୱେରେ ଦ୍ରୁତ ଯାଉଥିବା ବେଳେ ହଠାତ୍‌ ତାହା ଡିଭାଇଡରରେ ପିଟି ହୋଇ ଓଲଟି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଇଞ୍ଜିନ ଛିନଛତ୍ର ହୋଇ ଯାଇଥିବା ଜଣାଯାଇଛି। 

Advertisment

ସ୍ଥାନୀୟ ଲୋକେ ତୁରନ୍ତ ଗାଡ଼ିରୁ ଉଭୟ ପତିପତ୍ନୀଙ୍କୁ ବାହାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଉଭୟଙ୍କୁ ଲକ୍ଷ୍ନୌ ରେଫର୍‌ କରି ଦିଆଯାଇଥିବା ଜଣାଯାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Uttar Pradesh