Advertisment

ଯୁବତୀଙ୍କୁ ତାଲା ପକାଇ କରୁଥିଲେ ବଳାତ୍କାର, ବନ୍ଧା ହେଲେ ୨ ପୁଲିସ୍‌ ଭାଇ

ନିଜ ବଡ଼ ଭାଇ ସହ ମିଶି ଏକ ଫ୍ଲାଟରେ ତାଲା ପକାଇ ଜୋରଜବରଦସ୍ତି ଯୁବତୀଙ୍କ ଇଜ୍ଜତ ସହ ଖେଳି ଚାଲିଲେ। ଏଥିଯୋଗୁ ଯୁବତୀଜଣକ ୨ ଥର ଗର୍ଭବତୀ ହୋଇଥିବା ବେଳେ ତାଙ୍କୁ ଡରାଇ ଧମକାଇ ଗର୍ଭପାତ ବି କଲେ।

author-image
Niharika Rout
Rape

Rape

 ବିବାହ ପ୍ରତିଶ୍ରୁତି ଦେଇ ରକ୍ଷା କଲେନି। ନିଜ ବଡ଼ ଭାଇ ସହ ମିଶି ଏକ ଫ୍ଲାଟରେ ତାଲା ପକାଇ ଜୋରଜବରଦସ୍ତି ଯୁବତୀଙ୍କ ଇଜ୍ଜତ ସହ ଖେଳି ଚାଲିଲେ। ଏଥିଯୋଗୁ ଯୁବତୀଜଣକ ୨ ଥର ଗର୍ଭବତୀ ହୋଇଥିବା ବେଳେ ତାଙ୍କୁ ଡରାଇ ଧମକାଇ ଗର୍ଭପାତ ବି କଲେ। ଦୀର୍ଘ ଦିନ ଧରି ଏପରି ଅସହ୍ୟ ନିର୍ଯାତନାର ଶିକାର ହୋଇଥିବା ଯୁବତୀ ଶେଷରେ ଥାନାର ଦ୍ୱାରସ୍ଥ ହେଲେ। ଫଳରେ ବନ୍ଧା ହେଲେ ତାଙ୍କ ପ୍ରେମିକ ଓ ତାଙ୍କ ବଡ଼ ଭାଇ। ଗିରଫ ହୋଇଥିବା ୨ ଭାଇ ପୁଲିସ୍‌ ବୋଲି ଜଣାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶରେ ଘଟିଛି।

Advertisment

ନିଜ ଲିଖିତ ଅଭିଯୋଗରେ ଯୁବତୀଜଣକ କହିଛନ୍ତି, ଇମ୍ରାନ ମିର୍ଜାଙ୍କ ସହ ଦୀର୍ଘ ଦିନ ହେବ ମୋର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହାପରେ ବିବାହ ପ୍ରତିଶ୍ରୁତି ଦେଇ ଇମ୍ରାନ ବିଭିନ୍ନ ହୋଟେଲ ନେଇ ଶାରୀରିକ ସମ୍ପର୍କ ରଖୁଥିଲେ। ମାତ୍ର ପରେ ବିବାହ ପାଇଁ ଆଉ ଧରା ଦେଲେନି। ଇତି ମଧ୍ୟରେ ଜୋରଜବରଦସ୍ତ ୨ ଥର ତାଙ୍କର ଗର୍ଭପାତ ବି କରାଇଥିଲେ।

ଏହାପରେ ଯୁବତୀଜଣକ କଥା ବାହାରେ ପ୍ରଘଟ କରି ଦେବାର ଧମକ ଦେବାରୁ ଭୟଭୀତ ହୋଇ ପଡ଼ିଥିବା ଇମ୍ରାନ ମିଠା ମିଠା କହି ତାଙ୍କୁ ନେଇ ଏକ ଫ୍ଲାଟରେ ରଖିଥିଲେ। ସେଠାରେ ସେ ତାଙ୍କୁ ବନ୍ଦୀ ଭାବେ ରଖିବା ସହ ବାହାରୁ ସବୁବେଳେ ତାଲା ପକାଇ ଦେଉଥିଲେ। ସେଠାରେ ସେ ଦୀର୍ଘ ଦିନ ଧରି ଯୁବତୀଙ୍କ ସହ ଜବରଦସ୍ତି ଭାବେ ଶାରୀରିକ ସମ୍ପର୍କ ରଖୁଥିଲେ। କେବଳ ଇମ୍ରାନ ନୁହେଁ ତାଙ୍କ ବଡ଼ ଭାଇ ବି ସେଠାକୁ ଯାଇ ଉକ୍ତ ଯୁବତୀଙ୍କୁ ବଳାତ୍କାର କରୁଥିଲେ। ଏକଥା ବାହାରେ ପ୍ରଘଟ କଲେ ମାରି ଦେବାକୁ ଧମକ ଦେଉଥିଲେ। ଏଥିସହ ଧର୍ମ ପରିବର୍ତ୍ତନ କରିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଯୁବତୀଜଣକ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

Advertisment

ସେଠାରୁ ଖସି ଯୁବତୀଜଣକ ଏନେଇ ବରେଲି ଜୋନ୍‌ର ଆଇଜିଙ୍କୁ ଭେଟି ଅଭିଯୋଗ କରିଥିଲେ। ଏହାପରେ ପିଲିଭିଟ ପୁଲିସ୍‌ ତଦନ୍ତ ଆରମ୍ଭ କରି ଗତ ଗୁରୁବାର ୨ ଭାଇଙ୍କୁ ଗିରଫ କରିଛି। ଗିରଫଦାରୀମାନେ ଇମ୍ରାନଙ୍କୁ ସସପେଣ୍ଡ କରାଯାଇଥିବା ଏସ୍‌ପି କହିଛନ୍ତି।

Police Gang Rape Arrest