Advertisment

ସୋରିଷ ତେଲ ପାଇଁ କଳି, ଛାଡ଼ପତ୍ର ଯାଏ ଗଲା କଥା

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାର କାରଣ ପାଲଟିଛି ସୋରିଷ ତେଲ।

ଅଦ୍ୟତନ ହୋଇଛି
Divorce for Mustard Oil

Divorce for Mustard Oil

Advertisment

ସ୍ୱାମୀ-ସ୍ତ୍ରୀ ସମ୍ପର୍କ କେବେ ଖଟା ତ ଆଉ କେବେ ମିଠା। କେବେ ପ୍ରେମ ତ ଆଉ କେବେ କଥା କଥାରେ କଳି। ତେବେ ଏହି କଳି ବେଳେ ବେଳେ ନେଇଯାଏ ଉଗ୍ର ରୂପ। ଆଉ କଥା ଯାଇ ଛାଡ଼ପତ୍ରରେ ପହଞ୍ଚେ। ଏଭଳି ହିଁ ଘଟଣା ଏବେ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରାରୁ। ଏହି ଝଗଡ଼ାର କାରଣ ପାଲଟିଛି ସୋରିଷ ତେଲ। ଉଗ୍ର ରୂପ ନେଇ ଛାଡ଼ପତ୍ର ଯାଏ କଥା ପହଞ୍ଚିଛି।

Advertisment

ଉତ୍ତର ପ୍ରଦେଶ ଆଗ୍ରା। ୨୦୨୦ରେ ଏଠାକର ଜଣେ ଯୁବକ ଓ ଯୁବତୀଙ୍କ ବିବାହ ବେଶ୍‌ ଧୁମ୍‌ଧାମରେ ହୋଇଥିଲା। ବିବାହ ପରେ ସବୁ କିଛି ସୁରୁଖୁରୁରେ ଚାଲିଥିଲା। ତେବ ୨୦୨୪ରେ ସ୍ତ୍ରୀଙ୍କ ହାତ ଖର୍ଚ୍ଚ ପାଇଁ ସ୍ୱାମୀଙ୍କୁ ଟଙ୍କା ମାଗୁଥିଲେ। ତେବେ ସ୍ୱାମୀ ସ୍ତ୍ରୀର କଥାକୁ ଅଣଦେଖା କରିଦେଉଥିଲେ। ଏହାପରେ ଏଥିରେ ବିରକ୍ତି ହୋଇ ସ୍ତ୍ରୀ ତାଙ୍କ ବାପ ଘରକୁ ଚାଲିଯାଉଥିଲେ। ସେଠାରେ ସେ ନିଜ ହାତ ଖର୍ଚ୍ଚ ବାହାର କରିବା ପାଇଁ ସୋରିଷ ତେଲ ବିକ୍ରି କରୁଥିଲେ।

ଏହା ଜାଣିବା ପରେ ରାଗି ଯାଇଥିଲେ ସ୍ୱାମୀ। ଏହି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା। ପରେ ଏହା ଉଗ୍ର ରୂପ ନେଇଥିଲା, ପରେ ଛାଡପତ୍ର ଯାଏ କଥା ଯାଇଥିଲା। ରାଗରେ ସ୍ତ୍ରୀ ସବୁଦିନ ପାଇଁ ତାଙ୍କ ବାପାମାଆଙ୍କ ଘରକୁ ଚାଲି ଯାଇଥିଲେ। ସେଠାକୁ ଆସିବା ପରେ, ସ୍ତ୍ରୀ ପୁଲିସରେ ଅଭିଯୋଗ କରିଥିଲେ।

Advertisment

ସ୍ତ୍ରୀଙ୍କ ଅଭିଯୋଗ ଶୁଣିବା ପରେ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ ଏହି ମାମଲାକୁ ପରିବାର କାଉନସେଲିଂ କେନ୍ଦ୍ରକୁ ପଠାଯାଇଥିଲା। ଯେଉଁଠାରେ ଉଭୟଙ୍କୁ ପରାମର୍ଶ ଦିଆଯାଇ ମାମଲା ସମାଧାନ କରାଯାଇଛି।

Divorce Uttar Pradesh Agra Mustard Oil
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe