Advertisment

ବସ୍ ଉପରେ ଓଲଟି ପଡ଼ିଲା ଡମ୍ପର୍‌, ୧୧ ଶ୍ରଦ୍ଧାଳୁ ମୃତ

ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ସେହିପରି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

author-image
Madhupriya Mistry
Road Accident

Road Accident

ରାସ୍ତାକଡ଼ରେ ଠିଆ ହୋଇଥିବା ବସ୍ ଉପରେ ଓଲଟି ପଡିଲା ଡମ୍ପର୍‌। ଫଳରେ ଏଥିରେ ଥିବା ୧୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ସେହିପରି ୧୦ ଜଣ ଗୁରୁତର ହୋଇଛନ୍ତି। ଉତ୍ତରପ୍ରଦେଶର ଶାହାଜାହାନପୁରରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ସୂଚନା ମୁତାବକ, ସୀତାପୁରରୁ ଶ୍ରଦ୍ଧାଳୁଙ୍କ ଏକ ବସ୍ ଉତ୍ତରାଖଣ୍ଡର ପୂର୍ଣ୍ଣାଗିରି ଅଭିମୁଖେ ଯାଉଥିଲା। ତେବେ ଶନିବାର ବିଳମ୍ବିତ ରାତିରେ ଶାହାଜାହାନପୁର ପୁଲିସ ଷ୍ଟେସନ ଖୁଟର ଅଞ୍ଚଳର ଗୋଲା ବାଇପାସ୍ ରୋଡରେ ଅବସ୍ଥିତ ଏକ ଢ଼ାବା ନିକଟରେ ଏହି ବସ୍‌ଟି ଅଟକି ଥିଲା। ଏତିକି ବେଳେ ହଠାତ୍‌ ଗୋଡି ବୋଝେଇ ଏକ ଡମ୍ପର ନିୟନ୍ତ୍ରଣ ହରାଇ ପ୍ରଥମେ ବସ୍କକୁ ଧକ୍କା ଦେଇଥିଲା। ଏହାପରେ ଡମ୍ପରଟି ବସ୍ ଉପରେ ଓଲଟି ପଡିଥିଲା।

ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୧୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ସେହିପରି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଶାହାଜାହାନପୁର ଏସ୍‌ପି ଅଶୋକ କୁମାର ମୀନାଙ୍କ କହିବା ମୁତାବକ, ଗତ ରାତିରେ ୧୧ଟାରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ଥିବା ସମସ୍ତ ଯାତ୍ରୀ ପୂର୍ଣ୍ଣାଗିରି ଦର୍ଶନ ପାଇଁ ଯାଉଥିଲେ। ଯାତ୍ରୀମାନେ ଖାଦ୍ୟ ଖାଇବା ପାଇଁ ବସ୍‌ଟି ଢ଼ାବା ନିକଟରେ ଅଟକିଥିଲା। କିଛି ଯାତ୍ରୀ ଢ଼ାବାରେ ଖାଦ୍ୟ ଖାଉଥିବା ବେଳେ ଅନ୍ୟମାନେ ବସ୍‌ରେ ବସିଥିଲେ।

ଏତିକି ବେଳେ ଡମ୍ପରଟି ନିୟନ୍ତ୍ରଣ ହରାଇ ବସ୍‌ ଉପରେ ଓଲଟି ପଡିଥିଲା। ଘଟଣା ପରେ ପୁଲିସ ଓ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ୩ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ପରେ ଡମ୍ପର ତଳେ ଦବି ରହିଥିବା ମୃତଦେହ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପି ଅଶୋକ କୁମାର ମୀନା କହିଛନ୍ତି।

Accident Uttar Pradesh Dumper Overturned On Bus