Advertisment

ଅବସର ପରେ ବି ଦରମା ପାଉଛନ୍ତି କର୍ମଚାରୀ, ସରକାର ସହିଲେଣି ୧୦୦ କୋଟି କ୍ଷତି

ଅବସର ପରେ ବି ଦରମା ପାଉଛନ୍ତି ସରକାରୀ କର୍ମଚାରୀ। ଦୀର୍ଘଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ୧୦୦ କୋଟି ଟଙ୍କା କ୍ଷତି ସହିଲେଣି ରାଜ୍ୟ ସରକାର।

author-image
Debibandita Barick
ଅଦ୍ୟତନ ହୋଇଛି
UP engineers draw pay even after VRS

UP engineers draw pay even after VRS

ଅବସର ପରେ ବି ଦରମା ପାଉଛନ୍ତି ସରକାରୀ କର୍ମଚାରୀ। ଦୀର୍ଘଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ୧୦୦ କୋଟି ଟଙ୍କା କ୍ଷତି ସହିଲେଣି ରାଜ୍ୟ ସରକାର। ଉତ୍ତର ପ୍ରଦେଶ ସରକାରରେ ଏପରି କେଳେଙ୍କାରୀ ଦେଖିବାକୁ ମିଳିଛି। ଗୃହ ବିକାଶ ବିଭାଗର ଅନେକ ଇଞ୍ଜିନିୟର ବର୍ଷେ ବର୍ଷ ଧରି ଏହି ସୁବିଧା ପାଇ ଆସୁଥିଲେ। ଏହି ଇଞ୍ଜିନିୟରମାନେ ସ୍ୱେଚ୍ଛାକୃତ ଅବସର ବା ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସ୍କିମ୍(VRS) ନେବା ପରେ ଏହା ସ୍କିମର ସୁବିଧା ସାଙ୍ଗକୁ ଚାକିରିକାଳୀନ ଦରମା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଉଥିଲେ।

Advertisment

ସେମାନଙ୍କ ନାମ ବିଭାଗର ରେକର୍ଡରୁ ନ ହଟିବାରୁ ବର୍ଷ ବର୍ଷ ଧରି ସେମାନେ ଏହି ଲାଭ ପାଇଆସୁଥିଲେ। ଏହା ଜଣାପଡ଼ିବା ପରେ ରାଜ୍ୟର ଅତିରିକ୍ତ ମୁଖ୍ୟ ସଚିବ ଅର୍ଥ ରାଶିକୁ ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହିପରି ଇଞ୍ଜିନିୟରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି। ଆକଳନ ଅନୁସାରେ ଏହି ଅବହେଳା ପାଇଁ ସରକାରଙ୍କୁ ପାଖାପାଖି ୧୦୦ କୋଟିରୁ ଅଧିକ ଟଙ୍କା କ୍ଷତି ସହିବାକୁ ପଡିଛି। ରେକର୍ଡରେ ହୋଇଥିବା ଏହି ତ୍ରୁଟି ପାଇଁ କିଏ ଦାୟୀ ସେ ବାବଦରେ ଜାଣିବା ପାଇଁ ଆଭ୍ୟନ୍ତରୀଣ ଅନୁସନ୍ଧାନ ଆରମ୍ଭ ହୋଇଛି।

୨୦୦୯ରେ, ଉତ୍ତର ପ୍ରଦେଶର ଗୃହ ଉନ୍ନୟନ ବିଭାଗ ୫୮ ବର୍ଷ ବୟସରେ ସମ୍ପୂର୍ଣ୍ଣ ସୁବିଧା ସହିତ ଅବସର ନେବାକୁ କିମ୍ବା ୬୦ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବାକୁ ଇଞ୍ଜିନିୟରମାନଙ୍କୁ ଏକ ବିକଳ୍ପ ଦେଇଥିଲେ। ରାଜ୍ୟର ଅନେକ ଇଞ୍ଜିନିୟର ସ୍ୱେଚ୍ଛାକୃତ ଅବସର ନେବାକୁ ପସନ୍ଦ କରିଥିଲେ। ସେମାନଙ୍କର ଦେୟ ହିସାବ କରାଯାଇ ଅବସର ନେବା ପରେ ସେମାନଙ୍କୁ ଅର୍ଥ ରାଶି ଟ୍ରାନ୍ସଫର୍ କରାଯାଇଥିଲା। କିନ୍ତୁ କିଛି ଇଞ୍ଜିନିୟର ଅବସର ନେବା ପରେ ମଧ୍ୟ ନିୟମିତ ଭାବେ ଦରମା ଏବଂ ଅନ୍ୟାନ୍ୟ ସୁବିଧା ପାଇ ଆସୁଥିଲେ। ରେକର୍ଡରେ କିଛି ତ୍ରୁଟି କାରଣରୁ ଏପରି ହୋଇଥିବା କୁହାଯାଉଛି, ଯେଉଁଥିପାଇଁ ସରକାରଙ୍କୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିଛି।

Advertisment

ଚଳିତ ମାସ ଆରମ୍ଭରେ ଏହିପରି ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ଫାଇଲ ଚେକ୍ କରାଯିବା ସମୟରେ ମାମଲା ସାମ୍ନାକୁ ଆସିଛି। ଘଟଣା ପରେ ବିଭାଗରେ କାର୍ଯ୍ୟ କରିଥିବା ୨୯୯ ଜୁନିଅର ଇଞ୍ଜିନିୟରଙ୍କ ରେକର୍ଡ ଖୋଜାଯାଉଛି, ଯେଉଁମାନେ ୧୯୮୬ ଏବଂ ୧୯୮୭ରେ ସେବାରେ ଅନ୍ତର୍ଭୁକ୍ତ ହୋଇଥିଲେ। 

UP Engineers Draw Pay Even After VRS After VRS Officers Get Salary UP News