Advertisment

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ମୃତ

୧୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।

Firecracker Factory Explosion

Firecracker Factory Explosion

Advertisment

ବାଣ ଫ୍ୟାକ୍ଟ୍ରିରେ ହେଲା ବିସ୍ଫୋରଣ। ଚାଲିଗଲା ୫ ଜଣଙ୍କ ପ୍ରାଣ। ୧୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଉତ୍ତରପ୍ରଦେଶର ଫିରୋଜାବାଦରେ ଘଟିଛି ଏଭଳି କିଛି ଭୟଙ୍କର ବିସ୍ଫୋରଣ। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Advertisment

ସୂଚନା ମୁତାବକ ସୋମବାର ରାତି ପ୍ରାୟ ୧୦ଟା ବେଳେ ହଠାତ ବାଣ ଗୋଦାମରେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଦାମ ଚାରିପାଖରେ ଥିବା ୧୨ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଘର ଗୁଡ଼ିକର ଛାତ ଉଡ଼ି ଯାଇଛି ଏବଂ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି। ଏଥିରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୦ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ନୌଶହେରା ଗରେ ବାଣ ବ୍ୟବସାୟ ବର୍ଷ ବର୍ଷ ଧରି ଚାଲିଆସୁଛି। ଏହା ପୂର୍ବରୁ ମଧ୍ୟ ଛୋଟ ମୋଟ ଦୁର୍ଘଟଣା ଘଟିଛି, କିନ୍ତୁ ଏହି ବିସ୍ଫୋରଣ ଏପର୍ଯ୍ୟନ୍ତର ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି।

Advertisment

ସେପଟେ ସୂଚନା ମିଳିବା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆଇଜି ଜୋନ୍ ଆଗ୍ରା ମଧ୍ୟ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଧ୍ୱଂସାବଶେଷ ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାଂଶଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ବିନା ଲାଇସେନ୍ସରେ ବେଆଇନ ଭାବେ ଏଠାରେ ବାଣ ଗୋଦାମ ଚାଲିଥିଲା। ଆବାସିକ ଅଞ୍ଚଳରେ ଏହିପରି ଗୋଦାମର ଲାଇସେନ୍ସ ଦିଆ ଯାଇନଥାଏ। ଏହି ପ୍ରସଙ୍ଗରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶ ଆଗ୍ରା ରେଞ୍ଜ ଆଇଜି ଦୀପକ କୁମାର କହିଛନ୍ତି।

Uttar Pradesh Explosion In Firecracker Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe