Advertisment

ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଘରେ ପଶିଲା ଇଡି

ଲକ୍ଷ୍ନୌ, ଅମେଠି ଓ ମୁମ୍ବାଇର ଏକକାଳୀନ ୮ଟି ସ୍ଥାନରେ ରେଡ୍‌ କରିଛି ଇଡି।

author-image
Madhupriya Mistry
Gayatri Prajapati

Gayatri Prajapati

ଇଡି ରାଡାର୍‌ରେ ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତି। ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିଛି। ଲକ୍ଷ୍ନୌ, ଅମେଠି ଓ ମୁମ୍ବାଇର ଏକକାଳୀନ ୮ଟି ସ୍ଥାନରେ ରେଡ୍‌ କରିଛି ଇଡି।

Advertisment

ଆଜି ଅମେଠି ସ୍ଥିତ ପୂର୍ବତନ ମନ୍ତ୍ରୀଙ୍କ ଘରେ ଇଡିର ଏକ ଟିମ୍‌ ଚଢ଼ାଉ କରିଛି। ଗାୟତ୍ରୀ ପ୍ରଜାପତିଙ୍କ ପତ୍ନୀ ମହାରାଜୀ ଦେବୀ ଓ ସାନ ପୁଅ ଅନୁରାମ ପ୍ରଜାପତି ମଧ୍ୟ ଘରେ ଭିତରେ ଅଛନ୍ତି। ଏହାବ୍ୟତୀତ ଗାୟତ୍ରୀ ପ୍ରଜାପତିଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ରେଡ୍‌ କରିଛି। ଅମେଠିର ଆବାସ ବିକାଶ କଲୋନୀ ଓ ଗଙ୍ଗାଗଞ୍ଜର ଅଞ୍ଚଳରେ ଇଡି ରେଡ୍‌ ଚାଲିଛି। ଏହାବ୍ୟତୀତ ଲକ୍ଷ୍ନୌରେ ଜଣେ ମହିଳାଙ୍କ ଘରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ ଚଢ଼ାଉ କରିଛନ୍ତି।

ଏହି ମହିଳା ଜଣକ ଗାୟତ୍ରୀ ପ୍ରଜାପତିଙ୍କ ଘନିଷ୍ଠ ବୋଲି କୁହାଯାଉଛି। ତାଙ୍କ ନାଁରେ ସୁଲ୍‌ତାନପୁର ରୋଡ୍‌ ଓ ଗୋସାଇଗଞ୍ଜରେ କୋଟି କୋଟି ଟଙ୍କାର ଜମି ରହିଛି। ଏହି ମହିଳାଙ୍କ ୟୁପି ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ହୋଇଥିଲା ଏବଂ ସେ ଉକ୍ତ ଅଧିକାରୀଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରିଥିଲେ।

Advertisment

ଏହାପୂର୍ବରୁ, ଜାନୁଆରୀ ୧୬ରେ, ଇଡିର ଟିମ୍‌ ଗାୟତ୍ରୀ ପ୍ରଜାପତିଙ୍କ ପରିସରରେ ଚଢ଼ାଉ କରିଥିଲେ। ଏହି ସମୟ ମଧ୍ୟରେ ଆମେଠି ଏବଂ ଲକ୍ଷ୍ନୌରେ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ବେଳେ ଏଜେନ୍ସି ଗାୟତ୍ରୀ ପ୍ରଜାପତି ଏବଂ ତାଙ୍କ ପୁଅମାନଙ୍କ ଦ୍ୱାରା ରିଅଲ୍ ଇଷ୍ଟେଟ୍ କମ୍ପାନୀରେ ପୁଞ୍ଜି ବିନିଯୋଗ କରିଥିବା ପ୍ରମାଣ ମିଳିଥିଲା। ​​

ED Raid Samajwadi Party Gayatri Prajapati