Advertisment

ଚାଷୀଙ୍କ ପାଇଁ ବିଦ୍ୟୁତ୍‌ ବିଲ ଛାଡ କଲେ ଯୋଗୀ ଆଦିତ୍ୟନାଥ

ରାଜ୍ୟର ଚାଷୀମାନେ ହେବେ ଉପକୃତ।

author-image
Tapas Behera
undefined

Yogi Adityanath

ଚାଷୀଙ୍କ ପାଇଁ ବିଦ୍ୟୁତ୍‌ ବିଲ ଛାଡ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାଜ୍ୟର ଚାଷୀମାନେ ହେବେ ଉପକୃତ। ଗତ ୨୦୨୨-୨୩ରେ ରାଜ୍ୟର ଘରୋଇ ଟ୍ୟୁବ୍‌ୱେଲର ବିଦ୍ୟୁତ ବିଲରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଥିରେ ୧୦୦ପ୍ରତିଶତ ରିହାତି ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ନିକଟରେ ଉତ୍ତରପ୍ରଦେଶର ଯୋଗୀ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ୟୁପି ସରକାରରେ ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ଏହି ବଜେଟ ଉପସ୍ଥାପନ କରିଥିଲେ। ବଜେଟରେ ସମସ୍ତ ବିଭାଗ ସହିତ କୃଷକମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା।

Advertisment

ବଜେଟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାନସଭାରେ କହିଛନ୍ତି, ବଜେଟରେ ଆମେ ଆମର ନିର୍ବାଚନ ପ୍ରତିଶ୍ରୁତି ୧୩୨ଟିମଧ୍ୟରୁ ୧୧୦ଟି ପୂରଣ କରିଛୁ। ଏହି ବଜେଟ ରାଜ୍ୟର ଚାଷୀଙ୍କ ପାଇଁ ବିଶେଷ ରହିଛି ବୋଲି ସେ କହିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କୃଷକଙ୍କ ପାଇଁ ହୋଲିରେ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ବଜେଟରେ ଯୋଗୀ ଚାଷୀଙ୍କ ପାଇଁ ବିଦ୍ୟୁତ୍‌ ବିଲ ସମ୍ପର୍କରେ ଘୋଷଣା କରିଛନ୍ତି। ଗତ ବଜେଟରେ ୨୦୨୨-୨୩ରେ ରାଜ୍ୟର ଘରୋଇ ଟ୍ୟୁବ୍‌ଓ୍ବେଲର ବିଦ୍ୟୁତ ବିଲରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଇଥିଲା।

କିନ୍ତୁ ବର୍ତ୍ତମାନ ଏଥିରେ ୧୦୦ପ୍ରତିଶତ ରିହାତି ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟ ଏକ ଉପାୟରେ କହିବାକୁ ଗଲେ ଯୋଗୀ ସରକାର ଚାଷୀଙ୍କ ପାଇଁ ବିଦ୍ୟୁତ୍‌ ବିଲ ଛାଡ କରିବାକୁ ଘୋଷଣା କରିଛନ୍ତି। ଏଥିସହ ଯୋଗୀ ସରକାର ମଧ୍ୟ ଦୀପାବଳି ଏବଂ ହୋଲିରେ ରାଜ୍ୟବାସୀଙ୍କୁ ପ୍ରତ୍ୟେକଙ୍କୁ ଗୋଟିଏ ମାଗଣା ଗ୍ୟାସ ସିଲିଣ୍ଡର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାର ଲାଭ କେବଳ ଉଜ୍ଜ୍ୱଳା ଯୋଜନା ସହିତ ଜଡିତ ହିତାଧିକାରୀ ଉପକୃତ ହେବେ । ଯାହାର ସଂଖ୍ୟା ପ୍ରାୟ ୧କୋଟି ୭୪ ଲକ୍ଷ। ବଜେଟରେ ଏଥିପାଇଁ ୩ହଜାର ୪୭ କୋଟି ୪୮ହଜାର ଟଙ୍କା ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।

Advertisment
India