Advertisment

କାର୍‌କୁ ପିଟି ଦେଲେ ଟ୍ରକ୍‌; ବର ସମେତ ୪ ଜୀଅନ୍ତା ଜଳିଗଲେ

ଏକ ଟ୍ରକ୍‌ ପିଟିବାରୁ ବର ଗାଡ଼ିରେ ଲାଗିଗଲା ନିଆଁ। ଘଟଣାସ୍ଥଳରେ ବର ସମେତ ୪ ଜଣ ଜୀଅନ୍ତା ଜଳିଗଲେ।

Marriage

Marriage

Advertisment

ବର ବେଶରେ ସଜ୍ଜିତ ହୋଇଥିଲେ ଯୁବକ । ନିଜ ମନର ମାନସୀଙ୍କ ହାତ ଧରି ନୂଆ ସଂସାର ଗଢ଼ିବାକୁ ବର ଯାତ୍ରୀ ଧରି ବାହାରିଥିଲେ। ଆଉ କିଛି ସମୟ ପରେ କନିଆ ଘରେ ପହଞ୍ଚିଥାନ୍ତେ ଓ ତାହାପରେ ଆରମ୍ଭ ହୋଇଥାନ୍ତା ବିବାହର ରୀତିନୀତି। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। କନିଆ ଘରକୁ ଯିବା ଅଧାରେ ରହିଗଲା। ଏକ ଟ୍ରକ୍‌ ପିଟିବାରୁ ବର ଗାଡ଼ିରେ ଲାଗିଗଲା ନିଆଁ। ଘଟଣାସ୍ଥଳରେ ବର ସମେତ ୪ ଜଣ ଜୀଅନ୍ତା ଜଳିଗଲେ।

Advertisment

ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଉତ୍ତରପ୍ରଦେଶର ଝାନସୀ ସହରର ଝାନସୀ- କାନପୁର ହାଇୱେରେ ଘଟିଛି। ମୃତକଙ୍କ ମଧ୍ୟରେ ବର ଆକାଶ, ବରଙ୍କ ସମ୍ପର୍କୀୟ ଭାଇ, ୭ ବର୍ଷୀୟ ପୁତୁରା ଓ କାର୍‌ ଚାଳକ ଅଛନ୍ତି।

ଝାନସୀ ଥାନା ଅଧୀନ ବିଲାଟି ଗାଁର ଆକାଶଙ୍କର ଛପାର ଗାଁରେ ବିବାହ ସ୍ଥିର ହୋଇଥିଲା। ଏଥିନିମନ୍ତେ ୧୦ ତାରିଖ ଦିନକୁ ନିର୍ଦ୍ଧାରିତ କରାଯାଇଥିଲା। ଗତକାଲି ବାଜା ରୋଷଣୀ ବଜାଇ ବାଣ ଫୁଟାଇ ବର ଯାତ୍ରୀଙ୍କ ସହ ବାହାରିଥିଲେ ଆକାଶ।

Advertisment

ମାତ୍ର ମଝି ରାସ୍ତାରେ ହଠାତ୍‌ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ କାର୍‌କୁ ଧକ୍କା ଦେବା ସହ ତା’ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା।

ଉକ୍ତ ସମୟରେ କାର୍‌ରେ ୬ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଓ ପଛରେ ଆସୁଥିବା ବର ଯାତ୍ରୀ ମିଶି ବାହାର କରିଥିଲେ। ମାତ୍ର ଆଉ ୪ ଜଣଙ୍କୁ ବାହାର କରି ନ ପାରିବାରୁ ସେମାନେ ଜୀଅନ୍ତା ଜଳି ଯାଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇ ଗାଡ଼ିରୁ ୪ ମୃତଦେହ ବାହାର କରିଥିଲେ। ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛି। ଏହି ଖବର ପ୍ରଚାରିତ ହେବା ପରେ ହସଖୁସିରେ ଉଛୁଳି ପଡ଼ୁଥିବା ଘର ହଠାତ୍‌ କାନ୍ଦ ବୋବାଳିରେ ଫାଟି ପଡ଼ିଲା।

ନବବଧୂ ସହ ଯିବା ପରିବର୍ତ୍ତେ ଏକା ଏକା ପହଞ୍ଚିଲା ଆଲୋକଙ୍କ ଦଗ୍ଧ ମୃତଦେହ । ଏହାଦେଖି ପରିବାର ଲୋକେ ଛାତି ଫଟାଇ କାନ୍ଦୁଥିବା ବେଳେ ପାଖପଡ଼ୋଶୀ ବି ନିଜ ଲୁହକୁ ରୋକି ପାରି ନ ଥିଲେ।

Uttar Pradesh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe