Advertisment

କାଳିନ୍ଦୀ ଏକ୍ସପ୍ରେସ୍‌ ଦୁର୍ଘଟଣା ପଛରେ ଭୟଙ୍କର ଷଡଯନ୍ତ୍ର; ରହିଛି ISIS ଲିଙ୍କ୍‌!

ଏହି ମାମଲା ପଛରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ISISର ହାତ ଥିବା ଆଶଙ୍କା କରାଯାଉଛି। କାନପୁରରେ ଟ୍ରେନ୍‌ ଦୁର୍ଘଟଣା ଘଟାଇବା ନିମନ୍ତେ ISISର ଖୁରାସନ ମଡ୍ୟୁଲର ହାତ ଥିବା ସନ୍ଦେହ କରାଯାଉଛି।

Train

Train

Advertisment

ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଗତ ରବିବାର ରାତିରେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା। ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ ସିଲିଣ୍ଡରକୁ କାଳିନ୍ଦୀ ଏକ୍ସପ୍ରେସ ଧକ୍କା ଦେଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲା। ତେବେ ଏହାର ଯାଞ୍ଚ ପାଇଁ ସୁରକ୍ଷା ଏଜେନ୍ସିମାନେ ଆଲର୍ଟ ମୁଡକୁ ଚାଲି ଆସିଥିବା ବେଳେ ଏହା ପଛରେ ଆତଙ୍କବାଦୀ ଲିଙ୍କ ଥିବା ଟେର ମିଳିଛି।

Advertisment

ଏହି ମାମଲା ପଛରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ISISର ହାତ ଥିବା ଆଶଙ୍କା କରାଯାଉଛି। କାନପୁରରେ ଟ୍ରେନ୍‌ ଦୁର୍ଘଟଣା ଘଟାଇବା ନିମନ୍ତେ ISISର ଖୁରାସନ ମଡ୍ୟୁଲର ହାତ ଥିବା ସନ୍ଦେହ କରାଯାଉଛି।  

ଏହି ସଙ୍ଗଠନ ସହ ଜଡ଼ିତ ଆତଙ୍କବାଦୀଙ୍କୁ ସୋଶାଲ ମିଡ଼ିଆ ପ୍ଲାଟଫର୍ମରେ ତାଲିମ ଦିଅଯାଇଥାଏ। ଏପରିକି ସେମାନଙ୍କ ବ୍ରେନ୍‌ୱାଶ କରି ସେମାନଙ୍କୁ ଜେହାଦୀ କରାଯାଇଥାଏ । ସୋଶାଲ ମିଡ଼ିଆରେ ହିଁ ସେମାନଙ୍କୁ ବମ୍‌ ତିଆରି ପରି ସାଂଘାତିକ କାର୍ଯ୍ୟକଳାପର ଟ୍ରେନିଂ ଦିଆଯାଇଥାଏ।

Advertisment

ISIS କମାଣ୍ଡର ଫରତୁଲ୍ଲାଘୋରୀ ପାକିସ୍ତାନରେ ବସି ଅନଲାଇନ୍‌ରେ ଯୁବକମାନଙ୍କୁ ଆତଙ୍କବାଦୀ ଟ୍ରେନିଂ ଦେଉଥିବା ଜଣାଯାଇଛି। ଫରତୁଲ୍ଲାଘୋରୀ ହିଁ କିଛି ଦିନ ପୂର୍ବେ ନିଜ ଅଡିଓ କ୍ଲିପ୍‌ରେ ଭାରତରେ ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ଆଦେଶ ଦେଇଥିଲା।

ଗତ ରବିବାର ରାତିରେ କାନପୁରର ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା କାଳିନ୍ଦୀ ଏକ୍ସପ୍ରେସ। ତେବେ ଏଥିରେ ଟ୍ରେନ୍‌ର ଅବା ଟ୍ରେନ୍‌ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇ ନ ଥିଲା।

ଘଟଣା ସଂପର୍କରେ ଖବର ପାଇ କାନପୁର ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଣ୍ଟି-ଟେରୋରିଜିମ ସ୍କ୍ୱାଡ୍‌ (ATS) ସେଠାରେ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳରୁ ଗ୍ୟାସ ସିଲିଣ୍ଡର ସହିତ ଏକ ବୋତଲ ପେଟ୍ରୋଲ, କିଛି ବିସ୍ଫୋରକ ଓ ଦିଆସିଲି ବକ୍ସ ଜବତ କରିଥିଲେ। ଏହାପରେ ସୁରକ୍ଷା ଏଜେନ୍ସିମାନେ ଏହାର ତଦନ୍ତରେ ଲାଗି ପଡ଼ିଥିଲେ।

ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହେବା ଘଟଣାରେ ଏଯାବତ ୨୧୯ କ୍ୟାମେରା ଫୁଟେଜ ସଂଗ୍ରହ କରାଯାଇଛି। ଶହେରୁ ଅଧିକ ଲୋକଙ୍କୁ ପଚରାଉରା କରାଯାଇଛି। କାନପୁର ପୁଲିସ୍‌ ୩ ଗ୍ୟାସ୍‌ ସିଲିଣ୍ଡର ଏଜେନ୍ସିଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ଏଥିସହ ସିଲିଣ୍ଡରରେ ଲେଖାଥିବା ସିରିୟଲ ନମ୍ବର ଯାଞ୍ଚ କରାଯାଇ ତାହା କାହାକୁ ଦିଆଯାଇଥିଲା ତାହାର ଯାଞ୍ଚ କରାଯାଉଛି। ସନ୍ଧାନୀ କୁକୁରଙ୍କୁ ବି ଏହି ଅପରେସନରେ ସାମିଲ କରାଯାଇଛି।

ରେଳ ଧାରଣାରେ ସିଲିଣ୍ଡର ପଡ଼ିଥିବା ବେଳେ ସେଥିରେ ପିଟି ହୋଇ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବ ଭାବିଥିଲା ଅଭିଯୁକ୍ତ। ତେଣୁ ସେ ଏହାକୁ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ନିକଟସ୍ଥ ଅଞ୍ଚଳରେ ଲୁଚି ରହିଥିଲା ବୋଲି ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି।

Uttar Pradesh Train Accident ISIS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe