Advertisment

ରାହୁଲ ଗାନ୍ଧିଙ୍କ ପରେ ଅଫଜଲ ଅନସାରୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ

୨୦୦୫ରେ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟ ଅପହରଣ ଓ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ଗାଜିପୁରର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ଆଜି ତାଙ୍କୁ ଶନିବାର ୪ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ।

ଅଦ୍ୟତନ ହୋଇଛି
BSP's Afzal Ansari

BSP's Afzal Ansari

Advertisment

ରାହୁଲ ଗାନ୍ଧିଙ୍କ ପରେ ଆଉ ଜଣେ ନେତାଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି। ସେ ହେଉଛନ୍ତି ଉତ୍ତରପ୍ରଦେଶର ଗାଜିପୁରର ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ସାଂସଦ ଅଫଜଲ ଅନସାରୀ। ୨୦୦୫ରେ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟ ଅପହରଣ ଓ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ଗାଜିପୁରର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ଶନିବାର ୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏହି ମାମଲାରେ ତାଙ୍କ ଭାଇ ତଥା ଅପରାଧୀରୁ ରାଜନେତା ହୋଇଥିବା ମୁକତାର ଅନସାରୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା। ତାଙ୍କୁ ୟୁପି ଗ୍ୟାଙ୍ଗଷ୍ଟର ନିୟମରେ ବୁକ୍‌ କରାଯାଇଥିଲା। ତାଙ୍କ ବିରୋଧରେ ୨୦୦୫ରେ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟ ଅପହରଣ ଓ ହତ୍ୟା ମାମଲା ସହିତ ୧୯୯୭ରେ ବାରଣାସୀର ବ୍ୟବସାୟୀ ନନ୍ଦ କିଶୋର ରୁଙ୍ଗଟାଙ୍କ ହତ୍ୟା ମାମଲା ଥିଲା।

ନିୟମ ଅନୁଯାୟୀ ଯଦି ଜଣେ ସାଂସଦ କୌଣସି ମାମଲାରେ ୨ କିମ୍ବା ତା’ଠାରୁ ଅଧିକ ବର୍ଷର ଜେଲ ଦଣ୍ଡାଦେଶ ପାଆନ୍ତି, ତା’ହେଲେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଯିବ। ତେଣୁ ଏହି ଆଧାରରେ ଆଜି ଠାରୁ ଅଫଜଲ ଅନସାରୀଙ୍କ ସାଂସଦ ପଦ ରଦ୍ଦ ହୋଇଛି।

Advertisment
Political Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe