Advertisment

ମଦ୍ରାସା ଆଇନକୁ ଅସାମ୍ବିଧାନିକ କହିଲେ ହାଇକୋର୍ଟ

ଜଷ୍ଟିସ ବିବେକ ଚୌଧୁରୀ ଓ ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରୁଲିଂ ଦେବା ସହ ଉତ୍ତର ପ୍ରଦେଶ ସରକାରଙ୍କୁ ବର୍ତ୍ତମାନ ମଦ୍ରାସାରେ ପଢ଼ୁଥିବା ପିଲାମାନଙ୍କୁ ନିୟମିତ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ଲାଗୁ କରିବା ପାଇଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

madrasa law

madrasa law

Advertisment

ଉତ୍ତର ପ୍ରଦେଶ ସରକାର ଆଣିଥିବା ମଦ୍ରାସା ଆଇନକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଉତ୍ତର ପ୍ରଦେଶ ବୋର୍ଡ ଅଫ ମଦ୍ରାସା ଏଡୁକେସନ ଆକ୍ଟ ୨୦୦୪ ଅସାମ୍ବିଧାନିକ ଓ ଏହା ଧର୍ମନିରପେକ୍ଷର ମୂଳ ନୀତିକୁ ଉଲ୍ଲଙ୍ଘନ କରୁଛି। ଉକ୍ତ ଆଇନ ଧର୍ମନିରପେକ୍ଷର ବିରୋଧୀ ବୋଲି କୋର୍ଟ କହିଛନ୍ତି।

Advertisment

ଜଷ୍ଟିସ ବିବେକ ଚୌଧୁରୀ ଓ ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରୁଲିଂ ଦେବା ସହ ଉତ୍ତର ପ୍ରଦେଶ ସରକାରଙ୍କୁ ବର୍ତ୍ତମାନ ମଦ୍ରାସାରେ ପଢ଼ୁଥିବା ପିଲାମାନଙ୍କୁ ନିୟମିତ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ଲାଗୁ କରିବା ପାଇଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଆଇନ ବିରୋଧରେ ଅଂଶୁମାନ ସିଂହ ରାଠୋର ଗୋଟିଏ ରିଟ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି ଆଇନକୁ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଅବୈଧ କହିଛନ୍ତି। ସରକାର ରାଜ୍ୟରେ ଥିବା ଇସଲାମିକ ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ୨୦୨୩ ଅକ୍ଟୋବର ମାସରେ ରାଜ୍ୟ ସରକାର ମଦ୍ରାସାଗୁଡ଼ିକ ବିଦେଶରୁ ପାଉଥିବା ପାଣ୍ଠିର ଉତ୍ସ ଜାଣିବା ପାଇଁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Advertisment

ତେବେ ରାଠୋର ୟୁପି ମଦ୍ରାସା ବୋର୍ଡର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ବିଭାଗ ମଦ୍ରାସାଗୁଡ଼ିକୁ ଠିକ ଭାବେ ପରିଚାଳନା କରୁ ନଥିବା ମଧ୍ୟ କହିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ଆଜି ମଦ୍ରାସା ଆଇନକୁ ଅସାମ୍ବିଧାନିକ ବୋଲି କହିଛନ୍ତି।

Uttar Pradesh Madrassa Allahabad High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe