Advertisment

ବିଜେପି ପ୍ରାର୍ଥୀଙ୍କ ପାଇଁ ୮ଥର ଭୋଟ୍‌ ଦେଇ ବନ୍ଧା ହେଲେ ବ୍ୟକ୍ତି

ଉକ୍ତ ଆସନରେ ପୁଣି ଥରେ ଭୋଟିଂ ପାଇଁ ନିର୍ବାଚନ ଆୟୋଗ ସୁପାରିଶ କରିବା ସହ ମତଦାନ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
man arrested

man arrested

ଥରେ କି ଦୁଇ ଥର ଦୁହେଁ ୮ ଥର ଦେଲେ ଭୋଟ୍‌। ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଦେଲେ ଏକାଧିକ ଭୋଟ୍‌। ବାନ୍ଧିଲା ପୁଲିସ। ଉତ୍ତରପ୍ରଦେଶର ଏଟାରେ ଜଣେ ବ୍ୟକ୍ତି ବାରମ୍ବାର ଭୋଟ୍‌ ଦେଇଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସେପଟେ ନିର୍ବାଚନ ଆୟୋଗ ଉକ୍ତ ମତଦାନ କେନ୍ଦ୍ର ପୁଣି ଥରେ ଭୋଟିଂ କରିବାକୁ ସୁପାରିଶ କରିଛନ୍ତି।

Advertisment

ପ୍ରକୃତରେ ଉତ୍ତରପ୍ରଦେଶ ଏଟାର ଏକ ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ୮ ଥର ଭୋଟ୍‌ ଦେଇଥିବା ନେଇ ଦାବି କରିଥିଲେ। ଏହାର ଏକ ଭିଡିଓ କରି ସୋଶାଲ ମିଡିଆରେ ଅପ୍‌ଲୋଡ୍‌ ମଧ୍ୟ କରିଥିଲେ। ଏହି ଭିଡିଓ ଭାଇରାଲ ହୋଇଥିଲା। ଏହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସେୟାର କରିଥିଲେ।

୨ ମିନିଟ୍‌ର ଭିଡିଓରେ ଜଣେ ଭୋଟର୍‌ ବିଜେପି ପ୍ରାର୍ଥୀ ମୁକେଶ ରାଜପୁତଙ୍କୁ ୮ ଥର ଭୋଟ୍‌ ଦେଉଥିବାର ଦେଖିବାକୁ ମିଳିଛି। ରାଜପୁତ ଉତ୍ତରପ୍ରଦେଶର ଫାରୁଖବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଅଟନ୍ତି।

Advertisment

ସମାଜବାଦୀ ପାର୍ଟି ପକ୍ଷରୁ ଏହି ଭିଡିଓକୁ ସେୟାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଏକାଧିକ ଥର ଭୋଟ୍‌ ଦିଆଯାଇଥିବା ଅଭିଯୋଗ ଆଣିଛି। ଏହି ଘଟଣା ନିଶ୍ଚିତ ଭାବରେ ବୁଥ୍ କ୍ୟାପଚରିଂକୁ ପ୍ରତିଫଳିତ କରୁଛି। ନିର୍ବାଚନ ଆୟୋଗ ଏନେଇ ଦୃଷ୍ଟି ଦେବା ଉଚିତ୍। ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସପା କହିଛି।

ସେପଟେ ଘଟଣା ସାମ୍ନାକୁ ଆସିବା ପରେ ଏଟା ଜିଲ୍ଲାର ନୟାଗାଓଁ ଥାନାରେ ମାମଲା ରୁଜୁ ହୋଇଛି। ଉକ୍ତ ଯୁବ ଭୋଟର୍‌ଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ପମାରାନ ଗାଁର ରାଜନ ସିଂହ। ସେପଟେ ଉକ୍ତ ଆସନରେ ପୁଣି ଥରେ ଭୋଟିଂ ପାଇଁ ନିର୍ବାଚନ ଆୟୋଗ ସୁପାରିଶ କରିବା ସହ ମତଦାନ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଶିଷ୍ଟ ପର୍ଯ୍ୟାୟରେ ପ୍ରକ୍ରିୟାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Uttar Pradesh Viral Video Loksabha Election 2024 Man Arrested