Advertisment

ବାଘ ପାଇଁ ଯନ୍ତା ବସାଯାଇଥିଲା, ଫସିଗଲା ମଣିଷ

ରୋଚକ ଘଟଣା ୟୁପିର ବୁନ୍ଦେଲଖଣ୍ଡର ଏକ ଗାଁରେ ଦେଖିବାକୁ ମିଳିଛି।

up man

up man

Advertisment

ଚିତା ବାଘ ପାଇଁ ଯନ୍ତା ବସାଯାଇଥିଲା। ହେଲେ ଯନ୍ତା ଭିରେ ଫିସିଗଲା ମଣିଷ। ଏମିତି ଏକ ରୋଚକ ଘଟଣା ୟୁପିର ବୁନ୍ଦେଲଖଣ୍ଡର ଏକ ଗାଁରେ ଦେଖିବାକୁ ମିଳିଛି। ସମ୍ପୃକ୍ତ ବ୍ୟକ୍ତି ଜଣକର କୁକୁଡ଼ା ଉଡ଼ି ଯନ୍ତା ଭିତରକୁ ଚାଲିଯିବାରୁ ତାକୁ ଆଣିବାକୁ ଯାଇ ବ୍ୟକ୍ତି ଜଣକ ଫସି ଯାଇଥିଲେ। ଆଉ ତାଙ୍କୁ ଉଦ୍ଧାର ପାଇଁ ସେ ବନ ବିଭାଗକୁ ଅନୁରୋଧ କରିଥିଲେ। ତେବେ ଏହି ରୋଚକ ଘଟାଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନା ଅନୁଯାୟୀ ବୁନ୍ଦଲଖଣ୍ଡ ଅଞ୍ଚଳର ଏକ ଚିତାବାଘ ଆତଙ୍କ ସୃଷ୍ଟି କରିଥିଲା। ଏଥିପାଇଁ ବାଘକୁ ଧରିବା ପାଇଁ ସ୍ଥାନୀୟ ବନ ବିଭାଗ ଏକ ଯନ୍ତା ବସାଇଥିଲା। ଯନ୍ତା ଭିତରେ ବାଘ ପାଇଁ ଏକ ବାଦୁଡ଼ି ରଖାଯାଇଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିର କୁକୁଡ଼ାଟି ଉଡ଼ି ଯନ୍ତା ଭିତରେ ପଶିଯିବାରୁ ଏହାକୁ ଆଣିବାକୁ ସେ ଯାଇଥିଲେ। କୁକୁଡ଼ା ନେବାକୁ ଚେଷ୍ଟା କରିବା କ୍ଷଣି ଯନ୍ତାଟି ତୁରନ୍ତ ବନ୍ଦ ହୋଇଯାଇଥିଲା ପରେ ବ୍ୟକ୍ତି ଜଣଙ୍କୁ ତୁରନ୍ତ ମୁକ୍ତ କରାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ଚିତାବାଘ ସ୍ଥାନୀୟ ଅଞ୍ଚଳରେ ବୁଲିବା ଏକ ସାଧାରଣ ଘଟଣା। ନିକଟରେ ୟୁପିର ଗାଜିଆବାଦରେ ଏକ ଚିତାବାଘ ଏକ କୋର୍ଟ ପରିସରରେ ପ୍ରବେଶ କରିଥିଲା। ବାଘ ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିଲେ। ପରେ ଚିତାବାଘଟିକୁ ଧରାଯାଇଥିଲା।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe