Advertisment

ଥାନାରୁ ଫେରାର୍ ପରେ ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ, ୪ ପୁଲିସ ନିଲମ୍ବିତ

ପୁଲିସକୁ ଚକମା ଦେଇ ଖସିଯିବାର ଗୋଟିଏ ଦିନ ପରେ ରେଳ ଧାରଣାରୁ ମୃତଦେହ ମିଳିଛି।

Police

Police

Advertisment

ଥାନାରୁ ଫେରାର୍ ହୋଇ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣରୁ ଉଦ୍ଧାର ହୋଇଛି। ପୁଲିସକୁ ଚକମା ଦେଇ ଖସିଯିବାର ଗୋଟିଏ ଦିନ ପରେ ରେଳ ଧାରଣାରୁ ମିଳିଛି ମୃତଦେହ। ଏହାକୁ ନେଇ ୪ ଜଣ ପୁଲିସଙ୍କୁ ନିଲମ୍ବିତ କରାଯାଇଛି। 

Advertisment

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶ ଚିତ୍ରାକୋଟ ଜିଲ୍ଲା ମାଣିକପୁର ଥାନା ପୁଲିସ ଜଣେ ୨୭ ବର୍ଷୀୟ ଯୁବକ ଅଂଶୁକୁ ଥାନାକୁ ଆଣିଥିଲେ। ଥାନାକୁ ଅଣାଯିବାର କିଛି ସମୟ ପରେ ପୁଲିସକୁ ଚକମା ଦେଇ ଫେରାର୍ ହୋଇ ଯାଇଥିଲେ ଅଂଶୁ। ସୋମବାର ସନ୍ଧ୍ୟାରେ ନିକଟସ୍ତ ରେଳ ଧାରଣରୁ ତାଙ୍କ ମୃତଦେହ ମିଳିଥିଲା।

ପୁଲିସ ଏହାକୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାବି ସୋଶାଲ ମିଡିଆରେ ଫଟୋ ଓ ଭିଡିଓ ଶେଆର କରିଥିଲା। ଫଟୋ ଓ ଭିଡିଓ ଦେଖି ଅଂଶୁଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଥିଲେ। ପୁଅର ମୃତ୍ୟୁକୁ ନେଇ ପୁଲିସ କର୍ମଚାରୀଙ୍କୁ ଦାୟୀ କରିବା ସହ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ। 

Advertisment

ପ୍ରବଳ ଉତ୍ତେଜନା ଦେଖାଯିବା ପରେ ପୁଲିସ ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି। ଏସପି ଅରୁଣ କୁମାର ସିଂହ କହିଛନ୍ତି ଯେ, ଅଂଶୁ ଫେରାର୍ ହୋଇଯିବା ପରେ ପୁଲିସ କର୍ମୀମାନେ ତାଙ୍କୁ ଖୋଜିବାକୁ ତୁରନ୍ତ ଉଦ୍ୟମ କରିନଥିଲେ। କର୍ତ୍ତବ୍ୟରେ ଅବହେଳା କାରଣରୁ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି। 

ନିଲମ୍ବିତ ପୁଲିସଙ୍କ ମଧ୍ୟରେ ଜଣେ SHO ବିନୋଦ ଶୁକ୍ଲା, ମୁଖ୍ୟ କନଷ୍ଟେବଳ ଭୀର ସିଂହ ଏବଂ କନଷ୍ଟେବଳ ପ୍ରମୋଦ ପାସୱାନ ଓ ଅଙ୍କିତ ରାଜପୁତ ଅଛନ୍ତି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି। 

ପୁଲିସ ଅଂଶୁକୁ ଥାନାକୁ ଆଣିଥିବା ନେଇ ଥାନା ରେକର୍ଡରେ ଉଲ୍ଲେଖ କରାଯାଇ ନାହିଁ। ତଦନ୍ତ ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅରୁଣ କୁମାର ସିଂ କହିଛନ୍ତି।

UP Police UP News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe