Advertisment

ମୋଦି-ଯୋଗୀଙ୍କୁ ପ୍ରଶଂସା କଲେ ସ୍ତ୍ରୀ, ଛାଡ଼ପତ୍ର ଦେଇଦେଲେ ସ୍ୱାମୀ

କେବଳ ସେତିକି ନୁହେଁ ତିନି ତଲାକ ଦେବା ପୂର୍ବରୁ ସ୍ୱାମୀ ମାର୍‌ପିଟ୍‌ କରିବା ସହ ଗରମ ଡାଲି ପକାଇ ମହିଳାଙ୍କ ମୁହଁ ଜାଳି ଦେଇଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Triple Talaq

Triple Talaq

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ପଡିଲା ମହଙ୍ଗା। ସ୍ତ୍ରୀ ମୁହଁରୁ ବିଜେପି ନେତାଙ୍କ ପ୍ରଶଂସା ଶୁଣି ରାଗିଗଲେ ସ୍ୱାମୀ। ସଙ୍ଗେ ସଙ୍ଗେ ସ୍ତ୍ରୀଙ୍କୁ ଟ୍ରିପଲ୍‌ ତଲାକ୍‌ ଦେଇଦେଲେ। କେବେଳ ସେତିକି ନୁହେଁ ସେ ନିଜ ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରିବା ସହ ମୁହଁ ଜାଳି ଦେଲେ। ଏଭଳି କିଛି ଘଟଣା ଘଟିଛି ଅଯୋଧ୍ୟାରେ।

Advertisment
Muslim Womanପୀଡିତା ମରିୟମ୍‌

ଉତ୍ତରପ୍ରଦେଶର ବହରାଇଚ। ଏଠାକାର ଅର୍ଶଦଙ୍କୁ ୨୦୨୩ ଡିସେମ୍ବର ୧୩ ତାରିଖରେ ବିବାହ କରିଥିଲେ ଦିଲ୍ଲୀର ମରିୟମ୍‌। ବିବାହର କିଛି ଦିନ ପରେ ସେ ଅଯୋଧ୍ୟା ଆସିଥିଲେ। ଏଠାକୁ ଆସିବା ପରେ ସେଠାରେ ଲତା ଚୌକ୍‌ର ସୌନ୍ଦର୍ଯ୍ୟ ଦେଖି ସେ ବିଭୋର ହୋଇପଡିଥିଲେ। ମରିୟମ୍‌ କହିଥିଲେ ଯେ ଯୋଗୀ ପ୍ରକୃତରେ ଭଲ କାମ କରିଛନ୍ତି।

ଏହା ଶୁଣି ତାଙ୍କ ସ୍ୱାମୀ ରାଗିଯାଇଥିଲେ। ତାଙ୍କୁ ଘରକୁ ନେବା ପରିବର୍ତ୍ତେ ସେ ତାଙ୍କ ବାପଘରକୁ ପଠାଇ ଦେଇଥିଲେ। ଏହା ପରେ ଅର୍ଶଦ ନିଜ ପତ୍ନୀ ମରିୟମଙ୍କୁ ତାଙ୍କ ସହିତ ରଖିବାକୁ ମନା କରିଦେଇଥିଲେ। ହେଲେ ଲୋକେ ତାଙ୍କୁ ବୁଝାସୁଝା କରିବା ପରେ ସେ ତାଙ୍କୁ ଘରକୁ ଆଣିଥିଲେ। ହେଲେ ଘରକୁ ଆଣି ତାଙ୍କ ଉପରେ ଅର୍ଶଦ ରାଗ ସୁଝାଇଥିଲେ। ତାଙ୍କୁ ମାର୍‌ପିଟ୍‌ କରିବା ଆରମ୍ଭ କରିଦେଇଥିଲେ ବୋଲି ମରିୟମ କହିଛନ୍ତି।

Advertisment

କେବଳ ସେ ନୁହନ୍ତି ତାଙ୍କ ଶାଶୁ, ଶ୍ୱଶୁର ଓ ଘର ଲୋକେ ମିଶି ତାଙ୍କୁ ମାଡ ମାରୁଥିବା ମରିୟମ ଅଭିଯୋଗ କରିଛନ୍ତି। ଏପରିକି ଶାଶୁ ଘର ଲୋକେ ମିଶି ତାଙ୍କ ଗଳା ଦବାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ସ୍ୱାମୀ ଅର୍ଶଦ ଗରମ ଡାଲି ପକାଇ ତାଙ୍କ ମୁହଁ ପୋଡି ଦେଇଥିଲେ। ଏତିକିରେ ରାଗ ଶାନ୍ତ ନହେବାରୁ ସେ ତାଙ୍କୁ ଟ୍ରିପଲ୍‌ ତଲାକ ଦେଇଥିବା ମରିୟମ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମହିଳା ଜଣକ ତାଙ୍କ ସହ ଘଟିଥିବା ଏହି ଘଟଣା ସମ୍ପର୍କରେ ଏକ ଭିଡିଓ ତିଆରି କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସେପଟେ ପୁଲିସ ଅଭିଯୋଗ ଆଧାରରେ ମହିଳାଙ୍କ ସ୍ୱାମୀ ଅର୍ଶଦ, ଶାଶୁ ରାଇଶା, ଶ୍ୱଶୁର ଇସଲାମ, ଯାଆ କୁଲସୁମ, ଦିଅର ଫରହାନ ଓ ସଫିକ ଏବଂ ନଣନ୍ଦ ସିମରନଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆକ୍ରମଣ, ଦୁର୍ବ୍ୟବହାର, ଧମକ ଏବଂ ଯୌତୁକ ନିର୍ଯାତନା ଓ ମୁସଲିମ ମହିଳା ସୁରକ୍ଷା ଅଧିକାର ନିୟମ ଅନୁଯାୟୀ ଏଫ୍ଆଇଆର୍‌ ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Uttar Pradesh Yogi Aditya Nath PM Modi Triple Talaq Ayodhya