Advertisment

ଅଜବ ଆବେଦନ: ଖବରକାଗଜର ବ୍ୟୁରୋ ଚିଫ୍ ଓ ରିପୋର୍ଟରଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବାକୁ ଉପଜିଲ୍ଲାପାଳଙ୍କୁ ମାଗିଲେ ଅନୁମତି

ଉକ୍ତ ଖବର କାଗଜର ସ୍ଥାନୀୟ କାର୍ଯ୍ୟାଳୟ ସମ୍ମୁଖରେ ମାଇକ ଲଗାଇ ୨ ଘଣ୍ଟା ଗାଳି ଦେବାକୁ ସେ ଅନୁମତି ମାଗିଛନ୍ତି।

author-image
Jitendra Garnayak
Man

Man

ଉତ୍ତର ପ୍ରଦେଶର ପ୍ରତାପଗଡ଼ ଉପ-ଜିଲ୍ଲାପାଳ ତଥା ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହୋଇଥିବା ଏକ ଲିଖିତ ଆବେଦନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକ ଖବରକାଗଜର ଜଣେ ବ୍ୟୁରୋ ଚିଫ୍ ଓ ଜଣେ ରିପୋର୍ଟରଙ୍କୁ ୨ ଘଣ୍ଟା ପାଇଁ ଅଶ୍ଲୀଳ ଭାଷାରେ ଗାଳି କରିବାକୁ ଜଣେ ବ୍ୟକ୍ତି ଆବେଦନ କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାଁ ପ୍ରତୀକ ସିହ୍ନା।

Advertisment

ପ୍ରତୀକଙ୍କ ଘର ପ୍ରତାପଗଡ଼ର ଦହିଲାମଉରେ। ସେ ତାଙ୍କ ଆବେଦନ ପତ୍ରରେ ଲେଖିଛନ୍ତି, ଗତ ୯ ତାରିଖରେ ମୋର ଏକ ଜମି ଉପରେ ବିନା କାରଣରେ ବୁଲ୍‌ଡୋଜର ଚଲାଇ ଦିଆଗଲା। ଏହା ଉପରେ ହିନ୍ଦୁସ୍ତାନ ସମାଚାରରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। କୌଣସି ପ୍ରକାର ଯାଞ୍ଚ ନ କରି ତଥା କୌଣସି ତଥ୍ୟ ନ ଦେଇ ମୋ ଜମିକୁ ସରକାରଙ୍କର ବୋଲି ସେଥିରେ ଲେଖାଯାଇଥିଲା। ତା’ ସହିତ ମୋତେ ଜମି ମାଫିଆ ଭାବେ ଚିତ୍ରଣ କରାଯାଇଥିଲା। ଏନେଇ ମୁଁ ହିନ୍ଦୁସ୍ତାନ ସମାଚାର ପତ୍ରକୁ ଲିଗାଲ ନୋଟିସ୍ ପଠାଇଛି। ଉକ୍ତ ଖବରକାଗଜରେ ପ୍ରକାଶିତ ଖବର ଯୋଗୁ ମୋର ଭାବମୂର୍ତ୍ତି ନଷ୍ଟ ହୋଇଛି। ଏହାର ପ୍ରତିବାଦ କରିବା ପାଇଁ ଜାନୁଆରୀ ୧୫ ତାରିଖ ଦିନ ୧୨ଟା ବେଳେ ଭଙ୍ଗବାଚୁଙ୍ଗୀ ସ୍ଥିତ ହିନ୍ଦୁସ୍ତାନ ସମାଚାର ପତ୍ରର କାର୍ଯ୍ୟାଳୟ ସମ୍ମୁଖରେ ମାଇକ ଲଗାଇ ବ୍ୟୁରୋ ଚିଫ୍ ଓ ରିପୋର୍ଟରଙ୍କୁ ମୁଁ ୨ ଘଣ୍ଟା ଅଶ୍ଲୀଳ ଭାଷାରେ ଗାଳି ଦେବାକୁ ଚାହୁଁଛି। ଏଥିପାଇଁ ମୋତେ ଆବଶ୍ୟକ ଅନୁମତି ପ୍ରଦାନ କଲେ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ରହିବି।

ଏହି ଚିଠିରେ ପ୍ରତୀକ ଆହୁରି ଲେଖିଛନ୍ତି, ବହୁତ ଇଚ୍ଛା ଥିଲେ ମଧ୍ୟ ମୁଁ ସେମାନଙ୍କ ଉପରକୁ ଜୋତା ଫୋପାଡ଼ି ବି ନାହିଁ କି କୌଣସି ହିଂସାକାଣ୍ଡ ଘଟାଇବି ନାହିଁ।

Advertisment