Advertisment

ପାଞ୍ଚ ଥର ସାପ କାମୁଡ଼ିବା ପରେ ବଞ୍ଚିଗଲେ ବ୍ୟକ୍ତି, ଡାକ୍ତର ବି ଚକିତ

ମାଉସୀ ଘରେ ନେଇ ଛାଡ଼ିବା ପରେ ବି ସେଠାରେ କାମୁଡ଼ି ଥିଲା ସାପ।

ଅଦ୍ୟତନ ହୋଇଛି
Snake

Snake

Advertisment

ଉତ୍ତରପ୍ରଦେଶର ଫତେହପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଦୁଇ ମାସ ଭିତରେ ପାଞ୍ଚ ଥର ସାପ କାମୁଡ଼ିବା ପରେ ମଧ୍ୟ ସେ ସୁସ୍ଥ ହୋଇ ଯାଇଛନ୍ତି। ତାଙ୍କୁ ଯେତେ ଥର ସାପ କାମୁଡ଼ିଛି ଚିକିତ୍ସା ହେବା ପରେ ସେ ଭଲ ହୋଇ ଯାଇଛନ୍ତି। ଏପରି ବିରଳ ଘଟଣା ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି।

Advertisment

ଏହି ବ୍ୟକ୍ତି ଜଣକ ହେଉଛନ୍ତି ବିକାଶ ଦୁବେ। ତାଙ୍କୁ ବାରମ୍ବାର ସାପ କାମୁଡ଼ିବାରୁ ସେ ନିଜ ଘର ଛାଡ଼ି ତାଙ୍କ ମାଉସୀ ଘରକୁ ବି ଚାଲି ଯାଇଥିଲେ। କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ସାପ କାମୁଡ଼ିଥିଲା, ଆଉ ସେ ମଧ୍ୟ ସୁସ୍ଥ ହୋଇ ଯାଇଛନ୍ତି।

ସୂଚନା ଅନୁସାରେ, ଜୁନ୍ ୨ରେ ବିକାଶ ସକାଳେ ଉଠିବା ପରେ ତାଙ୍କୁ ସର୍ପାଘାତ କରିଥିଲା। ପରିବାର ଲୋକେ ତାଙ୍କୁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ଦିନ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Advertisment

ସାତ ଦିନ ପରେ, ଜୁନ୍ 10ରେ ଆଉ ଏକ ସାପ କାମୁଡ଼ିବାରୁ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପରିବାର ଲୋକେ ପୁଣି ଥରେ ସେହି ନର୍ସିଂହୋମକୁ ନେଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କି ନାହିଁ ପୁଣି ଜୁନ୍ 17ରେ ଆଉ ଏକ ସର୍ପାଘାତର ସାମ୍ନା କରିଥିଲେ ବିକାଶ। ତୃତୀୟ ସର୍ପାଘାତରେ ମଧ୍ୟ ସେ ଭଲ ହୋଇ ଯାଇଥିଲେ।

ଏହାପରେ ପୁଣି ଚତୁର୍ଥ ଥର ସାପ କାମୁଡ଼ିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ଆଉ କାଳ ବିଳମ୍ବ ନକରି ତାଙ୍କୁ ସେହି ନର୍ସିଂହୋମରେ ଭର୍ତ୍ତି କରିଥିଲେ। ଡାକ୍ତର ମଧ୍ୟ ବିକାଶଙ୍କ ଏ ସିରିଜ୍ ସାପ କାମୁଡ଼ା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ଯାହା ବି ହେଉ ଚତୁର୍ଥ ସାପ କାମୁଡ଼ାରେ ମଧ୍ୟ ବିକାଶ ସୁସ୍ଥ ହୋଇ ଘରକୁ ଫେରିଥିଲେ। 

ଏହାପରେ ବିକାଶଙ୍କୁ ଘରଠାରୁ କିଛି ଦିନ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ଫଳରେ ତାଙ୍କୁ ଫତେହପୁରର ରାଧା ନଗରରେ ଥିବା ମାଉସୀ ଘରେ ରଖା ଯାଇଥିଲା। ଆଶ୍ଚର୍ଯ୍ୟକର ଭାବେ ସେଠାରେ ମଧ୍ୟ ବିକାଶଙ୍କୁ ଏକ ସାପ କାମୁଡ଼ି ଥିଲା। ସବୁଠୁ ବଡ଼ କଥା ହେଉଛି କି, ପଞ୍ଚମ ସାପ କାମୁଡ଼ାରେ ମଧ୍ୟ ସେ ସୁସ୍ଥ ହୋଇ ଯାଇଛନ୍ତି ବିକାଶ।

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ତେବେ ବିକାଶଙ୍କୁ କେଉଁ ସାପ କାମୁଡ଼ି ଥିଲା ଏବଂ ବାରମ୍ବାର ସାପ କାମୁଡ଼ିବା ପଛର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ। 

Snake Bite UP News Snake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe