Advertisment

ବାହୁବଳୀ ବିଧାୟକ ରାଜା ଭାୟାଙ୍କ ବାପା ଗୃହବନ୍ଦୀ

ଗତ କିଛି ବର୍ଷ ଧରି ମହରମ ପର୍ବରେ ଗଣ୍ଡଗୋଳ ଘଟାଇବା ଆଶଙ୍କାରେ ଉଦୟ ପ୍ରତାପ ସିଂହଙ୍କୁ ଗୃହ ବନ୍ଦୀ କରାଯାଉଛି।

author-image
Niharika Rout
-raja-bhaiya & his father

-raja-bhaiya & his father

ଉତ୍ତରପ୍ରଦେଶର ପ୍ରତାପଗଡ଼ର ବାହୁବଳୀ ବିଧାୟକ ରାଜା ଭାୟାଙ୍କ ବାପା ଉଦୟ ପ୍ରତାପ ସିଂହଙ୍କୁ ଗୃହ ବନ୍ଦୀ କରିଛି ପୁଲିସ୍‌ । ଗତ କିଛି ବର୍ଷ ଧରି ମହରମ ପର୍ବରେ ଗଣ୍ଡଗୋଳ ଘଟାଇବା ଆଶଙ୍କାରେ ଉଦୟ ପ୍ରତାପ ସିଂହଙ୍କୁ ଗୃହ ବନ୍ଦୀ କରାଯାଉଛି।

Advertisment

ଏହି ପର୍ବରୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଇବା ନିମନ୍ତେ ପୁଲିସ୍‌ ତରଫରୁ ଏପରି ଆଗୁଆ ପଦକ୍ଷେ ଗ୍ରହଣ କରାଯାଇଛି। ଏଥିନିମନ୍ତେ ଉଦୟ ପ୍ରତାପଙ୍କୁ ନିଜ ଘରେ ୩ ଦିନ ପାଇଁ ଗୃହ ବନ୍ଦୀ କରାଯାଇଛି।

ଉଦୟ ପ୍ରତାପ ସିଂହ ମହରମ ପର୍ବକୁ ତୀବ୍ର ବିରୋଧ କରିବା ସହ ଉକ୍ତ ଦିନ ପ୍ରୟାଗରାଜ- ଲକ୍ଷ୍ନୌ ଜାତୀୟ ରାଜପଥକୁ ବ୍ଲକ କରିଥାନ୍ତି। ଫଳରେ ମୁସଲିମ ସମ୍ପ୍ରଦାୟର ଶୋଭାଯାତ୍ରାରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ଯେପରି ବିପର୍ଯ୍ୟସ୍ତ ନ ହୁଏ ସେଥିନିମନ୍ତେ ପୁଲିସ୍‌ ପ୍ରଶାସନ ତରଫରୁ ଏପରି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ପୂର୍ବରୁ ବି ଉଦୟ ପ୍ରତାପଙ୍କୁ ବହୁ ଥର ଗୃହ ବନ୍ଦୀ କରାଯାଇଛି।

Advertisment

ବାହୁବଳୀ ବିଧାୟକ ରାଜା ଭାୟାଙ୍କର ତାଙ୍କ ପିତାଙ୍କ ସହ ସମ୍ପର୍କ ଠିକ୍‌ ନ ଥିବା ଜଣାଯାଇଛି। ରାଜା ଭାୟାଙ୍କ ପତ୍ନୀ କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ କରିଥିବା ବେଳେ ଏହାକୁ ନେଇ ଉଦୟ ପ୍ରତାପଙ୍କର ପୁଅ ସହ ସମ୍ପର୍କ ଠିକ୍‌ ନ ଥିବା ଜଣାଯାଇଛି।

Uttar Pradesh