Advertisment

କ୍ଲାସ୍‌ ରୁମ୍‌ରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ ଶିକ୍ଷକ, ଧରାପଡ଼ିବାରୁ ଛାତ୍ରଙ୍କୁ ନିର୍ଧୁମ ପିଟିଲେ

ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

author-image
Madhupriya Mistry
Class Room

Class Room

ସ୍କୁଲ କ୍ଲାସ୍‌ ରୁମ୍‌ ଭିତରେ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ ଶିକ୍ଷକ। ନିଜ ମୋବାଇଲରେ ଦେଖୁଥିଲେ ପର୍ଣ୍ଣ ଭିଡିଓ। ତେବେ ଏହି ଫିଲ୍ମ ଦେଖିବା ବେଳେ ସେ ଏବେ ଧରାପଡିଛନ୍ତି। ଜଣେ ଛାତ୍ରଙ୍କ ହାବୁଡ଼ରେ ସେ ପଡିଯାଇଛନ୍ତି। ବାସ୍‌ ଏତିକିରେ ରାଗି ଯାଇ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ଶିକ୍ଷକ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ।

Advertisment

ଉତ୍ତରପ୍ରଦେଶର ଝାନ୍ସି। ଏଠାକାର ଡିଭାଇନ୍‌ ଲାଇଟ୍‌ ପବ୍ଲିକ୍‌ ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ୮ ବର୍ଷର ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ଶିକ୍ଷକ। ଶ୍ରେଣୀ ଗୃହ ଭିତରେ ଶିକ୍ଷକ ନିଜ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖୁଥିବା ବେଳେ ଛାତ୍ର ଜଣକ ତାଙ୍କୁ ଧରି ନେଇଥିଲେ। ଏହାପରେ ତାଙ୍କୁ ଶିକ୍ଷକ ଜଣକ ରାଗିଯାଇ ମାଡ଼ ମାରିଥିବା ପୀଡିତ ଛାତ୍ରଙ୍କ ବାପା ଅଭିଯୋଗ କରିଛନ୍ତି।

ଛାତ୍ରଙ୍କ ବାପାଙ୍କ କହିବା ମୁତାବକ, ତାଙ୍କ ପୁଅ ସବୁ ଦିନ ଭଳି ଶନିବାର ମଧ୍ୟ ସ୍କୁଲ ଯାଇଥିଲା। ସ୍କୁଲ ଶିକ୍ଷକ କୁଲଦୀପ ଯାଦବ ତାଙ୍କ ମୋବାଇଲରେ ଏକ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ। ଏହାକୁ ଦେଖି କ୍ଲାସରୁମ୍‌ରେ ପିଲାମାନେ କଥାବାର୍ତ୍ତା ହେବା ସହ ହସିବା ଆରମ୍ଭ କରିଥିଲେ। ଏଥିରେ ରାଗି ଶିକ୍ଷକ କୁଲଦୀପ ଯାଦବ ତାଙ୍କ ପୁଅକୁ ନିର୍ଦ୍ଦୟ ଭାବରେ ପିଟିବା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ।

Advertisment

ଶିକ୍ଷକ ଜଣକ ଛାତ୍ରଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିବା ଅଭିଯୋଗ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଛାତ୍ର ଜଣକ ଘରକୁ ଆସି ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପିଲାଟିର ବାପା ଥାନାକୁ ଯାଇ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜି କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

Uttar Pradesh Student Thrashed By Teacher Teacher Watching Porn