Advertisment

ଡାକ୍ତରଙ୍କ ଘରେ କଳାକନା ବୁଲାଇବାକୁ ପଶି ଶୋଇ ପଡ଼ିଲା ଚୋର, ତା’ ପରେ...

ଡାକ୍ତରଙ୍କ ଘରେ କଳାକନା ବୁଲାଇବାକୁ ପଶିଥିଲା ଚୋର । ମାତ୍ର ଚୋରଟି ନିଶାସକ୍ତ ଅବସ୍ଥାରେ ଥିବାରୁ ଚୋରି କରୁ କରୁ ସେ ସେଠାରେ ଶୋଇ ପଡ଼ିଥିଲା। ଆଉ ଆଖି ଖୋଲିଲା ବେଳକୁ ତା’ ଚାରିପାଖେ ପୁଲିସ୍‌ ଘେରି ରହିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Police Jeep

Police Jeep

ଡାକ୍ତରଙ୍କ ଘରେ କଳାକନା ବୁଲାଇବାକୁ ପଶିଥିଲା ଚୋର । ମାତ୍ର ଚୋରଟି ନିଶାସକ୍ତ ଅବସ୍ଥାରେ ଥିବାରୁ ଚୋରି କରୁ କରୁ ସେ ସେଠାରେ ଶୋଇ ପଡ଼ିଥିଲା। ଆଉ ଆଖି ଖୋଲିଲା ବେଳକୁ ତା’ ଚାରିପାଖେ ପୁଲିସ୍‌ ଘେରି ରହିଥିଲେ। ଏହାପରେ ଡାକ୍ତରଙ୍କ ଘରୁ ଚୋରଜଣକ ସିଧାସଳଖ ଥାନା ହାଜତକୁ ଯାଇଛି। ଏପରି ଏକ ଅପ୍ରୀତିକର ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି।

Advertisment

ଲକ୍ଷ୍ନୌର ଇନ୍ଦିରା ନଗରରେ ଡା. ସୁନୀଲ ପାଣ୍ଡେ ରହୁଥିଲେ। ମାତ୍ର ବାରଣାସୀକୁ ବଦଳି ହୋଇ ଯାଇଥିବାରୁ ସେ ପରିବାର ସହ ସେଠାକୁ ଚାଲି ଯାଇଥିଲେ। ତାଙ୍କ ଘର ତାଲା ପଡ଼ୁଥିବା ବେଳେ କପିଲ ନାମକ ଚୋର ଏହାକୁ ଟାର୍ଗେଟ କରିଥିଲେ।

ଘଟଣା ଦିନ ରାତିରେ କପିଲ ନିଶାସକ୍ତ ଅବସ୍ଥାରେ ସୁନୀଲ ପାଣ୍ଡେଙ୍କ ଘରେ ପଶିଥିଲେ। ସେ ଗେଟ୍‌ ଭାଙ୍ଗି ଘରେ ପଶିଥିଲେ। ସେଠାରୁ ସେ ୱାଶ ବେଶିନ, ଗ୍ୟାସ୍‌ ସିଲିଣ୍ଡର, ପାଣି ପମ୍ପ ଆଦି ଚୋରି କରିବାକୁ ଉଦ୍ୟମ କରୁଥିଲେ। ଏଥିସହ ଆଲମାରିରୁ ଟଙ୍କା, ଗହଣା ମଧ୍ୟ ଚୋରି କରିଥିଲେ। ମାତ୍ର ଚୋରି କରୁ କରୁ ନିଦ ଆସିଯିବାରୁ କପିଲ ସେଠାରେ ଶୋଇ ପଡ଼ିଥିଲେ।

Advertisment

ସକାଳୁ ସ୍ଥାନୀୟ ଲୋକେ ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ଡାକ୍ତର ପାଣ୍ଡେଙ୍କ ଘର ଖୋଲାଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଭିତରକୁ ଯାଇ ଜିନିଷ ଛିନଚତ୍ର ହୋଇ ପଡ଼ିଥିବା ବେଳେ ଚଟାଣରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍‌କୁ ଫୋନ୍‌ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ଏହାପରେ ସୁନୀଲ ଆଖି ଖୋଲିବା ପରେ ତାଙ୍କୁ ଧରି ଥାନାକୁ ଆଣିଥିଲା।

ସୁନୀଲ ପୂର୍ବରୁ ବି ବିଭିନ୍ନ ଚୋରି ଘଟଣାରେ ଲିପ୍ତ ଥିବା ପୁଲିସ୍‌ ସମ୍ମୁଖରେ ପ୍ରକାଶ କରିଛି। ଏହାପରେ ପୁଲିସ୍‌ ତାଙ୍କୁ ବାନ୍ଧିବା ସହ ଚୋରି ସାମଗ୍ରୀ ଜବତ କରିଛି।

Uttar Pradesh