Advertisment

ନିଶାସକ୍ତ ପତ୍ନୀଙ୍କ ଭୟଙ୍କର କାଣ୍ଡ; ସ୍ୱାମୀଙ୍କୁ ଦେଉଥିଲେ ସିଗାରେଟ ଚେଙ୍କ

ବିଅର ବିରିୟାନୀ, ସିଗାରେଟ, ଗୁଟଖା ନ ମିଳିଲେ ପତ୍ନୀ ପାଲଟୁଥିଲେ ହିଂସ୍ର । କଥା କଥାରେ ନିଶାସକ୍ତ ପତ୍ନୀ ସ୍ୱାମୀଙ୍କୁ ଦେଉଥିଲେ ନିର୍ଯାତନା।

cctv footage

cctv footage

Advertisment

ବିଅର ବିରିୟାନୀ, ସିଗାରେଟ, ଗୁଟଖା ନ ମିଳିଲେ ପତ୍ନୀ ପାଲଟୁଥିଲେ ହିଂସ୍ର । କଥା କଥାରେ ନିଶାସକ୍ତ ପତ୍ନୀ ସ୍ୱାମୀଙ୍କୁ ଦେଉଥିଲେ ନିର୍ଯାତନା। ଖାଦ୍ୟରେ ନିଶା ଦେଇ ସ୍ୱାମୀଙ୍କ ହାତଗୋଡ଼ ବାନ୍ଧି ଦେଉଥିଲେ। ଆଉ ତା’ ପରେ ଶରୀର ସାରା ଦେଉଥିଲେ ସିଗାରେଟ ଚେଙ୍କ । ଏପରିକି ପାଟି ଖୋଲିଲେ ମିଛ କେସ୍‌ରେ ଫସାଇବାର ଧମକ ବି ଦେଉଥିଲେ। ମାତ୍ର ନିର୍ଯାତନା ଅତିଷ୍ଠ ହେବାରୁ ସ୍ୱାମୀ ପହଞ୍ଚିଲେ ଥାନାରେ । ଆଉ ପୁଲିସ୍‌ ଆଗରେ ବଖାଣିଲେ ପତ୍ନୀଙ୍କ ଦ୍ୱାରା ପାଇଥିବା ନିର୍ଯାତନାର ଲୋମଟାଙ୍କୁରା କାହାଣୀ।

Advertisment

ଶେଷରେ ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବିଜନୌରରେ ଘଟିଛି। ଏହି ଘଟଣାର ପୀଡ଼ିତ ବ୍ୟକ୍ତିଜଣକ ମନନ ଜୈଦି ବୋଲି ଜଣାଯାଇଥିବା ବେଳେ ପୁଲିସ୍‌ ତାଙ୍କ ପତ୍ନୀ ମେହର ଜହାଁଙ୍କୁ ଗିରଫ କରିଛି।

ବିବାହ ବେଳେ ସବୁକିଛି ଠିକ୍‌ଠାକ୍‌ ଥିଲା। ମେହର ନିଶାସକ୍ତ ବୋଲି ବି ଜାଣି ପାରି ନ ଥିଲେ ମନନ । ମାତ୍ର ସମୟ ଗଡ଼ିବା ସହ ପତ୍ନୀଙ୍କ ସ୍ୱଭାବ ବଦଳିବାକୁ ଲାଗିଲା। ସେ ବିଅର ବିରିୟାନୀ, ସିଗାରେଟ ଓ ଗୁଟଖା ପାଇଁ ସ୍ୱାମୀଙ୍କ ନିକଟରେ ଜିଦ୍‌ କଲେ। ଆଉ ଏହି ସବୁ ଜିନିଷ ନ ମିଳିଲେ ସେ ପାଲଟି ଯାଉଥିଲେ ହିଂସ୍ର। ଘଟାଉଥିଲେ ଭୟଙ୍କର କାଣ୍ଡ।

Advertisment

ଏଥିସହ ସେ ମନନଙ୍କ ଖାଦ୍ୟରେ ନିଶା ପଦାର୍ଥ ମିଶାଇ ଦେଉଥିଲେ। ମନନ ଅଚେତ ହେବା ପରେ ସେ ତାଙ୍କ ହାତଗୋଡ଼ ବାନ୍ଧି ଦେଉଥିଲେ। ଏଥିସହ ଶରୀରର ବିଭିନ୍ନ ସ୍ଥାନରେ ସିଗାରେଟର ଚେଙ୍କ ଦେଉଥିଲେ। ଏପରିକି ଛାଡ଼ି ଦେବାକୁ କାକୁତିମିନତି ହେଲେ ବି ତରଳୁ ନ ଥିଲେ ମେହର । ଏପରିକି ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ ବି କରୁଥିଲେ। ଏକଥା ବାହାରେ ପ୍ରଘଟ କଲେ ମିଥ୍ୟା ନିର୍ଯାତନା କେସ୍‌ରେ ଫସାଇ ଜେଲ୍‌ ପଠାଇ ଦେବାକୁ ଧମକ ଦେଉଥିଲେ।

ମନନ ନିଜ ଘରେ ସିସିଟିଭି ଲଗାଇଥିବା ବେଳେ ମେହର ଏହା ଜାଣି ପାରି ନ ଥିଲେ। ନିର୍ଯାତନା ଅତିଷ୍ଠ ହେବାରୁ ସେ ଥାନାର ଦ୍ୱାରସ୍ଥ ହେଲେ। ପୁଲିସ୍‌ ଆଗରେ ସବୁ କଥା ବଖାଣିଲେ ଓ ନିଜ ଶରୀରର ବିଭିନ୍ନ ସ୍ଥାନରେ ଲାଗିଥିବା ଚେଙ୍କ ଦେଖାଇଲେ।

ଏହାପରେ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରି ମନନଙ୍କ ଘରର ସିସିଟିଭି ଯାଞ୍ଚ କଲେ। ସିସିଟିଭି ଫୁଟେଜରୁ ସବୁ ସତ ସାମନାକୁ ଆସିବା ପରେ ମେହର ଜହାଁଙ୍କୁ ବାନ୍ଧିଛି ପୁଲିସ୍‌।

Uttar Pradesh Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe