Advertisment

ଶେଷରେ ଜେଡିୟୁ ଛାଡ଼ିଲେ ଉପେନ୍ଦ୍ର କୁଶୱାହା

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ବାଏବାଏ କହିଛନ୍ତି ବରିଷ୍ଠ ରାଜନେତା ଉପେନ୍ଦ୍ର କୁଶୱାହା।

ଅଦ୍ୟତନ ହୋଇଛି
Upendra Kushwaha

Upendra Kushwaha

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ବାଏବାଏ କହିଛନ୍ତି ବରିଷ୍ଠ ରାଜନେତା ଉପେନ୍ଦ୍ର କୁଶୱାହା। ଜେଡିୟୁରେ ସେ ରହିଥିଲେ ମଧ୍ୟ ବିଭିନ୍ନ ବୟାନ ପାଇଁ ସେ ବିଦ୍ରୋହୀ ଭାବେ ଗଣାଯାଉଥିଲେ। ତଥାପି ସେ ଜେଡିୟୁର ସଂସଦୀୟ ବୋର୍ଡ ସଭାପତି ରହିଥିଲେ। ନୀତୀଶ କୁମାରଙ୍କ ସହ ବିବାଦ କାରଣରୁ ତାଙ୍କୁ ଦଳ ଛାଡ଼ିବାକୁ କୁହାଯାଇଥିଲା।

Advertisment

ପ୍ରାଥମିକ ଅବସ୍ଥାରେ ଦଳ ଛାଡ଼ିବା ସପକ୍ଷରେ ନଥିବା କୁଶୱାହା ଆଜି ଶେଷରେ ଜେଡିୟୁକୁ ଅଲବିଦା କହିଛନ୍ତି। ସେ ସୋମବାର ଜେଡିୟୁ ସହ ସବୁ ସମ୍ପର୍କଚ୍ଛିନ୍ନ କରୁଥିବା ଘୋଷଣା କରିଛନ୍ତି। ଏଥିସହ ରାଷ୍ଟ୍ରୀୟ ଲୋକ ଜନତା ଦଳ ନାଁରେ ସେ ନୂଆ ରାଜନୀତିକ ସଂଗଠନ ଗଠନ କରିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, “ଆମେ ନୂଆ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ଆମ ଦଳର ନାଁ ରାଷ୍ଟ୍ରୀୟ ଲୋକ ଜନତା ଦଳ ରହିବ। ସର୍ବସମ୍ମତିକ୍ରମରେ ଏପରି ନିଷ୍ପତ୍ତି ହୋଇଛି। ମୋତେ ଦଳର ଜାତୀୟ ସଭାପତି କରାଯାଇଛି। ଦଳ କରପୁରୀ ଠାକୁରଙ୍କ ଲିଗାସିକୁ ଆଗକୁ ନେବ। ଆମେ ଆରଜେଡି ସହ ହୋଇଥିବା ବୁଝାମଣାକୁ ଅଗ୍ରାହ୍ୟ କରିବା ଦିଗରେ କାମ କରିବୁ।”

Advertisment

କୁଶୱାହା ଜେଡିୟୁ ଛାଡ଼ିବା ସହ ବିହାର ବିଧାନ ପରିଷଦର ସଦସ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି। ଗତବର୍ଷ ଏପ୍ରିଲ ଯାଏ ମୋଦି ସରକାରରେ ମନ୍ତ୍ରୀ ଭାବେ କାମ କରୁଥିବା ଉପେନ୍ଦ୍ର କୁଶୱାହା ନିକଟରେ ଜେଡିୟୁ-ଆରଜେଡି ମହାଗଠବନ୍ଧନରେ ସାମିଲ ହୋଇଥିଲେ। ଏଥିସହ ନିଜର ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ଜେଡିୟୁରେ ଲୀନ କରିଥିଲେ।

କିନ୍ତୁ ଏବେ ମହାଗଠବନ୍ଧନରେ ଆରଜେଡିର ଦବଦବା ବଢ଼ୁଥିବାରୁ ସେ ବିଦ୍ରୋହ ଘୋଷଣା କରିଥିଲେ। ଏପରି କି ନୀତୀଶ କୁମାର ତାଙ୍କୁ ଦଳ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। 

Bihar JDU RJD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe