Advertisment

ବିଜେପି ନେତାଙ୍କ ଗୋଲି ମାରୋ ନାରା: ନୋଟିସ କଲେ ସୁପ୍ରିମକୋର୍ଟ

ଏହି ପ୍ରସଙ୍ଗ ଉପରେ ଜବାବ ରଖିବାକୁ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ସର୍ବୋଚ୍ଚ ଅଦାଲତ ନୋଟିସ କରିଛନ୍ତି। ବରିଷ୍ଠ ଆଇନଜୀବୀ ବ୍ରିନ୍ଦା କରାତଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି।

author-image
Hemant Lenka
BJP

BJP

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପରଭେଶ ବର୍ମା ଦେଇଥିବା ଗୋଲି ମାରୋ ନାରା ପୁଣି ଚର୍ଚ୍ଚାରେ। ଏପରି ବୟାନ ପାଇଁ ଦୁଇ ବିଜେପି ନେତାଙ୍କ ନାଁରେ ଏଫଆଇଆର ରୁଜୁ କରିବା ପାଇଁ ହୋଇଥିବା ଆବେଦନକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ।

Advertisment

ଏଥିସହ ଏହି ପ୍ରସଙ୍ଗ ଉପରେ ଜବାବ ରଖିବାକୁ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ସର୍ବୋଚ୍ଚ ଅଦାଲତ ନୋଟିସ କରିଛନ୍ତି। ବରିଷ୍ଠ ଆଇନଜୀବୀ ବ୍ରିନ୍ଦା କରାତଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି।

ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ଶୁଶାଣି ବେଳେ ଖଣ୍ଡପୀଠ କହିଛନ୍ତି, ଅପରାଧିକ ପ୍ରକ୍ରିୟା (CrPC)ର ଧାରା ୧୯୬ ଅନୁଯାୟୀ ଦିଆଯାଇଥିବା ମଞ୍ଜୁର ଅନୁଯାୟୀ କୋର୍ଟର ଯୁକ୍ତି ଠିକ୍ ହୋଇନପାରେ। ଏହାବାଦ ଅନୁରାଗ ଠାକୁରଙ୍କ ଗୋଲି ମାରୋ ନାରା ଉପରେ ମଧ୍ୟ ଜଷ୍ଟିସ ଯୋଶେଫ ମନ୍ତବ୍ୟ ରଖିଛନ୍ତି।

Advertisment

ଦେଶକ କେ ଗର୍ଦ୍ଦାରୋ କୋ ଗୋଲି ମାରୋ ନାରା ଅତ୍ୟନ୍ତ ଚିନ୍ତାଜନକ। ଗର୍ଦ୍ଦାର ଅର୍ଥ ଦେଶଦ୍ରୋହୀ? ଏଠାରେ ଗୋଲି ମାରୋ ଶବ୍ଦ ନିଶ୍ଚିତ ଭାବେ କୌଣସି ମେଡିସିନ ପ୍ରେସକ୍ରିପସନର ବଟିକା ସମ୍ପର୍କରେ ନୁହେଁ। ଏହାପରେ କୋର୍ଟ ନୋଟିସ ଜାରି କରି ପକ୍ଷ ରଖିବାକୁ କହିଛନ୍ତି।

୨୦୨୨ ଜୁନ ମାସରେ ଦିଲ୍ଲୀ ହାଇକୋର୍ଟ ବ୍ରିନ୍ଦା ଓ କେଏମ ତିୱାରୀଙ୍କ ଆବେଦନ ଖାରଜ କରିଥିଲେ। ଉଭୟ ଟ୍ରାଏଲ କୋର୍ଟଙ୍କ ରାୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଦୁଇ ବିଜେପି ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ହୋଇଥିବା ଆବେଦନ ଟ୍ରାଏଲ କୋର୍ଟ ପ୍ରଥମେ ଖାରଜ କରିଥିଲେ। ଆବେଦନକାରୀ ଉଭୟ ଟ୍ରାଏଲ କୋର୍ଟ ଓ ହାଇକୋର୍ଟରେ ନିରାଶ ହେବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ସର୍ବୋଚ୍ଚ ଅଦାଲତ ଆବେଦନକୁ ଶୁଣାଣି କରି ନୋଟିସ କରିଛନ୍ତି।

ନାଗରିକତ୍ୱ ସଂଶୋଧନ ଆଇନ୍‌ ବା ସିଏଏକୁ ନେଇ ଦିଲ୍ଲୀରେ ବିକ୍ଷୋଭ ହେଉଥିବା ବେଳେ ୨୦୨୦ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରଚାର କରାଯାଉଥିଲା। ଏହି ସମୟରେ ଅନୁରାଗ ଠାକୁର ଓ ପରଭେଶ ବର୍ମା ଅତ୍ୟନ୍ତ ବିବାଦୀୟ ବୟାନ ଦେଇଥିଲେ।

Bjp Hate Speech Supreme Court