Advertisment

ଆଇଏଏସ ପଦ ହରାଇଲେ ପୂଜା, ଭବିଷ୍ୟତରେ ବି ଦେଇ ପାରିବେନି ପରୀକ୍ଷା

ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷରୁ ବଞ୍ଚିତ କରାଯାଇଛି। ଏହାର ଅର୍ଥ ସେ ଆଉ ୟୁପିଏସ୍‌ସି ପରୀକ୍ଷା ଦେଇ ପାରିବେ ନାହିଁ।

ଅଦ୍ୟତନ ହୋଇଛି
Puja

Puja

Advertisment

ବିବାଦରେ ଥିବା ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ଶକ୍ତ ଝଟକା ଲାଗିଛି। ସେ ତାଙ୍କ ଆଇଏଏସ୍‌ ପଦ ହରାଇଛନ୍ତି। ପୂଜା ଏଣିକି ଆଉ ଆଇଏଏସ ନୁହନ୍ତି। ଆଜି ୟୁପିଏସ ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍‌ ମନୋନୟନକୁ ବାତିଲ କରି ଦିଆଯାଇଛି। 

Advertisment

ଏଥିସହ ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷରୁ ବଞ୍ଚିତ କରାଯାଇଛି। ଏହାର ଅର୍ଥ ସେ ଆଉ ୟୁପିଏସ୍‌ସି ପରୀକ୍ଷା ଦେଇ ପାରିବେ ନାହିଁ। ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ମହାରାଷ୍ଟ୍ରର ପୁଣେରେ ଟ୍ରେନି ଆଇଏଏସ୍‌ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏଥିସହ ସେ ତାଙ୍କ ଦିବ୍ୟାଙ୍ଗ ଓ ପଛୁଆ ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି। ପ୍ରମାଣପତ୍ରରେ ହେରଫେର କରି ସେ ୟୁପିଏସ୍‌ସି ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଥିଲେ ବୋଲି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

Advertisment

ତଦନ୍ତ ବେଳେ ୟୁପିଏସ୍‌ ପକ୍ଷାରୁ ପୂଜାଙ୍କ ପ୍ରାର୍ଥିତ୍ୱର ଯାଞ୍ଚ ବିସ୍ତୃତ ଭାବେ କରାଯାଇଥିଲା। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୟୁପିଏସ୍‌ସି ଉପଲବ୍ଧ ଥିବା ରେକର୍ଡକୁ ଯତ୍ନର ସହ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍‌ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଉଛି।

ଏଥିସହ ତାଙ୍କୁ ଆଗାମୀ ଭବିଷ୍ୟତରେ କମିଶନର ସମସ୍ତ ପ୍ରକାରର ପରୀକ୍ଷା ଓ ଚୟନପ୍ରକ୍ରିୟାରୁ ବ୍ୟାନ କରାଯାଉଛି। ଏହାର ଅର୍ଥ ସେ କମିଶନର କୌଣସି ପ୍ରକାରରର କାର୍ଯ୍ୟକ୍ରମରେ ପୂଜା ଖେଡକର ଭାଗ ନେଇପାରିବେ ନାହିଁ।

ୟୁପିଏସ୍‌ସିର ବିବୃତିରେ ଆହୁରି କୁହାଯାଇଛି ଯେ ଜୁଲାଇ ୧୮ରେ ପୂଜା ଖେଡକରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଜବାବ ରଖିବାର ସମୟସୀମାକୁ ଜୁଲାଇ ୩୦ ଯାଏ ବୃଦ୍ଧି କରାଯାଇଥିଲା। ସମୟସୀମା ବୃଦ୍ଧି କରାଯାଇଥିଲେ ହେଁ ସେ ନିଜର ପକ୍ଷ ରଖିବାକୁ ସମର୍ଥ ହୋଇ ନଥିଲେ।

ଦିବ୍ୟାଙ୍ଗ ଓ ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାର କରିଥିବାରୁ ଦିଲ୍ଲା ପୁଲିସ୍‌ର କ୍ରାଇମବ୍ରାଞ୍ଚ ମଧ୍ୟ ପୂଜାଙ୍କ ନାଁରେ ଗୋଟିଏ ମାମଲା କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଜଣେ ଆସିସଷ୍ଟାଣ୍ଠ କମିଶନରଙ୍କୁ ବିଭିନ୍ନ ସରକାରୀ ଅଫିସରେ ଥିବା ଦସ୍ତାବିଜ ଗୁଡ଼ିକୁ ଯାଞ୍ଚ କରିବା ପାଇଁ କୁହାଯାଇଛି।

୨୦୨୩ ବ୍ୟାଚ୍‌ର ଆଇଏଏସ୍‌ ପୂଜାଙ୍କୁ ପୁଣେରେ ଟ୍ରେନି ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା। ତେବେ ସେ କ୍ଷମତାର ଅପବ୍ୟହାର କରିଥିବା ଅଭିଯୋଗ ଆସିଥିବା ପରେ ତାଙ୍କୁ ୱାସିମଙ୍କୁ ବଦଳି କରାଯାଇଥିଲା। ପରେ ସେ ନିଜ ନାଁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ଆସିଥିବା।

UPSC Puja Khedkar IAS Puja Khedkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe