Advertisment

ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ

ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହୋଇଥାନ୍ତା। ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Manoj Soni

Manoj Soni

ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ। ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହୋଇଥାନ୍ତା। ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପଛର କାରଣ ଜଣାପଡ଼ି ନ ଥିବା ବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାଯାଇଛି।

Advertisment

ବର୍ତ୍ତମାନ ୟୁପିଏସ୍‌ସି ପରୀକ୍ଷାରେ ଜାଲ୍‌ ସାର୍ଟିଫିକେଟ ଦେଇ ଆଶାୟୀମାନେ ଚାକିରି ହାତଉଥିବା ଅଭିଯୋଗ ହେଉଥିବା ବେଳେ ଏପରି ଘଟଣା ସାମନାକୁ ଆସିଛି। ତେବେ ମନୋଜ ସୋନୀଙ୍କ ଇସ୍ତଫା ସହ ଏହାର କୌଣସି ସମ୍ପର୍କ ନ ଥିବା କୁହାଯାଉଛି।

କାରଣ ମନୋଜ ସୋନୀ ପ୍ରାୟ ମାସେ ପୂର୍ବରୁ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ସାରିଛନ୍ତି। ତେବେ ତାହା ଏପର୍ଯ୍ୟନ୍ତ ଗୃହୀତ ହୋଇଛି ନା ନାହିଁ ତାହାର ସୂଚନା ମିଳି ପାରିନି।

Advertisment

ମନୋଜ ସୋନି ୨୦୧୭ ମସିହାରେ ୟୁପିଏସ୍‌ସି (Union Public Service Commission) ସଦସ୍ୟ ହୋଇଥିଲେ।  ଗତ ବର୍ଷ ମେ’ ୧୬ ତାରିଖରେ ସେ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। 

ମନୋଜ ସୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ଓ ଖାସ୍‌ ଲୋକ ବୋଲି ଜଣାଯାଇଛି। ଏଥିଯୋଗୁ ୟୁପିଏସ୍‌ସି ଅଧ୍ୟକ୍ଷ ପଦ ସମ୍ଭାଳିବା ପୂର୍ବରୁ ସେ ଗୁଜରାଟର ଦୁଇଟି ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ତୁଲାଇ ସାରିଛନ୍ତି।

ମନୋଜ ସୋନୀ ୨୦୦୫ ରୁ ୨୦୦୮ ମସହା ପର୍ଯ୍ୟନ୍ତ ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରିଥିଲେ।  ୨୦୦୯ ମସିହାରୁ ୨୦୧୫ ପର୍ଯ୍ୟନ୍ତ ଗୁଜୁରାଟର ଡକ୍ଟର ବାବାସାହେବ ଆମ୍ବେଦକର ଓପନ୍ ୟୁନିଭରସିଟିର କୁଳପତି ଭାବରେ କାର୍ଯ୍ୟ କରିଥିଲେ। ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାଳ ସମୟରେ ସେ ଭାରତର ସର୍ବକନିଷ୍ଠ କୁଳପତି ହୋଇପାରିଥିଲେ।

Delhi UPSC Resigns