Advertisment

UPSC ପରୀକ୍ଷା ଫଳ ପ୍ରକାଶ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଆ ପୁଅ ଅନିମେଶ ପ୍ରଧାନ ଦ୍ୱିତୀୟ

ସର୍ବଭାରତୀୟ ପ୍ରଶାସନିକ ସେବା UPSC, ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Animesh Pradhan

Animesh Pradhan

Advertisment

ସର୍ବଭାରତୀୟ ପ୍ରଶାସନିକ ସେବା UPSC, ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ ଏବଂ ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ। 

Advertisment

UPSC ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ସିଭିଲ ସର୍ଭିସେସ୍ ପରୀକ୍ଷା କରାଇଥାଏ, ଏଥିରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS) ଏବଂ ଭାରତୀୟ ପୁଲିସ ସେବା (IPS)ର ଅଧିକାରୀ ଚୟନ କରାଯାଇଥାଏ। ଏଥିପାଇଁ ତିନିଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ହୋଇଥାଏ।

୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଥିବା ବେଳେ ୩୬ ନଂ ରାଙ୍କରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ (୫୨), ଅଭିମନ୍ୟୁ ମଲ୍ଲିକ (୬୦), ଅମ୍ରିତାଂଶୁ ନାୟକ (୧୧୦), ଯଶୋବନ୍ତ ମଲ୍ଲିକ (୧୧୫), ପଦ୍ମନାଭ ମିଶ୍ର (୧୭୬) ସ୍ଥାନରେ ଅଛନ୍ତି। 

Advertisment

ଏମାନଙ୍କ ବ୍ୟତୀତ ବିଶ୍ୱଜିତ ପଣ୍ଡା (୩୪୩), ପ୍ରିୟଙ୍କା ପ୍ରିୟଦର୍ଶିନୀ (୩୮୭), ସନ୍ତୋଷ କୁମାର ପାତ୍ର (୪୦୯), ସୌରଭ ଦାସ (୪୬୬), ରାକେଶ କୁମାର ସାହୁ (୫୭୫), ନୟନ ରଞ୍ଜନ ଦାସ (୫୮୧), ହେମନ୍ତ କୁମାର ସାହୁ (୭୨୨), ବିଭାଂଶୁ ରାୟ (୭୭୨), ସିଦ୍ଧାନ୍ତ ବେସ୍ରା (୮୦୦), ରଶ୍ମି ପାଇକରାୟ (୮୮୧), ସୌରଭ ଦାସ (୯୮୨), ଅନୁପ ନାୟକ (୧,୦୦୧) ସ୍ଥାନ ଅଳଙ୍କୃତ କରିଛନ୍ତି। 

ପୂରା ତାଲିକା ଦେଖିବା ପାଇଁ ଏହିଠାରେ କ୍ଲିକ୍ କରନ୍ତୁ।

UPSC Result Civil Service UPSC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe