Advertisment

ବଢ଼ିଲା ପୂଜାଙ୍କ ଅଡ଼ୁଆ: ୟୁପିଏସ୍‌ସି ରୁଜୁ କଲା ଏଫଆଇଆର

ପୂଜା ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ନିଜର ନାଁ, ବାପାଙ୍କ ନାଁ, ମା’ଙ୍କ ନାଁ, ତାଙ୍କ ଫଟୋ, ଦସ୍ତଖତ, ଇ-ମେଲ ଆଇଡି, ମୋବାଇଲ ନମ୍ବର ଓ ଠିକଣାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି।

author-image
Hemant Lenka
Puja

Puja

ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ୟୁପିଏସସି ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ଆଣିଛି। ଏନେଇ ୟୁପିଏସ୍‌ସି ପକ୍ଷରୁ ଏଫଆଇଆର ରୁଜୁ କରାଯାଇଛି।

Advertisment

ପୂଜା ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ନିଜର ନାଁ, ବାପାଙ୍କ ନାଁ, ମା’ଙ୍କ ନାଁ, ତାଙ୍କ ଫଟୋ, ଦସ୍ତଖତ, ଇ-ମେଲ ଆଇଡି, ମୋବାଇଲ ନମ୍ବର ଓ ଠିକଣାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି।

ୟପିଏସ୍‌ସି ଏଫଆଇଆର ରୁଜୁ କରିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କ ପ୍ରାର୍ଥିତ୍ୱକୁ କାହିଁକି ବାତିଲ କରା ନ ଯିବ ବୋଲି ନୋଟିସରେ ଉତ୍ତର ଦେବାକୁ କୁହାଯାଇଛି।

Advertisment

୩୪ ବର୍ଷୀୟ ପୂଜା ପୁଣେରେ ଟ୍ରେନି ଆଇଏଏସ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ସେ ନିଜ ପାଇଁ ସ୍ୱତନ୍ତ୍ର ଚ୍ୟାମ୍ବର, କାର ମାଗିଥିଲେ। ଏହାବାଦ ସେ ଅନାଧିକୃତ ଭାବେ ନିଜସ୍ୱ ଅଡି କାର୍‌ରେ ମହାରାଷ୍ଟ୍ର ସରକାରଙ୍କ ଲୋଗୋ ସହ ନାଲି ବତୀ ଲଗାଇଥିଲେ।

ନିଜ କ୍ଷମତାର ଅପବ୍ୟବହାର କରିଥିବାରୁ ପୂଜାଙ୍କୁ ୱାସିମକୁ ବଦଳି କରାଯାଇଥିଲା। ତଥାପି ତାଙ୍କ ସମସ୍ୟା ଏହି ଠାରେ ଠଳି ନଥିଲା। ସରକାର ତାଙ୍କ ଟ୍ରେନିଂ ପ୍ରକ୍ରିୟା ଉପରେ ରୋକ ଲଗାଇ ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ଶେଷ ହେବା ପରେ ସେ ପୁଣି ଟ୍ରେନିଂ ଆରମ୍ଭ କରିବେ ବୋଲି ସରକାର କହିଛନ୍ତି।

ପୂଜା ନକଲି ଦିବ୍ୟାଙ୍ଗ ଓ ଓବିସି ପ୍ରମାଣପତ୍ର ଦେଇ ଆଇଏଏସ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ସେ ଏପରି ଖବରକୁ ଫେକ ବୋଲି କହିଛନ୍ତି।

Ias Officer Pune Puja Khedkar