/odisha-reporter/media/post_attachments/uploadimage/library/16_9/16_9_0/Puja_1724848071.jpg)
Puja
ପୂର୍ବତନ ଆଇଏଏସ ଟ୍ରେନି ଅଫିସର ପୂଜା ଖେଡକର ଆଜି ବଡ଼ ଦାବି କରିଛନ୍ତି। ନିଜ କ୍ଷମତାର ଅପବ୍ୟବହାର କରି ଆଇଏଏସ ପଦ ହରାଇଥିବା ପୂଜା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଠକେଇ ଅଭିଯୋଗକୁ ଫାଙ୍କି ଦେଇଛନ୍ତି।
ଏଥିସହ ତାଙ୍କୁ ଅଯୋଗ୍ୟ ବିବେଚନା କରିବାକୁ ୟୁପିଏସ୍ସ ନେଇଥିବା ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁପିଏସ୍ସିର କୌଣସି କ୍ଷମତା ନଥିବା ପୂଜା ଦାବି କରିଛନ୍ତି।
ୟୁପିଏସ୍ସ ତାଙ୍କ ବିରୋଧରେ ଆଣିଥିବା ଚାର୍ଜର ଜବାବରେ ପୂଜା ଦିଲ୍ଲୀ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ଥରେ ଚୟନ ହେବା ପରେ ଓ ଜଣେ ଟ୍ରେନ ଆଇଏଏସ୍ ଭାବେ ନିଯୁକ୍ତି ମିଳିବା ପରେ ୟୁପିଏସସି ଅଯୋଗ୍ୟ ବିବେଚନା କରିବାକୁ କ୍ଷମତା ହରାଇଥାଏ।
ଅଯୋଗ୍ୟ ବିବେଚନା କରିବାର କୌଣସି ଅଧିକାର ୟୁପିଏସସିର ନାହିଁ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ହିଁ ଏକମାତ୍ର ସଂସ୍ଥା ଭାବେ ସର୍ବ ଭାରତୀୟ ସେବା ଆଇନ ୧୯୫୪ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ। ଏହି ବ୍ୟବସ୍ଥା ଟ୍ରେନି ଆଇଏଏସ୍ଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ ବୋଲି ପୂଜା କହିଛନ୍ତି।
ଜୁଲାଇ ୩୧ରେ ୟୁପିଏସସି ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ବାତିଲ କରିଥିଲା ଓ ତାଙ୍କୁ ଭବିଷ୍ୟତରେ ପ୍ରଶାସନିକ ସେବାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲା। ପୂଜା ଖେଡକର ପ୍ରଶାସନିକ ସେବା ପରୀକ୍ଷା ନିୟମ ୨୦୨୨କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ। ସେ ନିଜର ନକଲି ପରିଚୟ ଦେଇ ୟୁପିଏସ୍ସିରେ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି।
ପୂଜାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବା ସହ ତାଙ୍କ ବିରୋଧରେ ୟୁପିଏସ୍ସି ଅପରାଧିକ ମାମଲା ଚାଲୁ କରିଛି। ସେ ଠକେଇ, ଧୋକା ଓ ହେରଫେର କରିଥିବା ଅଭିଯୋଗ ହୋଇଛି। ୟୁପିଏସସିର ଏହି ନିଷ୍ପତ୍ତିକୁ ପୂଜା ଦିଲ୍ଲା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବାର ଅଧିକାର ୟୁପିଏସ୍ସିର ନାହିଁ ବୋଲି ସେ କହିଛନ୍ତି।
କୋର୍ଟ ଆଗରେ ପୂଜା ଦାବି କରିଛନ୍ତି ଯେ ୟୁପିଏସ୍ସିରେ ସେ ନିଜର ନାଁକୁ କୌଣସି ପ୍ରକାରର ବଦଳାଇ ନାହାନ୍ତି କିମ୍ବା ଏଥିରେ ହେରଫେର କରି ନାହାନ୍ତି। ୨୦୨୧ରୁ ୨୦୨୨ ଯାଏ ଆବେଦନକାରୀଙ୍କ ନାଁ ଓ ସରନେମ ସମାନ ରହିଛି। ୟୁପିଏସ୍ସି ବାୟୋମେଟ୍ରିକ ତଥ୍ୟ ଦ୍ୱାରା ତାଙ୍କ ପରିଚୟ ଯାଞ୍ଚ କରିଥିଲା।
୨୦୧୯, ୨୦୨୧, ୨୦୨୨ ପର୍ସନାଲିଟି ଟେଷ୍ଟ ବେଳେ ସବୁ ତଥ୍ୟ ସଂଗ୍ରହ କରାଯାଇଥିଲା। ୨୬.୦୫.୨୦୨୨ ପର୍ସନାଲ ଟେଷ୍ଟ ବେଳେ କମିଶନ ଏହାକୁ ଭଲ ଭାବେ ମେଳ କରାଇଥିଲେ। ତଥାପି ପରିଚୟରେ ହେରଫେର କରାଯାଇଥିବା କହିବା ଠିକ ନୁହେଁ ବୋଲି ପୂଜା କୋର୍ଟଙ୍କୁ ଜଣାଇଛନ୍ତି।
୨୦୨୦-୨୧ ଯାଏ ପୂଜା ଓବିସି କୋଟାରେ ପରୀକ୍ଷା ଦେଇଥିଲା। ଏଥିରେ ତାଙ୍କ ନାଁ ପୂଜା ଦିଲୀପରାଓ ଖେଡକର ଥିଲା। ୨୦୨୧-୨୨ରେ ଓବିସି ଓ ଦିବ୍ୟାଙ୍ଗ ବର୍ଗରେ ପରୀକ୍ଷା ଦେଇଥିଲେ। ଏଥିରେ ତାଙ୍କ ନାଁ ପୂଜା ମନୋରମା ଦିଲୀପ ଖେଡକର ଥିଲା। ଏହି ପରୀକ୍ଷାକୁ ୮୨୧ ରାଙ୍କରେ ରହି ପାସ୍ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
