Advertisment

ଚିକିତ୍ସା ଖର୍ଚ୍ଚକୁ ନେଇ ଚିନ୍ତାରେ ଥିଲେ, ହୋଟଲରେ ରୁମ ବୁକିଂ କରି ଆତ୍ମହତ୍ୟା କଲେ

ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଲେ ନୀତେଶ। ମଙ୍ଗଳବାର ମଧ୍ୟାହ୍ନରେ ସେ ରୁମ ବୁକିଂ କରିଥିବା ବେଳେ ଆଜି ତାଙ୍କ ମୃତଦେହ ମିଳିଛି।

Hotel

Hotel

Advertisment

ଦୀର୍ଘ ଦିନର ଅସୁସ୍ଥତା ଓ ଚିକିତ୍ସା ଖର୍ଚ୍ଚର ଚାପ ଯୋଗୁ ଜୀବନ ହାରିଛନ୍ତି ଜଣେ ୨୪ ବର୍ଷୀୟ ଯୁବକ। ଯୁବକ ଜଣଙ୍କ ଦିଲ୍ଲୀର ଆଦର୍ଶ ନଗରରେ ଥିବା ଗୋଟିଏ ହୋଟେଲରେ ରୁମ ବୁକିଂ କରିବା ସହ ତା’ ଭିତରେ ଏପରି ଚରମ ପଦକ୍ଷେପ ନେଇଛନ୍ତି। ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଲେ ନୀତେଶ। ମଙ୍ଗଳବାର ମଧ୍ୟାହ୍ନରେ ସେ ରୁମ ବୁକିଂ କରିଥିବା ବେଳେ ଆଜି ତାଙ୍କ ମୃତଦେହ ମିଳିଛି।

Advertisment

ନୀତେଶ ଗୋଟିଏ ଛୋଟ ବ୍ୟାଗ ଧରି ହୋଟେଲ ଭିତରକୁ ଆସିଥିଲେ। ସେ ରୁମ ଭିତରେ ଆତ୍ମହତ୍ୟା କରିଛନ୍ତି। ଗୋଟିଏ ପ୍ଲାଷ୍ଟିକ ବ୍ୟାଗରେ ତାଙ୍କ ମୁହଁ ଘୋଡ଼ାଇ ହୋଇ ରହିଥିବା ବେଳେ ଏହା ମଧ୍ୟରୁ ବାହାରିଥିବା ଟ୍ୟୁବ ଗୋଟିଏ ଛୋଟିଆ ଅକ୍ସିଜେନ ସିଲିଣ୍ଡର ସହ ସଂଯୋଗ ହୋଇଛି।

ଯଦି କେହି ଅଧିକ ମାତ୍ରାରେ ଅକ୍ସିଜେନ ନିଅନ୍ତି, ତା’ହେଲେ ଏହା ହାର୍ଟ ରେଟକୁ ଅତ୍ୟନ୍ତ ବିପଦଜନକ ଭାବେ ଧିମା କରି ଦେଇଥାଏ। ଅକ୍ସିଜେନକୁ ବିଷାକ୍ତ କରିବା ସହ ଲୋକଙ୍କ ଜୀବନ ମଧ୍ୟ ନେଇଥାଏ। ଏହି ଅକ୍ସିଜେନ ମାତ୍ରାକୁ ବୃଦ୍ଧି କରି ନୀତେଶ ଜୀବନ ହାରିଛନ୍ତି।

Advertisment

ତଦନ୍ତକାରୀ ଅଧିକାରୀ ନୀତେଶଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ ଜବତ କରିଛନ୍ତି। ଏଥିରେ ସେ ଦୀର୍ଘଦିନର ଅସୁସ୍ଥତା ଯୋଗୁ ଚିନ୍ତାରେ ଥିବା କହିଛନ୍ତି। ଏଥିସହ ତାଙ୍କ ଚିକତ୍ସା ପାଇଁ ପ୍ରବଳ ଟଙ୍କା ଖର୍ଚ୍ଚ ହେଉଛି। ଏହି ଚିକିତ୍ସା ବିଲ୍‌ ବହନ କରିବା ଆଉ ତାଙ୍କ ପାଇଁ ଆଉ ସକ୍ଷମ ହେଉନି। ତେଣୁ ସେ ଜୀବନ ହାରିଥିବା ସୁଇସାଇଡ ନୋଟରେ ଲେଖିଛନ୍ତି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଯୁବକ ଜଣଙ୍କ ମାନସିକ ଚାପରେ ଥିଲେ। ସେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେବା ସହ ଇଣ୍ଟରନେଟରେ ଆତ୍ମହତ୍ୟାର ବିଭିନ୍ନ ଭିଡିଓ ଦେଖିଥିଲେ। ଯନ୍ତ୍ରଣା ଦେଉ ନଥିବା ଆତ୍ମହତ୍ୟାର ସବୁଠାରୁ ଭଲ ପଦ୍ଧତି ବିଷୟରେ ଜାଣିବା ପାଇଁ ସେ ଭିଡିଓ ଦେଖୁଥିଲେ।”

Delhi Sucide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe