Advertisment

ପାଣିରେ ରହିଛି ଅତ୍ୟଧିକ ୟୁରାନିୟମ, ବିଶୁଦ୍ଧ କରିବ ଅଁଳା ଗଛର ଛାଲ

ଛତିଶଗଡ଼ର ପ୍ରାୟ ୬ ଜିଲ୍ଲାରେ ଲୋକେ ପିଉଛନ୍ତି ବିଷାକ୍ତ ପାଣି। ପିଇବା ପାଣିରେ ଆବଶ୍ୟକଠାରୁ ୩-୪ ଗୁଣା ଅଧିକା ମାତ୍ରାରେ ରହିଛି ୟୁରାନିୟମ।

ଅଦ୍ୟତନ ହୋଇଛି
Uranium level excess in Drinking water

Uranium level excess in Drinking water

Advertisment

ଛତିଶଗଡ଼ର ପ୍ରାୟ ୬ ଜିଲ୍ଲାରେ ଲୋକେ ପିଉଛନ୍ତି ବିଷାକ୍ତ ପାଣି। କାରଣ ଏହି ଅଞ୍ଚଳର ପାଣିରେ ୟୁରାନିୟମ (Uranium) ମାତ୍ରା ଆବଶ୍ୟକଠାରୁ ୩ ଗୁଣା ଅଧିକ ହୋଇଗଲାଣି। ଫଳରେ ଏହିସବୁ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କ୍ୟାନ୍ସର, କିଡନୀ ଓ ଗୁରୁତର ଚର୍ମ ରୋଗ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ଚିନ୍ତାଜନକ ଖବର ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ହେଉଛି ଯେ ସେହି ଛତିଶଗଡ଼ର ଗୋଟିଏ ସଂସ୍ଥା ଅଁଳା ଗଛର ଛାଲ ସାହାଯ୍ୟରେ ପାଣିରୁ ୟୁରାନିୟମ ହଟାଇବାର ଉପାୟ ମଧ୍ୟ ବାହାର କରିଛି। ଏହି ଉପାୟର ସଫଳର ପରୀକ୍ଷଣ ମଧ୍ୟ ହୋଇଛି।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଗୋଟିଏ ଲିଟର ପାଣିରେ ୟୁରାନିୟମର ମାତ୍ରା ୧୫ ମାଇକ୍ରୋଗ୍ରାମରୁ ଅଧିକ ହେବା ଉଚିତ ନୁହେଁ। ଅନ୍ୟପଟେ ସରକାରୀ ତଥ୍ୟ ଅନୁସାରେ ଗୋଟିଏ ଲିଟର ପାଣିରେ ୩୦ ମାଇକ୍ରୋଗ୍ରାମରୁ ଅଧିକା ୟୁରାନିୟମ ରହିବା ଉଚିତ ନୁହେଁ। ହେଲେ ଛତିଶଗଡ଼ର ଏହି ସବୁ ଅଞ୍ଚଳରେ ଯାଞ୍ଚ ହୋଇଥିବା ପାଣିର ନମୂନାରେ ଲିଟର ପ୍ରତି ୮୬ରୁ ୧୦୫ ମାଇକ୍ରୋଗ୍ରାମ ୟୁରାନିୟମ ମିଳିଛି। 'ଭିଲାଇ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି' ଏହି ପରୀକ୍ଷଣ ପାଇଁ ୬ ଜିଲ୍ଲାରୁ ଜିପିଏସ୍ ସହାୟତାରେ ୬ ବର୍ଗ କିମି ଦୂରତା ମଧ୍ୟରୁ ପାଣି ନମୂନା ସଂଗ୍ରହ କରିଥିଲା। ଏହି ସଂସ୍ଥା ପାଣିରୁ ୟୁରାନିୟମ ହଟାଇବା ପାଇଁ ଅଁଳା ଗଛର ଛାଲରୁ ଗୋଟିଏ ସ୍ୱତନ୍ତ୍ର ଉପାୟ ମଧ୍ୟ ପ୍ରସ୍ତୁତ କରିଛି।

'ଭିଲାଇ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି'ର ଗବେଷକ ପୁନମ ଦେଶମୁଖ କହିଛନ୍ତି, ‘ଆମେ ଭାବୁଥିଲୁ ଯଦି ପାଣିରେ ୟୁରାନିୟମର ମାତ୍ରା ଚିନ୍ତାଜନକ ହୁଏ, ସେଠାରେ ମଧ୍ୟ ପ୍ରତିକାରର କୌଶଳ ରହିବା ଉଚିତ୍। ଅଁଳା ଗଛର ଛାଲରୁ ଆମେ ସର୍ବୋତ୍ତମ ଫଳାଫଳ ପାଇଛୁ। ଆମେ ଯନ୍ତ୍ରପାତି ବିଷୟରେ ବହୁତ ବ୍ୟାପକ ସ୍ତରରେ ଚିନ୍ତା କରିନାହୁଁ, କିନ୍ତୁ ଆମେ ବର୍ତ୍ତମାନ 'ବାୟୋ-ଆଡଜଷ୍ଟିଂ' ଟେକ୍ନୋଲୋଜି ବ୍ୟବହାର କରି ଏହାକୁ ବିକଶିତ କରିଛୁ।’

Advertisment

ଜଣେ ସ୍ଥାନୀୟ ସରପଞ୍ଚଙ୍କ କହିବା କଥା, ‘ଏଠାକାର ନଳକୂପ ୨୫ ବର୍ଷ ପୁରୁଣା। ୨୫ ବର୍ଷ ହେବ ଗ୍ରାମବାସୀ ଏଠାରୁ ପାଣି ପିଉଛନ୍ତି। ଏଠାରେ ପାଣି ପିଇବାକୁ ଆଉ କୌଣସି ବିକଳ୍ପ ନାହିଁ। ଏବେ ଶୁଣିବାକୁ ମିଳୁଛି ଯେ 'ଭିଲାଇ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି'ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ପାଣିର ପରୀକ୍ଷଣ କରାଯାଇଥିଲା, ଯେଉଁଥିରେ ବହୁ ମାତ୍ରାରେ ୟୁରାନିୟମ ଥିବା ଜଣାପଡ଼ିଛି। ଏହାପରେ ଆମେ ପିଏଚଇ ବିଭାଗରେ ଅଭିଯୋଗ କରିଥିଲୁ। ଏହାପରେ ପୁଣିଥରେ ପରୀକ୍ଷଣ ପାଇଁ ଏଠାରୁ ପାଣି ନିଆଯାଇଛି। ପିଇବା ପାଣି ପାଇଁ ଆମେ ଅନ୍ୟ ନଳକୂପ ବ୍ୟବସ୍ଥା ମଧ୍ୟ କରୁଛୁ।’

Drinking Water Problem Uranium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe